ETV Bharat / sitara

‘ଧଡକନ’ ସିକ୍ବେଲରେ ଅକ୍ଷୟ-ସୁନୀଲଙ୍କ ଲାଡଲା - ଅକ୍ଷୟ କୁମାରଙ୍କ ଆରବ କୁମାରଙ୍କ ନ୍ୟୁଜ

ଖୁବଶୀଘ୍ର ଆସିବାକୁ ଯାଉଛି ବ୍ଲକବଷ୍ଟର ଫିଲ୍ମ ‘ଧଡକନ’ର ସିକ୍ବେଲ। ହେଲେ ଏଥର ନଜର ଆସିବେ ନାହିଁ ଫେମସ ଯୋଡି ଅକ୍ଷୟ କୁମାର ଓ ସୁନୀଲ ସେଟ୍ଟୀ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 26, 2020, 5:41 PM IST

ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ଶିଳ୍ପା ସେଟ୍ଟୀଙ୍କ ଅଭିନେତା ସୁପରହିଟ୍ ଫିଲ୍ମ ‘ଧଡକନ’ ସିକ୍ବେଲକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା। 2000ରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କ ମନ କିଣିବାରେ ସଫଳ ସାବ୍ୟସ୍ତ ହୋଇଥିଲେ। ଏବେ ଫିଲ୍ମର ସିକ୍ବେଲକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ଯାହା ଶୁଣି ଖୁସି ହୋଇଯିବେ ଦର୍ଶକ । କାରଣ ‘ଧଡକନ’ରେ ସୁନୀଲ-ଅକ୍ଷୟଙ୍କ ଦମଦାର ଅଭିନୟ ଦେଖିଥିବା ଦର୍ଶକ ଏବେ ଏହାର ସିକ୍ବେଲରେ ଦୁଇ ଷ୍ଟାରଙ୍କ ପୁଅଙ୍କ ଅଭିନୟ ଦେଖିବାକୁ ଯାଉଛନ୍ତି।

ଆଜ୍ଞା ହଁ, ଫିଲ୍ମ ଜରିଆରେ ସୁନୀଲଙ୍କ ପୁଅ ଅହାନ ସେଟ୍ଟୀ ଓ ଅକ୍ଷୟଙ୍କ ପୁଅ ଆରବ କୁମାର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହେଲେ ଫିଲ୍ମରେ ଏହି ଦୁଇ କିଡଙ୍କ ସହ କେଉଁ ଅଭିନେତ୍ରୀ ଅଭିନୟ କରିବେ ତାହା ନେଇ କୌଣସି ଖୁଲାସା ଏଯାବତ ହୋଇନାହିଁ।

ନିକଟରେ ସାକ୍ଷାତକାରରେ ସୁନୀଲ କହିଥିଲେ ଯେ ଏବେ ସେ ଆଉ ଅକ୍ଷୟ ବୁଢା ହୋଇସାରିଲେଣି । କୌଣସି ବି ଦର୍ଶକ ଆମ ଭଳି ବୁଢା ଲୋକଙ୍କ ରୋମାନ୍ସ ସ୍କ୍ରିନରେ ଦେଖିବାକୁ ପସନ୍ଦ କରିବେ ନାହଁ । ଏଠାରୁ ଭଲ କଥା ହେଲା ଯେ ‘ଧଡକନ’ ସିକ୍ବେଲରେ ଆମ ପିଲା ଅଭିନୟ କରିବା।

ଖାଲି ଏତିକି ନୁହେଁ ସୁନୀଲ ଫିଲ୍ମ ନିର୍ମାତା ରତନ ଜୈନଙ୍କ ସହ ଏହି ବିଷୟରେ ଚର୍ଚ୍ଚା ମଧ୍ୟ କରିସାରିଛନ୍ତି। ରତନ ମଧ୍ୟ ତାଙ୍କ ଏହି ଆଇଡିଆ ଉପରେ ଭଲ ପ୍ରତିକ୍ରିୟା ଦେଇଥିଲେ।

ପ୍ରକାଶ ଥାଉକି କୋରୋନା ଭାଇରସ ପାଇଁ ଠପ ପଢିଛି ବଲିଉଡ କାମ । ସବୁ ନର୍ମଲ ହେଲା ପରେ ଏହି ଫିଲ୍ମ ଉପରେ କାମ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.