ETV Bharat / sitara

କୁମାର ସାନୁ@୬୪, ରୋମାଣ୍ଟିକ ହେଉ କି ସ୍ୟାଡ ସଙ୍ଗ ସବୁଠି ଲଗାନ୍ତି ଚାରଚାନ୍ଦ - ବଲିଉଡ ସିଙ୍ଗର

ବଲିଉଡ ଚଳଚ୍ଚିତ୍ର ସାଜନ ହେଉ କି ଦିୱାନା କି ରାଜା ହିନ୍ଦୁସ୍ତାନୀ ସବୁର ଗୀତ ଶୁଣି ଝୁମି ଉଠନ୍ତି ଶ୍ରୋତା । ଏହିପରି ଅନେକ ଫିଲ୍ମରେ ହିଟ ଗୀତ ଗାଇ ଯିଏ ଶ୍ରୋତାଙ୍କ ହୃଦୟରେ ରାଜ କରିଛନ୍ତି ସେ ମହାନ ଗାୟକ ଜଣକ ହେଲେ ସମସ୍ତଙ୍କ ପ୍ରିୟ କୁମାର ସାନୁ । ଆଜି କୁମାର ସାନୁଙ୍କ ଜନ୍ମଦିନ । ୬୪ ବର୍ଷରେ ପାଦ ଥାପିଛନ୍ତି ସାନୁ । ଅଧିକ ପଢନ୍ତୁ...

ମହାନ ଗାୟକ କୁମାର ସାନୁ
ମହାନ ଗାୟକ କୁମାର ସାନୁ
author img

By

Published : Oct 20, 2021, 9:15 AM IST

ମୁମ୍ବାଇ: ଗୋଟିଏ ଫିଲ୍ମକୁ ହିଟ କରିବାରେ ସାହାଯ୍ୟ କରିଥାଏ ଗୀତ । ଆଉ ଗୀତକୁ ଗାଇ ସେଥିଲେ ଚାର ଚାନ୍ଦ ଲଗାନ୍ତି କଣ୍ଠଶିଳ୍ପୀ । ବଲିଉଡ ଚଳଚ୍ଚିତ୍ର ସାଜନ ହେଉ କି ଦିୱାନା କି ରାଜା ହିନ୍ଦୁସ୍ତାନୀ ସବୁର ଗୀତ ଶୁଣି ଝୁମି ଉଠନ୍ତି ଶ୍ରୋତା । ଏହିପରି ଅନେକ ଫିଲ୍ମରେ ହିଟ ଗୀତ ଗାଇ ଯିଏ ଶ୍ରୋତାଙ୍କ ହୃଦୟରେ ରାଜ କରିଛନ୍ତି ସେ ମହାନ ଗାୟକ ଜଣକ ହେଲେ ସମସ୍ତଙ୍କ ପ୍ରିୟ କୁମାର ସାନୁ । ଆଜି କୁମାର ସାନୁଙ୍କ ଜନ୍ମଦିନ । ୬୪ ବର୍ଷରେ ପାଦ ଥାପିଛନ୍ତି ସାନୁ ।

୧୯୫୭ ଆଜିର ଦିନରେ କୋଲକାତାରେ ଜନ୍ମ ହୋଇଥିଲେ ପ୍ରସିଦ୍ଧ ଗାୟକ କୁମାର ସାନୁ । କୁମାର ସାନୁଙ୍କ ପ୍ରକୃତ ନାମ କେଦାରନାଥ ଭଟ୍ଟାଚାର୍ଯ୍ୟ । ସେ ତାଙ୍କ ଗୀତ କ୍ୟାରିୟରରେ ଅନେକ ହିଟ୍ ଗୀତ ଗାଇଛନ୍ତି । ତାଙ୍କ ବିଷୟରେ କୌତୁହଳର ବିଷୟ, ସେ 28 ଦିନ ମଧ୍ୟରେ ଅଧିକାଂଶ ଗୀତ ରେକର୍ଡିଂ କରିବା ପାଇଁ ଏକ ବିଶ୍ବ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ତାଙ୍କୁ କିଙ୍ଗ ଅଫ ମେଲୋଡି କୁହାଯାଏ। ୯୦ ଦଶକରେ ଲୋକଙ୍କ ହୃଦୟରେ ରାଜ କରୁଥିଲେ ସାନୁ ।

୨୦୧୫ରେ ସଙ୍ଗୀତ ଦମ ଲଗା କେ ହେଇସାରେ ପୁଣି କମବ୍ୟାକ କରିଥିଲେ । ନିକଟରେ ଗାୟକ ଅନେକ ଟିଭି ରିଆଲିଟି ସୋ, ଇଣ୍ଡିଆନ୍ ଆଇଡଲ୍, TKSS ଭଳି ଗୀତ ଶୋ’ରେ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କୁ ମତୁଉଲା କରିଛନ୍ତି । ଗୀତ ଜୋ ହାଲ ଦିଲକା, ରିମ ଝିମ ରିମ ଝିମ, ଭିଗି ହୁଇ ହେ ରାତ ମଗର, ଲଭ ଇନ ରେନ,ତେରି ଆଶିକି ମେ ନଚାଏଗା, ଏ ବନ୍ଧନ ତୋ, ଜାତି ହୁଁ ମେ, ବାଜିଗର ଓ ବାଜିଗର, ଲଡକି ବଡି ଅନଜାନି ହେ, ଆଖଁ ହେ ଭରି ଭରି, ସୋଚେଙ୍ଗେ ତୁମେ ପ୍ୟାର, ଲଡକି ଆଖଁ ମାରେ ଓ ପେହଲି ପେହଲି ବାର ମୌହବତ କି ହେ ଭଳି ଅନେତ ହିଟ ଗୀତ ଗାଇଛନ୍ତି । ଯାହାକୁ ଏବେ ବି ଦର୍ଶକ ଶୁଣିଲେ ଝୁମି ଉଠନ୍ତି ।

ସାନୁଙ୍କ ସ୍ବରରେ ଏକ ପ୍ରକାର ଯାଦୁ ରହିଛି । ସେ ଗାଇଥିବା ଗୀତ ଲୋକଙ୍କୁ ଏକ ସ୍ବପ୍ନ ଦୁନିଆକୁ ନେଇଯାଏ। ତାଙ୍କ ମ୍ୟାଜିକାଲ ସ୍ବର ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି । ଫିଲ୍ମ ସାଜନ (1991), ଦିୱାନା (1992), ବାଜିଗର (1993), ଏ ଲଭ୍ ଷ୍ଟୋରୀ (1994) ରେ ଗୀତ ପାଇଁ ସେ ଫିଲ୍ମ ଫେୟାର ପୁରସ୍କାର ଜିତିଛନ୍ତି । ଆଜି ଏହି ସ୍ବରର ଯାଦୁଗରଙ୍କ ଜନ୍ମଦିନରେ ବଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.