ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନାର ତାଣ୍ଡବ ଦେଖିବାକୁ ମିଳୁଛି । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । କୋରୋନା ପ୍ରକୋପ ସହ ଗତ ବର୍ଷରୁ ଲଢିଆସୁଛି ଭାରତ । ସେପଟେ ଦେଶବାସୀଙ୍କୁ ଏହି ଅସୁବିଧାରୁ ବାହାର କରିବା ପାଇଁ ସହଯୋଗର ହାତ ବଢାଉଛନ୍ତି ସେଲିବ୍ରିଟି ।
ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ଗାୟିକା ଲତା ମଙ୍ଗେଶକର । ସେ ଏବେ କୋଭିଡ ପାଇଁ ମହାରାଷ୍ଟ୍ର ସିଏମ ରିଲିଫ ଫଣ୍ତକୁ 7 ଲକ୍ଷ ଟଙ୍କା ଦାନ କରିଛନ୍ତି । ମହାରାଷ୍ଟ୍ର ସରକାର ଶନିବାର ଟ୍ବିଟରରେ ଏହି ଖବର ସେୟାର କରିଛନ୍ତି । ଏହି ସାହାଯ୍ୟ ପାଇଁ ଉଦ୍ଧବ ଠାକରେ ଲତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନିକଟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋରୋନା ସହ ଲଢେଇରେ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ।