ETV Bharat / sitara

ମିଡିଆ ସାମ୍ନାରୁ ସାମନ୍ଥାଙ୍କୁ ଏମିତି ବଞ୍ଚାଇଲେ ବରୁଣ, ଭିଡିଓ ଭାଇରାଲ

author img

By

Published : Mar 12, 2022, 12:28 PM IST

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି । ସାମନ୍ଥା ମୁମ୍ବାଇରେ ବରୁଣ ଧୱନଙ୍କ ସହ ନଜର ଆସିଥିଲେ ଏବଂ ସେମାନଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି । ସେମାନଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ମିଡିଆ ସାମ୍ନାରୁ ସାମନ୍ଥାଙ୍କୁ ଏମିତି ବଞ୍ଚାଇଲେ ବରୁଣ, ଭିଡିଓ ଭାଇରାଲ
ମିଡିଆ ସାମ୍ନାରୁ ସାମନ୍ଥାଙ୍କୁ ଏମିତି ବଞ୍ଚାଇଲେ ବରୁଣ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଦକ୍ଷିଣର ଚଳଚ୍ଚିତ୍ର 'ପୁଷ୍ପା'ରେ' ଓ ଅନ୍ତାୱା ଗୀତରେ ନିଜର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ସାମନ୍ଥା ମୁମ୍ବାଇରେ ବରୁଣ ଧୱନଙ୍କ ସହ ନଜର ଆସିଥିଲେ ଏବଂ ସେମାନଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି । ତେବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ଏହି ଭିଡିଓ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।

ସାମନ୍ଥା-ବରୁଣ
ସାମନ୍ଥା-ବରୁଣ

ଏହି ଭିଡିଓରେ ବରୁଣ ଧୱନ ତାଙ୍କ ଗେଷ୍ଟ ସାମନ୍ଥାଙ୍କ ବହୁତ ଭଲ ଭାବେ କେୟାର ନେଉଥିବାର ନଜର ଆସିଛନ୍ତି । ଭିଡିଓରେ, ବରୁଣ ପାପାରାଜିଙ୍କୁ କହୁଥିବା ଦେଖାଯାଉଛି - ତାଙ୍କୁ ଡରାଓନି, କାହିଁକି ଡରାଉଛ ୟାର ? ଏହା ପରେ ବରୁଣ ସାମନ୍ଥାଙ୍କୁ ଭିଡ଼ରୁ ବାହାର କରି ସେଠାରୁ କାରକୁ ନେଉଥିବାର ଦେଖିବାକୁ ମିଳିଛି । ବରୁଣ ଧୱନ ଏବଂ ସାମନ୍ଥାଙ୍କ କେୟାରନେସ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

ପ୍ରଶଂସକମାନେ ଅନେକ କମେଣ୍ଟ ଦେଇଛନ୍ତି । କେହି ଜଣେ ଲେଖିଛନ୍ତି, 'ଆମ ସ୍ୟାମଙ୍କ କେୟାର ନେଇଥିବାରୁ ଧନ୍ୟବାଦ ବରୁଣ।' ଆଉ ଜଣେ କହିଛନ୍ତି - ଭାଇ, ସାଉଥକୁ ଯିବାକୁ ଚେଷ୍ଟା କର । ଆଉ ଜଣେ ୟୁଜର ଥଟ୍ଟା କରି ଲେଖିଥିଲେ - ଚୌକିଦାର ଧୱନ ।

ଏହି ଅବସରରେ ବରୁଣ ଧୱନ ଏବଂ ସାମନ୍ଥାଙ୍କ ବ୍ୟତୀତ 'ଦି ଫ୍ୟାମିଲି ମ୍ୟାନ୍' ନିର୍ଦ୍ଦେଶକ ରାଜ ଏବଂ ଡି.କେ ଙ୍କ ଯୋଡି ମଧ୍ୟ ଏହି ଫଟୋରେ ଦେଖିବାକୁ ମିଳିଛି। ଏହି ଫଟୋକି ଦେଖିଲେ ଏମିତି ଲାଗୁଛି ଯେ ତାଙ୍କର ଆଗାମୀ ୱେବ୍ ସିରିଜ୍ 'ସିଟାଡେଲ୍'ର ଦେଶୀ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ତେବେ ରାଜ ଓ ଡି.କେ ଏବଂ ରୁଷୋ ବ୍ରଦର୍ସଙ୍କ ଦ୍ୱାରା ଆମେରିକୀୟ ୱେବ୍ ସିରିଜ୍ ସିଟାଡେଲର ହିନ୍ଦୀ ସଂସ୍କରଣରେ ବରୁଣ ଏବଂ ସାମନ୍ତଙ୍କୁ ପ୍ରଥମ ଥର ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.