ମୁମ୍ବାଇ: ପରିଶେଷରେ ରିଲିଜ ହୋଇଯାଇଛି ଫେମସ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଜବରଦସ୍ତ ଟ୍ରେଲର । ଯାହାକୁ ଦେଖିବାକୁ କେବେଠୁ ବ୍ୟାକୁଳ ଥିଲେ ଫ୍ୟାନ୍ସ । ଟ୍ରେଲରର ଲାଇଭ ପ୍ରିମିୟର ଦେଖିବା ପାଇଁ 30 ହଜାରର ଅଧିକ ଦର୍ଶକ ଉପସ୍ଥିତ ଥିଲେ ।
ଜନ ଗ୍ରୀନଙ୍କ ଲେଖିତ ଉପନ୍ୟାସ ‘ଦ ଫଲ୍ଟ ଇନ ଆୱର ଷ୍ଟାର୍ସ’ ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ମୈନୀ ଓ କିଜି ଭଳି ଦୁଇ ସାଧାରଣ ପ୍ରେମୀ ଯୁଗଳଙ୍କ ଅସାଧାରଣ କାହାଣୀ । ଦୁଇଜଣ ହିଁ ଜୀବନରେ ଭୟାନକ ସ୍ଥିତି ଦେଇ ଗତି କରୁଛନ୍ତି । ଆଉ ଯେତେବେଳେ ଦୁଇଜଣ ପରସ୍ପର ସହ ସାକ୍ଷାତ କରୁଛନ୍ତି ତେବେ ଆରମ୍ଭ ହେଉଛି ନୂଆ କାହାଣୀ ।
ସେହିପରି ବଲିଉଡର ଫେମସ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାଡବା ଏହି ଫଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଛନ୍ତି । ସୁଶାନ୍ତଙ୍କ ‘କାଇ ପୋ ଛେ’ର କାଷ୍ଟ କରିଥିଲେ ମୁକେଶ । ସେହି ସମୟଠୁ ସୁଶାନ୍ତଙ୍କ ସହ ଭଲ ବନ୍ଧୁ ରୂପେ ରହିଆସୁଥିଲେ ମୁକେଶ । ସୁଶାନ୍ତଙ୍କ ମୃତ୍ୟୁରେ ସେ ଭାଙ୍ଗି ପଡିଛନ୍ତି । ଅନେକଥର ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଅନେକ ସ୍ମୃତି ସେୟାର କରିଛନ୍ତି ଭାବୁକ ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି, ସୁଶାନ୍ତଙ୍କ ଅପୋଜିଟ ଏହି ଫିଲ୍ମରେ ନଜର ଆସିବେ ସଞ୍ଜନା ସାଙ୍ଘୀ । ସେ ମଧ୍ୟ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି । ଏମାସ 24 ତାରିଖରେ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବ ଫିଲ୍ମ । ସଞ୍ଜନା ନିକଟରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖିବାକୁ ଅପିଲ ମଧ୍ୟ କରିଥିଲେ ।