ETV Bharat / sitara

ଲୁଚିଛପି ନିର୍ବନ୍ଧ କଲେ ବରୁଣ ଓ ନତାଶା

ଜୋର ଧରିଛି ବରୁଣ ଧୱନ ଓ ନତାଶାଙ୍କ ବିବାହ ଖବର । ଇତିମଧ୍ୟରେ ସାମ୍ନାକୁ ଆସିଯାଇଛି ଦୁଇଜଣଙ୍କ ନିର୍ବନ୍ଧ ଖବର ।

author img

By

Published : Aug 10, 2019, 11:10 AM IST

ଡିଜାଇନ ଫଟୋ

ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶାଙ୍କ ରିଲେସନଶିପ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସୁଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଏହି ଯୋଡି ନିର୍ବନ୍ଧ କରିନେଇଛନ୍ତି । ଆଉ କିଛି କିଛି ମିଡିଆରେ ଖବର ଜୋର ଧରିଛି ଯେ ବରୁଣ ଓ ନତାଶା ଲୁଚିଛପି ବିବାହ କରି ନେଇଛନ୍ତି।

ପ୍ରକାଶ ଥାଉକି ପିଲା ବେଳୁ ପରସ୍ପରକୁ ଡେଟ କରି ଆସୁଥିବା ବରୁଣ ଓ ନତାଶା ଗତ ବର୍ଷ ସିକ୍ରେଟରେ ନିର୍ବନ୍ଧ କରିଥିଲା । ପୁରା ବ୍ୟକ୍ତିଗତ ରୂପେ ଦୁଇଜଣଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । କେବଳ ଦୁଇଜଣଙ୍କ ପରିବାର ସଦସ୍ୟ ନିର୍ବନ୍ଧରେ ସାମିଲ ହୋଇଥିଲେ । କିନ୍ତୁ ଦୁଇଜଣ ଆସନ୍ତା ଡିସେମ୍ବରରେ ବିବାହ କରିବେ ବୋଲି ସ୍ଥିର କରିଛନ୍ତି ।

ନିର୍ବନ୍ଧ ଖବର ପୂର୍ବରୁ ବରୁଣ ଓ ନତାଶା ଏବର୍ଷ ଡିସେମ୍ବରରେ ବିବାହ କରିବେ ବୋଲି ଦୁଇଜଣଙ୍କ ପକ୍ଷରୁ ଶୁଣିବାକୁ ମିଳିଥିଲା । ନିଜ ବିବାହ ପାଇଁ ବରୁଣ ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ନିଜର ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର’କୁ ଆସନ୍ତା ବର୍ଷକୁ ଘଞ୍ଚାଇବାକୁ ଅନୁରୋଧ ମଧ୍ୟ କରିଛନ୍ତି । ଏହାର କାରଣ ହେଲା ସେ ଡିସେମ୍ବରରେ ନତାଶାଙ୍କ ସହ ଧୁମଧାମରେ ବିବାହ କରିବାକୁ ଚାହୁଁଛନ୍ତି ।

ଏକ ସାକ୍ଷାତକାରରେ ବରୁଣ କହିଥିଲେ କି ସେ ନତାଶାଙ୍କ ସହ ବିବାହ କରିବେ କିନ୍ତୁ ଏତେ ଜଲଦି ନୁହେଁ । କାରଣ ବର୍ତ୍ତମାନ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ଅଛି । ଯାହା କାମରେ ସେ ବହୁତ ବ୍ୟସ୍ତ । ସେ ଠିକ୍ ସମୟ ପାଇଲେ ବିବାହ କରିନେବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.