ETV Bharat / sitara

Bigg Boss ଘରେ ବଲ୍‌ ପାଇଁ ହମଲା, କାନ୍ଦିଲେ ତେଜସ୍ବୀ ପ୍ରକାଶ - କାନ୍ଦିଲେ ତେଜସ୍ବୀ ପ୍ରକାଶ

ଫାଇନାଲ ଟାକ୍ସକୁ ନେଇ ତେଜସ୍ବୀ ପ୍ରକାଶ ଏବଂ ଅଭିଜିତ୍ ବିଚୁକଲେଙ୍କ ମଧ୍ୟରେ ଟଣାଓଟରା । ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ବଲ୍‌ରେ କଲେ ହମଲା । ଅଧିକ ପଢନ୍ତୁ

Bigg Boss ଘରେ ବଲ୍‌ ପାଇଁ ହମଲା, କାନ୍ଦିଲେ ତେଜସ୍ବୀ ପ୍ରକାଶ

author img

By

Published : Jan 21, 2022, 7:23 AM IST

ହାଇଦ୍ରାବାଦ: ଚର୍ଚ୍ଚିତ ରିଅଲିଟି ସୋ' ବିଗ୍ ବସ୍-15 ଫାଇନାଲରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ପ୍ରତିଯୋଗୀମାନେ କ୍ରମାଗତ ଭାବରେ କଠିନ ପରିଶ୍ରମ କରୁଛନ୍ତି । ସୋ'ର ଫାଇନାଲ ଯେତିକି ପାଖେଇ ଆସୁଛି ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତା ସେତେ ଅଧିକା ବଢୁଛି । ତେବେ ସୋ'ର ଶେଷ ଦିନରେ ଏକ ବଡ ମୋଡ଼ ଆସିଥିବାବେଳେ ବିଗ୍ ବସ୍ ପୁଣି ଥରେ ଘରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରାଇଛନ୍ତି । ତେବେ ଏଥର ୱାଇଲ୍ଡ କାର୍ଡ ଆଉ କାହାକୁ ନୁହେଁ ବରଂ ଘରୁ ବେଘର ହୋଇଥିବା ସୋ'ର ପ୍ରତିଯୋଗୀ ରାଜୀବ ଅଦତିଆଙ୍କୁ ପୁଣି ଶୋ’କୁ ଅଣାଯାଇଛି । ଏଭଳି ପରିସ୍ଥିତିରେ ରାଜୀବ ଆସିବା ମାତ୍ରେ ଘରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ସମାନ କ୍ରମରେ ବୁଧବାର ପ୍ରସାରିତ ଏପିସୋଡରେ ପୁଣି ଥରେ ନନ୍‌-ଭିଆଇପି ସଦସ୍ୟ ଫାଇନାଲ ସପ୍ତାହରେ ନିଜର ସ୍ଥାନ ବନାଇବା ପାଇଁ ପରସ୍ପର ସହିତ ଝଗଡା କରୁଥିବା ଦେଖିବାକୁ ମିଳିଥିଲା। ବିଗ୍ ବସ୍ ଦ୍ବାରା ଦିଆଯାଇଥିବା କାମ ଅନୁଯାୟୀ, ଘରର ଜଣେ ସଦସ୍ୟଙ୍କୁ ଘୋଡା ହେବାକୁ ଥିଲା, ଯେଉଁଥିରେ ବସି ରାଜୀବଙ୍କୁ ବଡ ବଲ ଭାଙ୍ଗିବାକୁ ଥିଲା । ଏହି କାମ କରିବା ପାଇଁ ତେଜସ୍ବୀ ପ୍ରକାଶ, ଅଭିଜିତ୍ ବିଚୁକଲେ ଏବଂ ନିଶାନ୍ତ ଭଟ୍ଟ ପରସ୍ପର ସହ ପ୍ରତିଦ୍ବନ୍ଦିତା କରୁଥିବା ଦେଖିବାକୁ ମିଳିଥିଲା ।

କାମ ଆଧାରରେ ରାଜୀବଙ୍କ ଦ୍ବାରା ଭାଙ୍ଗିଯାଇଥିବା ବଡ଼ ବଲରୁ ବାହାରୁଥିବା ଛୋଟ ବଲକୁ ତିନିଜଣ ସଦସ୍ୟଙ୍କୁ ନିଜ ନିଜ ବ୍ୟାଗରେ ଏକାଠି କରିବାର ଥିଲା। ଯେଉଁ ସଦସ୍ୟଙ୍କ ପାଖରେ ସର୍ବାଧିକ ବଲ୍ ହେବ, ସେ ଏହି ସୋ'ର ବିଜେତା ଘୋଷିତ ହେବ। କାମ ବା ଟାକ୍ସ କରିବା ସମୟରେ ବଲ୍ ସଂଗ୍ରହ କରିବା ବ୍ୟତୀତ କାମ କରୁଥିବା ପ୍ରତିଯୋଗୀମାନେ ପରସ୍ପରଠାରୁ ବଲ୍ ଛଡ଼ାଇ ନେଇଥିବାର ଦେଖାଯାଇଥିଲା । ଏହି ସମୟରେ ଅଭିଜିତ୍ ବିଚୁକଲେ ତେଜସ୍ବୀ ପ୍ରକାଶଙ୍କଠାରୁ ବ୍ୟାଗ ଛଡ଼ାଇ ନେଇଥିବାର ନଜର ଆସିଥିଲେ।

ଏହି ସମୟରେ ଉଭୟଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଏପରିକି ନିଜ ବ୍ୟାଗକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ତେଜସ୍ବୀଙ୍କୁ ଅଭିଜିତ ବ୍ୟାଗ ସହିତ ଟାଣି ନେଇ ତଳେ ପକାଇଦେଇଥିଲେ । ଛଡ଼ାଇବା ସମୟରେ ତେଜାସ୍ବୀଙ୍କ ବ୍ୟାଗ ଫାଟି ଯାଇଥିଲା ଏବଂ ତାଙ୍କର ସମସ୍ତ ବଲ ପଡିଯାଇଥିଲା ​​| ଯାହା ପରେ ନିଶାନ୍ତ ଏବଂ ଅଭିଜିତ୍ ତାଙ୍କ ବଲ୍ ଚୋରି କରୁଥିବା ଦେଖିବାକୁ ମିଳିଥିଲା। ଅଭିଜିତଙ୍କ ଏହି କାମରେ ରାଗି ଯାଇ ତେଜସ୍ବୀ ବଲକୁ ଟାଣି ତାଙ୍କୁ ମାରିଥିଲେ। ଏହା ଉପରେ ଅଭିଜିତ୍ ତାଙ୍କୁ ବିରୋଧ କରୁଥିବା ଦେଖାଯାଇଥିଲା । ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ତେଜସ୍ବୀଙ୍କୁ ବୁଝାଉଥିବାର ଦେଖାଯାଇଥିଲା ଯେ ଏହା କାମ ବା ଟାକ୍ସ ଅଧୀନରେ କରାଯାଇଛି, ତେଣୁ ବଲରେ ମାରନି।

ଏହା ପରେ ତେଜସ୍ବୀ ପୁଣିଥରେ ତାଙ୍କ ବଲ୍ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାପୂର୍ବରୁ ନିଶାନ୍ତ ଏବଂ ଅଭିଜିତ୍ ତାଙ୍କର ଅଧିକାଂଶ ବଲ ଚୋରି କରି ନେଇଥିଲେ । ଏପରି ପରିସ୍ଥିତିରେ, ତାଙ୍କର କଠିନ ପରିଶ୍ରମକୁ ବରବାଦ ହୋଇଥିବାର ଦେଖି ତେଜସ୍ବୀ ଏକେଲା ଯାଇ ନିରାଶ ହୋଇ କାନ୍ଦିବାକୁ ଲାଗିଲେ । କାମର କୌଣସି ଫଳାଫଳ ଏଯାଏ ପ୍ରକାଶ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ, ଏହି ଗେମ୍‌ରେ କେଉଁ ସଦସ୍ୟ ଜିତୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.