ହାଇଦ୍ରାବାଦ: ଦର୍ଶକଙ୍କୁ ପୁଣି ମନୋରଞ୍ଜନ ଯୋଗାଇବାକୁ ଆସୁଛନ୍ତି ତେଲୁଗୁ ଷ୍ଟାର ରବି ତେଜା । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ମସିହା ଫେବୃଆରୀ ୧୧ ତାରିଖରେ ରବିଙ୍କ ଅଭିନୀତ 'Khiladi' ରିଲିଜ ହେବାକୁ ଯାଉଥିବା ସୂଚନା ମିଳିଛି ।
ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ରବି ଷ୍ଟାଇଲରେ ଧୂମ୍ରପାନ କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରମେଶ ବର୍ମା । ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ମୀନାକ୍ଷୀ ଚୌଧୁରୀ ଓ ଡିମ୍ପଲ ହାୟାଥି ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଭିନ୍ନ ଚରିତ୍ରରେ ରବିଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି ।
ଏହି ଫିଲ୍ମକୁ ବଲିଉଡ଼ ପ୍ରଡକ୍ସନ ହାଉସ Pen Studios ପ୍ରଡ୍ୟୁସ କରିଛି । ଏହି ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାମ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହି ଫିଲ୍ମରେ ଅନ୍ୟ କଳାକାର ଭାବେ ଅର୍ଜୁନ, ଉନ୍ନି ମୁକୁନ୍ଦନ, ଅନସୂୟା ଭରଦ୍ବାଜ, ନିକିତିନ ଧୀର ଓ ଠାକୁର ଅନୁପ ସିଂ ପ୍ରମୁଖ ଏଥିରେ ନଜର ଆସିବେ ।
@IANS