ମୁମ୍ବାଇ: ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ 'ନୋଟବୁକ' ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଲାଣି । ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତା ଜାହୀର ଇକବାଲ ଏବଂ ଅଭିନେତା ମୋହନୀଶ ବହଲଙ୍କ ଝିଅ ପ୍ରନୂତନ ବହଲ । କିନ୍ତୁ ଦର୍ଶକଙ୍କୁ ଏହା ଜଣାନାହିଁ କି ଫିଲ୍ମ ପାଇଁ ଜାହୀରଙ୍କୁ ପ୍ରଥମେ ସାର୍ଟ ଖୋଲିବାକୁ କହିଥିଲେ ସଲମାନ । ତେବେ କାହିଁକି ସଲମାନ ଏପିରି କହିଥିଲେ ଜାହୀରଙ୍କୁ ଆସନ୍ତୁ ଜାଣିବା ଏହାର ରହସ୍ୟ...
ଫିଲ୍ମଟି ମାର୍ଚ୍ଚ 29ରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି କାଶ୍ମୀର ବ୍ୟାକଗ୍ରାଉଣ୍ଡରେ ଏବଂ ଗୋଟିଏ ସ୍କୁଲର ଦୁଇଟି ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଲଭ ଷ୍ଟୋରୀ ଉପରେ ଆଧାରିତ । 'ନୋଟବୁକ' ଜରିଆରେ ଦର୍ଶକ ବଲିଉଡରେ ଦୁଇ ନୂଆ ଚେହେରାକୁ ଦେଖିବାକୁ ପାଇବେ । ଦୁଇ ଷ୍ଟାର ନିଜ ଡେବ୍ୟୁକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।
ଫିଲ୍ମ ରିଲିଜ ହେବା ପୂର୍ବରୁ ଜାହୀର ବଡ କଥାର ଖୁଲାସା କରିଛନ୍ତି । ଏହି ଖୁଲାସାରେ ସେ ସଲମାନଙ୍କ ନାମ ନେଇଛନ୍ତି । ଯେତେବେଳେ ସେ ଫିଲ୍ମ ପାଇଁ ସଲମାନଙ୍କ ସହ ସାକ୍ଷାତ କରିଥିଲେ ତାଙ୍କୁ ଆଶ୍ଚର୍ଯ୍ୟଜନକ କଥା କହିଥିଲେ ସଲମାନ । ପାଖାପାଖି 6 ବର୍ଷରୁ ସବୁବେଳେ ସଲମାନଙ୍କ ଘର ସାମ୍ନା ଦେଇ ଯାଆନ୍ତି । ଏକଦା ଯେବେ ସଲମାନଙ୍କ ସହ ସାକ୍ଷାତ ହୋଇଥିଲା ତେବେ ସେ ନିଜ ଟ୍ରେନର ସହ ସାକ୍ଷାତ କରାଇଥିଲେ । ଆଉ ତାପରେ ସେ କହିଥିଲେ "ନିଜର ଟି-ସର୍ଟ ଖୋଲି ଭଲ ଫିଗର କର । ମୁଁ ତୁମକୁ ଷ୍ଟାର ବନେଇବି ।"