ETV Bharat / sitara

ଏକାଡେମୀ ଭିଡିଓରେ ଇରଫାନଙ୍କ ଝଲକ

author img

By

Published : Jul 30, 2020, 7:32 PM IST

ଜାରି ହେଲା ଓସ୍କାର ତରଫରୁ ଏକ ନୂଆ ଭିଡିଓ । ଯେଉଁଥିରେ ବଲିଉଡର ଫେମସ ଆକ୍ଟର ଇରଫାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଲାଇଫ ଅଫ ପାଇ’ ସାମିଲ ହୋଇଛି ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ଓସ୍କାର ଆୱାର୍ଡ ହଲିଉଡର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ । ଏହି ଆୱାର୍ଡକୁ ଜିତୁଥିବା ଏବଂ ଏହା ପାଇଁ ନୋମିନେଟ ହୋଇଥିବା କଳାକାରଙ୍କ ଚର୍ଚ୍ଚା ପୁରା ବିଶ୍ବରେ ହୁଏ । ଓସ୍କାରକୁ ଦ ଏକାଡେମୀ ନାମରେ ମଧ୍ୟ ଜଣାଯାଏ । ଇତିମଧ୍ୟରେ ଏକାଡେମୀ ତରଫରୁ ଏକ ଭିଡିଓ ସେୟାର କରାଯାଇଛି। ଆଉ ନିଜ ଫ୍ୟାନ୍ସ ଓ ସୋସିଆଲ ମିଡିଆ ୟୁଜର୍ସଙ୍କ ଏକ ଆଶାଭରା ମେସେଜ ମଧ୍ୟ ଦିଆଯାଇଛି । ଭିଡିଓରେ ଅନେକ ହଲିଉଡ ଫିଲ୍ମର ସିନ୍ସକୁ ସାମିଲ କରାଯିବା ସହ ସ୍ବର୍ଗୀୟ ବଲିଉଡ ଅଭିନେତା ଇରଫାନ ଖାନଙ୍କ ଫିଲ୍ମ ‘ଲାଇଫ ଅଫ ପାଇ’ ରଖାଯାଇଛି।

ଭିଡିଓ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି, ‘ଯେଉଁ ଫିଲ୍ମକୁ ଆମେ ଭଲ ପାଉଛେ ସେମାନଙ୍କ ନଜରରୁ ଆଶାର ଏକ ସେଲିବ୍ରେଶନ।’

ପ୍ରକାଶ ଥାଉକି ଏହା ଏକ ମୋଣ୍ଟାଜ ଭିଡିଓ । ଏଥିରେ ପପୁଲାର ହଲିଉଡ ଫିଲ୍ମ ‘ଦ ଇଣ୍ଟରଷ୍ଟେଲର’, ‘ଲିଟିଲ ୱିମେନ’, ‘ବ୍ଲାକ ପାନ୍ଥର’ ଓ ‘ଲାଇଫ ଅଫ ପାଇ’ରୁ ପ୍ରେରଣାଦାୟକ ସିନ୍ସକୁ ନିଆଯାଇଛି । ସେହିପରି ଭିଡିଓର ଆରମ୍ଭ ଆକ୍ଟର ଏଲ ପଚୀନୋଙ୍କ ଶବ୍ଦରୁ ହେଉଥିବା ବେଳେ ଶେଷ ଇରଫାନଙ୍କ ଶବ୍ଦରେ ହେଉଛି । ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛି ଭିଡିଓ । ଆପଣ ବି ଦେଖନ୍ତୁ ଇରଫାନଙ୍କ ଝଲକ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.