ETV Bharat / sports

ବିଶ୍ବ ଚମ୍ପିଆନ ସିନ୍ଧୁ - ପି.ଭି ସିନ୍ଧୁ

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଲେ ପି.ଭି ସିନ୍ଧୁ । ଫାଇନାଲ ମୁକାବିଲାରେ 21-7, 21-7 ସେଟରେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି ସିନ୍ଧୁ ।

ଡିଜାଇନ ଫଟୋ
author img

By

Published : Aug 25, 2019, 6:38 PM IST

ବାସେଲ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଲେ ପି.ଭି ସିନ୍ଧୁ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ଫର୍ମରେ ଥିଲେ ସିନ୍ଧୁ । ପୁରା ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନଙ୍କ ପରି ଖେଳିଥିଲେ ସିନ୍ଧୁ । ସେମିଫାଇନାଲ ମୁକାବିଲା ଯେଉଁଠାରେ ଶେଷ କରିଥିଲେ, ଫାଇନାଲରେ ସେହିଠାରୁ ଆରମ୍ଭ କରିଥିଲେ ।

ଫାଇନାଲ ମୁକାବିଲାରେ 21-7, 21-7 ସେଟରେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି ସିନ୍ଧୁ । ପ୍ରଥମ 2ଟି ସେଟକୁ ଏକପାଖିଆ ଜିତିନେଇ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ସେ । କ୍ରମାଗତ ତୃତୀୟ ଥର ପାଇଁ ସିନ୍ଧୁ, ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲେ ।

ବାସେଲ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଲେ ପି.ଭି ସିନ୍ଧୁ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ଫର୍ମରେ ଥିଲେ ସିନ୍ଧୁ । ପୁରା ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନଙ୍କ ପରି ଖେଳିଥିଲେ ସିନ୍ଧୁ । ସେମିଫାଇନାଲ ମୁକାବିଲା ଯେଉଁଠାରେ ଶେଷ କରିଥିଲେ, ଫାଇନାଲରେ ସେହିଠାରୁ ଆରମ୍ଭ କରିଥିଲେ ।

ଫାଇନାଲ ମୁକାବିଲାରେ 21-7, 21-7 ସେଟରେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି ସିନ୍ଧୁ । ପ୍ରଥମ 2ଟି ସେଟକୁ ଏକପାଖିଆ ଜିତିନେଇ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ସେ । କ୍ରମାଗତ ତୃତୀୟ ଥର ପାଇଁ ସିନ୍ଧୁ, ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲେ ।

slug-sankhua artists and poitical prachar
format-pkg(Exclusive)
report-sadasiba patra
place-Phulabani(Kandhamal)
date-15.4.2019
ଶଙ୍ଖ,ଶୁଭର ସଙ୍କେତ,ଶଙ୍ଖ ଧ୍ବନୀ ଶୁଭାଶୁଭର ଧ୍ବନୀ  । ଭଗବାନ ବିଷ୍ଣୁଙ୍କ ହସ୍ତରେ ବିରାଜମାନ ଚକ୍ର,ଗଦା ଅସ୍ତ୍ରର ପ୍ରତୀକ ହୋଇଥିବା ବେଳେ ଶଙ୍ଖ ଶୁଭର ସଂକେତ ଓ ପଦ୍ମ ସୁନ୍ଦରର ସଙ୍କେତ ପ୍ରଦାନ କରେ  । ଶଙ୍ଖ ଆମ ଓଡିଆ ପରମ୍ପରା ଜୀବନଶୈଳୀରେ ଏକ ଗୁରୁତ୍ବପୁର୍ଣ ଅଂଶ  । ଏହାକୁ ନେଇ କେତେ ଯେ କଳାକାରଙ୍କ ସୃଷ୍ଟି  । ଶଙ୍ଖ ବଜାଉଥିବା ଶଙ୍ଖୁଆଙ୍କ ଆବଶ୍ୟକତା ଯଥେଷ୍ଟ ଆମ ଜୀବନଶୈଳୀରେ  । ଏହା ସହିତ ଯୋଡିଶଙ୍ଖ ପରମ୍ପରା ମଧ୍ୟ ସୃଷ୍ଟି ହୋଇଛି କେଉଁ ଅନାଦି କାଳରୁ  । ରାଜନୈତିକ ଦଳଙ୍କ ଚିହ୍ନ ଶଙ୍ଖ ହେବା ପରେ ନିର୍ବାଚନୀ ପ୍ରଚାରରେ ଏକ ଅଭିନ୍ନ ଅଙ୍ଗ ହୋଇଛନ୍ତି ଶଙ୍ଖୁଆ ମାନେ  । ଶଙ୍ଖୁଆ କଳାକାର ଓ ନିର୍ବାଚନୀ ପ୍ରଚାରକୁ ନେଇ ଈଟିଭି ଭାରତର ଏକ୍ସକ୍ଲୁସିଭ୍ ରିପୋର୍ଟ  ।
ଶଙ୍ଖ,ଓଡିଆ ଜନଜୀବନର ଏକ ଅଭିନ୍ନ ଅଙ୍ଗ  । ପୂଜା ପାର୍ବଣ,ଯାନିଯାତ୍ରା ହେଉ ଅବା ଯେ କୌଣସି ଶୁଭ କର୍ମରେ ବାଜି ଉଠେ ଶୁଭ ଶଙ୍ଖର ମଧୁର ଧ୍ବନି  । ମନରେ ମଧ୍ୟ ଏକ ଶୁଭ ,ସତ୍ ଓ ଆଧ୍ଯାତ୍ମିକ ଭାବନା ଜାଗ୍ରତ କରେ ଏହି ଧ୍ବନି  । ଓଡିଶାର ଗାଁ ଗଣ୍ଡା ସହରରେ ସବୁଠି ଶଙ୍ଖୁଆଙ୍କ ରହିଛି ଯଥେଷ୍ଟ ଆବଶ୍ୟକତା  । ପାରମ୍ପରିକ ଭାବେ ଶଙ୍ଖୁଆ ମାନେ ନିଜ ପେଟପାଟଣା କରି ଆସିଛନ୍ତି ଏହାରି ମାଧ୍ୟମରେ  । 
ଏବେ ନିର୍ବାଚନୀ ଋତୁ  । ଗାଁ ଗଣ୍ଡା ସହର ବଜାର ସବୁଠି ନିର୍ବାଚନର ତାତି  । ଭୋଟରଙ୍କୁ ମୋହିବା ପାଇଁ ଗାଁ ଦାଣ୍ଡରେ ପାଦରେ ଚାଲି ବୁଲୁଛନ୍ତି  ନେତା ପ୍ରାର୍ଥୀ  । ନିଜ ସମର୍ଥକଙ୍କୁ ନେଇ ଭୋଟ ଭିକ୍ଷା କରୁଛନ୍ତି  । ତେବେ ଏପରି ପ୍ରଚାର ଯାତ୍ରାରେ ମଧ୍ୟ ଶଙ୍ଖୁଆ ଏକ ଅପରିହାର୍ଯ୍ୟ ଆବଶ୍ୟକତା  । ଶୁଭ ପାଇଁ ଏବଂ ଲୋକଙ୍କୁ ଆକୃଷ୍ଟ କରିବାକୁ ବାଜୁଛି ଶୁଭ ଶଙ୍ଖ । ତେବେ ବିଜୁ ଜନତା ଦଳର ନିର୍ବାଚନୀ ଚିହ୍ନ ହୋଇଥିବାରୁ ଉଭୟ କାମରେ ଆସୁଛି ଶଙ୍ଖୁଆଙ୍କ ଉପସ୍ଥିତି  । ଘଣ୍ଚାଏ ଦୁଇଘଣ୍ଟା ରହିଲେ ମିଳିଯାଉଛି  ଦୁଇ ଶହରୁ ପାଞ୍ଚ ଶହ ଯାଏଁ  ।  ଏମିତି ଏକ ପ୍ରଚାରରେ ଆମେ ପହଞ୍ଚିଥିଲୁ ସଦର ବ୍ଲକ ପକନାଗାଁରେ  । ଆଦିବାସୀ ଅଧ୍ୟୁସିତ ଏହି ଗାଁରେ ସମସ୍ତେ ପ୍ରସ୍ତୁତ ଥିଲେ  । ପହଞ୍ଚିଲେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ  । ଆରମ୍ବ ହୋଇଗଲା ଶଙ୍ଖ ନାଦ ଓ ପଦଯାତ୍ରା  । ଆଗରେ ଆଗରେ ଶଙ୍ଖ ଧ୍ବନି ପଛରେ ନେତା ଜନତା  । ଆଜିକାଲି ଆମ ଆବଶ୍ୟକତା ବଡିଛି ବୋଲି କହିଛନ୍ତି ଶଙ୍ଖୁଆ  ।
ବାଇଟ୍(1) ଶିବ ଡାକୁଆ,ଶଙ୍ଖୁଆ
ବଡ ବଡ ନିର୍ବାଚନୀ ପ୍ରଚାର ଅବା ଶୋଭାଯାତ୍ରାରେ ଖୋଜାପଡୁଛି ଯୋଡିଶଙ୍ଖ କଳାକାରଙ୍କୁ  । ସୁଦୂର ଗଞ୍ଜାମ ଜିଲାରୁ କନ୍ଧମାଳକୁ ଆସୁଛନ୍ତି ଏହି କଳାକାର ଗୋଷ୍ଠୀ  । ଆଠରୁ ଦଶ ଜଣ ଅବା ପନ୍ଦର ଜଣ କଳାକାରଙ୍କ ଶଙ୍ଖନାଦରେ ଫାଟିପଡେ ଶୋଭାଯାତ୍ରା  । ଜିଲାରେ ଏବେ ହାଇଭୋଲଟେଜ୍ ପ୍ରଚାର ଚାଲିଥିବା ବେଳେ ଯୋଡିଶଙ୍ଖ କଳାକାରଙ୍କ ଡିମାଣ୍ଡ ମଧ୍ୟ ଯଥେଷ୍ଟ ହୋଇଯାଇଛି  । ଭଲ ରୋଜଗାର ମଧ୍ୟ କରୁଛନ୍ତି ଏହି ସମୟରେ  । ତେବେ କଳାକାରଙ୍କ ପେଟପାଟଣା ବଞ୍ଚିବା ସହିତ କଳା ମଧ୍ୟ ବଞ୍ଚିବା  ଦରକାର ବୋଲି କହିଛନ୍ତି ସ୍ତାନୀୟ ସାହିତ୍ୟିକ  ତଥା ଗବେଷକ ।
(2) ବିଜୟ ପଟ୍ଟନାୟକ,ସାହିତ୍ୟିକ ତଥା ଗବେଷକ
ନିର୍ବାଚନୀ ପ୍ରଚାରରେ ଶଙ୍ଖୁଆ ମାନଙ୍କ ଆବଶ୍ୟକତା ବଢେଇଦେଇଛି ଏହି କଳାକାରଙ୍କ ପେଟପାଟଣା ଓ କଳାର ସମ୍ମାନକୁ  ।
ଫୁଲବାଣୀରୁ ସଦାଶିବ ପାତ୍ର,ଈଟିଭି ଭାରତ
......
ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.