ETV Bharat / sitara

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଏସପ୍ଲାନେଡ କୋର୍ଟରେ ପହଞ୍ଚିଲେ ସୌଭିକ ଓ ସାମୁଅଲ

author img

By

Published : Sep 5, 2020, 1:41 PM IST

ଏସପ୍ଲାନେଡ କୋର୍ଟରେ ପହଞ୍ଚିଲେ ସୁଶାନ୍ତଙ୍କ ମାମଲାରେ ସନ୍ଦେହ ଘେରରେ ଥିବା ସୌଭିକ ଓ ସାମୁଅଲ । ଏହାସହ ଭଉୟଙ୍କ ହେବ ଡ୍ରଗ ଟେଷ୍ଟ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତି ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଷଡଯନ୍ତ୍ର ପଦାକୁ ଆସିବା ପରେ ଚାଲିଛି ତଦନ୍ତ । ଶୁକ୍ରବାର ଏନସିବି ରିୟାଙ୍କ ଭାଇ ସୌଭିକ ଓ ମିରାଣ୍ଡାଙ୍କୁ ରିମାଣ୍ଡରେ ନେଇଥିଲା । ଏହାସହ ଶୁକ୍ରବାର ଦୁଇଜଣଙ୍କ ବାସଭବନରେ ମଧ୍ୟ ଏନସିବି ସର୍ଚ୍ଚ ଅପରେସନ କରାଯାଇଥିଲା । ଇତିମଧ୍ୟରେ ଖବର ସାମ୍ନାକୁ ଆସୁଛି ଯେ ଏନସିବି ଅଧିକାରୀଙ୍କ ଦ୍ବାରା ସୌଭିକ ଓ ସାମୁଅଲଙ୍କୁ ଏସପ୍ଲାନେଡ କୋର୍ଟକୁ ନିଆଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ,ବ୍ୟୁରୋ

ପ୍ରକାଶ ଥାଉକି ସୌଭିକ ନିଜ ବୟାନରେ ଏହା ସ୍ବୀକାର କରିସାରିଲେଣି ଯେ ତାଙ୍କ ଭଉଣୀ ରିଆ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ସାମୁଅଲ ଅଭିନେତାଙ୍କୁ ଡ୍ରଗ ଦେଉଥିଲେ । ଏହାବ୍ୟତୀତ ଏନସିବି ଅଧିକାରୀ କହିଛନ୍ତି ଯେ ପଚରାଉଚରା ପାଇଁ ଏବଂ ସେମାନଙ୍କ ଦ୍ବାରା ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହେବା ପାଇଁ ଏଜେନ୍ସି ସେମାନଙ୍କୁ ହେପାଜତକୁ ନେବ । ଜବତ ହୋଇଥିବା ଲାପଟପ୍ ଓ ମିଳିଥିବା ଚାଟ ଉପରେ ଏହି ଦୁଇ ଜଣଙ୍କୁ ଅଧିକ ପଚରାଉଚରା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.