ETV Bharat / sitara

Salaar: ପ୍ରଭାସଙ୍କ ସହ ନଜର ଆସିବେ ଜଗପତି ବାବୁ

ରିଲିଜ ହେଲା 'ସଲାର' ଫିଲ୍ମର ପୋଷ୍ଟର । ପୋଷ୍ଟରେ ଅଭିନେତା ଜଗପତି ବାବୁଙ୍କ ଲୁକକୁ ନେଇ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ...

author img

By

Published : Aug 23, 2021, 5:31 PM IST

Salaar: ପ୍ରଭାସଙ୍କ ସହ ନଜର ଆସିବେ ଜଗପତି ବାବୁ
Salaar: ପ୍ରଭାସଙ୍କ ସହ ନଜର ଆସିବେ ଜଗପତି ବାବୁ

ହାଇଦ୍ରାବାଦ: ଟଲିଉଡର ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ 'ସଲାର'ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତା ଜଗପତି ବାବୁ । ଏହି ଫିଲ୍ମରେ ଜଗପତିଙ୍କ ଏକ ଲୁକ ଆଜି(ସୋମବାର) ସେୟାର ହୋଇଛି । ଏହି ବ୍ଲାକ ଆଣ୍ଡ ହ୍ବାଇଟ ପୋଷ୍ଟରରେ ଜଗପତିଙ୍କ ଲୁକ୍‌ ଖୁବ ବଳିଷ୍ଠ ଲାଗୁଛି । ସେ ନାକରେ ଲଗାଇଥିବା ରିଙ୍ଗ ଫିଲ୍ମରେ ତାଙ୍କ ଭୂମିକାରେ ଏକ ଦୃଢ ଚରିତ୍ର ଦର୍ଶାଉଛି ।

KGF ସିରିଜ ପରେ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏବଂ ପ୍ରଡକ୍ସନ୍ ହାଉସ୍ ହୋମ୍ବଲେ ଫିଲ୍ମସ୍ ମଧ୍ୟରେ ଏହା ତୃତୀୟ ସହଯୋଗ ହେବାକୁ ଯାଉଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମର ରିଲିଜ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି । ପୋଷ୍ଟର ରିଲିଜ ହେବା ପରେ ଫିଲ୍ମକୁ ମାର୍କେଟକୁ ଛାଡିବା ପାଇଁ ବ୍ୟାକୁଳ ବୋଲି କହିଛନ୍ତି ପ୍ରଯୋଜକ ବିଜୟ କିରାଗନ୍ଦୁର ।

ସଲାର ପୋଷ୍ଟର ରିଲିଜ କରିବା ପଛରେ ଫିଲ୍ମ ନିର୍ମାତାଙ୍କ ଏକ ଉଦ୍ଦେଶ୍ୟ ରହିଛି । ଏହି ପୋଷ୍ଟରରେ ଥିବା ସାଉଥ ଆକ୍ଟର ଜଗପତିଙ୍କ ଚରିତ୍ର ସମ୍ପର୍କରେ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିବା ପାଇଁ ସେ ଏହି ପୋଷ୍ଟରକୁ ରିଲିଜ କରିଛନ୍ତି । ଜଗପତିଙ୍କ ଏହି ଲୁକ ଫିଲ୍ମରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଫିଲ୍ମର କାହାଣୀରେ ଏହା ଏକ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ପ୍ରଯୋଜକ ବିଜୟ କହିଛନ୍ତି । ସଲାର ସୁଟିଂ ସହିତ ଅନେକ ଚରିତ୍ରର ଲୁକ ସୋସିଆଲ ମିଡ଼ିଆ ମାଧ୍ୟମରେ ଦର୍ଶକଙ୍କ ସହିତ ପରିଚିତ କରାଯିବ ବୋଲି କୁହାଯାଇଛି । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ପ୍ରଭାସ ଓ ଶ୍ରୁତି ହାସନ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.