ETV Bharat / sitara

ପିଲାଦିନର ଭିଡିଓ ସେୟାର କରି ଲୋଲୋଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବେବୋ - ପିଲାଦିନର ଭିଡିଓ ସେୟାର କରି

ବଲିଉଡ ଡିଭା କରିସ୍ମା କପୁର ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଭଉଣୀ ତଥା ଅଭିନେତ୍ରୀ କରୀନା ଏକ ଭିଡିଓ ସେୟାର କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଭିଡିଓରେ ଉଭୟ ଭଉଣୀଙ୍କ ପିଲାଦିନର ଫଟୋ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

sister kareena shares video of their childhood pictures on karisma birthday
ପିଲାଦିନର ଭିଡିଓ ସେୟାର କରି ଲୋଲୋଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବେବୋ
author img

By

Published : Jun 25, 2020, 5:58 PM IST

Updated : Jun 25, 2020, 6:38 PM IST

ମୁମ୍ବାଇ: ଗୁରୁବାର ଦିନ ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଭଉଣୀ କରୀନା କପୁର ଖାନ ଏକ ଭିଡିଓ ସେୟାର କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

କରୀନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ଭଉଣୀଙ୍କର ପିଲାଦିନର କିଛି ଫଟୋ ଏବଂ କିଛି କ୍ଲିପ୍ ମଧ୍ୟ ଦେଖିବାକୁ ମିଳିଛି ।

ଗୋଟିଏ କ୍ଲିପ୍‌ରେ ଏହା ଦେଖିବାକୁ ମିଳେ ଯେ, କରିସ୍ମା କରୀନାଙ୍କୁ ଗ୍ଲାସରେ ପାଣି ପିଆଇ ଦେବାରେ ସାହାଯ୍ୟ କରୁଛନ୍ତି । କରିସ୍ମାଙ୍କ ଏହି ଜନ୍ମଦିନ ଭିଡିଓରେ ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ରର କିଛି ଫଟୋ ଏବଂ ତାଙ୍କର ପରିବାର ସହିତ ବିତାଇଥିବା କିଛି ମୁହୂର୍ତ୍ତର ଫଟୋ ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

ଭିଡିଓ ଶେଷରେ କରିସ୍ମାଙ୍କୁ ସୈଫ ଅଲୀ ଖାନଙ୍କ ପୁଅ ତାଇମୁରଙ୍କ ସହ ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓର କ୍ୟାପସନରେ କରୀନା ଲେଖିଛନ୍ତି, "ସବୁଠୁ ପବିତ୍ର, ବହୁମୂଲ୍ୟ ପ୍ରେମ ! ମୋ ଭଉଣୀ, ମୋର ଦ୍ୱିତୀୟ ମା ଏବଂ ମୋର ବହୁତ ଭଲ ବନ୍ଧୁ .. ବେଷ୍ଟ ଡିଭା, ଜନ୍ମଦିନର ଶୁଭେଚ୍ଛା ଲୋଲୋ । ଭଗବାନ ଆମ ସକାଳର ଫୋନ୍ ଚାଟ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2020, 6:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.