ETV Bharat / sports

Indonesia Masters: ପୁଣି ସିନ୍ଧୁଙ୍କ ବିଜୟ ରଥ ରୋକିଲେ ୟାମାଗୁଚୀ, ସେମିରେ ସନ୍ତୁଷ୍ଟ

ଇଣ୍ଡୋନେସିଆ ମାଷ୍ଟର୍ସରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ଅଭିଯାନ ଶେଷ । ମହିଳା ଏକକ ସେମିଫାଇନାଲ ମୁକାବିଲାରେ ଜାପାନର ୟାକାନି ୟାମାଗୁଚୀଙ୍କୁ ଠାରୁ ଶନିବାର ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ଦୁଇ ଥରର ଅଲମ୍ପିକ୍‌ ପଦକ ବିଜେତା ସିନ୍ଧୁ । ଅଧିକ ପଢନ୍ତୁ

author img

By

Published : Nov 20, 2021, 7:49 PM IST

Indonesia Masters: PV Sindhu bows out after losing to Yamaguchi in semis
Indonesia Masters: ପୁଣି ବିଜୟ ରଥ ରୋକିଲେ ୟାମାଗୁଚୀ, ସେମିରେ ସନ୍ତୁଷ୍ଟ ସିନ୍ଧୁ

ବାଲି(ଇଣ୍ଡୋନେସିଆ): ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ଅଭିଯାନ ଶେଷ । ମହିଳା ଏକକ ସେମିଫାଇନାଲ ମୁକାବିଲାରେ ଜାପାନର ୟାକାନି ୟାମାଗୁଚୀଙ୍କୁ ଠାରୁ ଶନିବାର ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି ଦୁଇ ଥରର ଅଲମ୍ପିକ୍‌ ପଦକ ବିଜେତା ସିନ୍ଧୁ । ୨୧-୧୩, ୨୧-୯ ସିଧାସଳଖ ସେଟ୍‌ରେ ସିନ୍ଧୁ ପରାସ୍ତ ହୋଇଛନ୍ତି । ୩୨ ମିନିଟ୍‌ ଧରି ଏହି ମ୍ୟାଚ୍‌ ଖେଳାଯାଇଥିଲା । ଫଳରେ ପୁଣି ବଡ ଟୁର୍ଣ୍ଣାମେଣ୍ଟରେ ୟାମାଗୁଚୀ, ସିନ୍ଧୁଙ୍କ ରାସ୍ତାର କଣ୍ଟା ହୋଇଛନ୍ତି ।

ଆକ୍ରମଣାତ୍ମକ ରଣନୀତି ଆପଣାଇ ପ୍ରଭାବୀ ପ୍ରଦର୍ଶନ ସହ ମାତ୍ର ୨୦ ମିନିଟ୍‌ରେ ୨୧-୧୩ରେ ପ୍ରଥମ ସେଟ୍‌କୁ ଜିତିନେଇଥିଲେ ୟାମାଗୁଚୀ । ଏହାପରେ ସିନ୍ଧୁ କମବ୍ୟାକ୍‌ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଦ୍ବିତୀୟ ସେଟ୍‌କୁ ମଧ୍ୟ ସମାନ ଢଙ୍ଗରେ ୨୧-୯ ସେଟ୍‌ରେ ଏକତରଫା ଜିତିନେଇଥିଲେ ଜାପାନ ଖେଳାଳି ।

ଫ୍ରେଞ୍ଚ୍‌ ଓପନ ପରେ BWF World Tourରେ ସିନ୍ଧୁଙ୍କ ଏହାଥିଲା କ୍ରମାଗତ ଦ୍ବିତୀୟ ସେମିଫାଇନାଲ ପ୍ରବେଶ । ଶୁକ୍ରବାର ତୁର୍କୀର ନେସଲିହନ ୟିଗିଟଙ୍କୁ ୨୧-୧୩, ୨୧-୧୦ରେ ହରାଇ ସେମିରେ ପହଞ୍ଚିଥିଲେ ସିନ୍ଧୁ ।

ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.