ETV Bharat / sitara

‘ରାମ ସେତୁ’ ପାଇଁ ଲଢୁଛନ୍ତି କି ନିର୍ମାତା-ନିର୍ଦ୍ଦେଶକ ?

କିଛି ଦିନରୁ ଚର୍ଚ୍ଚାରେ ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ । ହେଲେ ଫିଲ୍ମକୁ ନେଇ ନିର୍ମାତା ଆଦିତ୍ୟ ଓ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଝଗଡା ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ପ୍ରତିକ୍ରିୟା ରଖିଛନ୍ତି ଚନ୍ଦ୍ର ।

author img

By

Published : Jan 5, 2021, 9:02 AM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ବିବେଦୀ ବିଗ ବଜେଟ ଫିଲ୍ମ ‘ପୃଥ୍ବୀରାଜ’ର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ଖିଲାଡି ଅକ୍ଷୟ କୁମାର ନଜର ଆସିବେ । ଆଉ ତାଙ୍କ ସହ ସ୍କ୍ରିନ ସେୟାର କରୁଛନ୍ତି ପୂର୍ବତନ ବିଶ୍ବ ସୁନ୍ଦରୀ ମାନୁଷୀ ଛିଲ୍ଲର । ସେହିପରି ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବ୍ୟାନରେ ନିର୍ମାଣ ହେଉଛି ଫିଲ୍ମ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଚନ୍ଦ୍ରପ୍ରକାଶ ଓ ଆଦିତ୍ୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଛି । ସେପଟେ ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚନ୍ଦ୍ରପ୍ରକାଶ ।

ତେବେ କଥାଟି ହେଲା ଯେ ୟଶରାଜର ଆଗାମୀ ଫିଲ୍ମ ‘ରାମ ସେତୁ’ର ଘୋଷଣା ହେବା ପରଠୁ ଏହି ଦୁଇଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ‘ରାମ ସେତୁ’ ଫିଲ୍ମରେ ଅକ୍ଷୟ ନଜର ଆସିବେ । ହେଲେ ଫିଲ୍ମ ସୁଟିଂ ପୂର୍ବରୁ ଆଦିତ୍ୟ ଓ ଚନ୍ଦ୍ରପ୍ରକାଶ ମୁହାଁମୁହଁ ହୋଇଛନ୍ତି । ଖାଲି ଏତିକି ନୁହେଁ ଏହି ଝଗଡା ପାଇଁ ‘ପୃଥ୍ବୀରାଜ’ ନିର୍ଦ୍ଦେଶନାରୁ ଚନ୍ଦ୍ରଙ୍କୁ ବାହାର କରିଦେଇଛନ୍ତି ଆଦିତ୍ୟ ବୋଲି କହୁଛନ୍ତି ସମସ୍ତେ । ବର୍ତ୍ତମାନ ସେ ନିଜେ ଫିଲ୍ମର ଆଗାମୀ ଏଡିଟ କରିବା ଯୋଜନା ମଧ୍ୟ କରିଛନ୍ତି ।

ହେଲେ ନିଜ ପ୍ରତିକ୍ରିୟାରେ ଚନ୍ଦ୍ର ଏହି ଖବରକୁ ଖଣ୍ଡନ କରି କହିଛନ୍ତି, ‘ଏହି ଗୁଜବ ସଂପୂର୍ଣ୍ଣ ଭିତ୍ତିହୀନ । ପାରସ୍ପରିକ ସମ୍ମାନ ପାଇଁ ଆଦି ଏବଂ ମୋର ପରସ୍ପର ସହିତ ବହୁତ ଭଲ ସମ୍ପର୍କ ଅଛି । ଜଣେ ନିର୍ମାତା ଭାବରେ ଆଦି ମୋତେ ପୃଥ୍ବୀରାଜ ପାଇଁ ପରଦାରେ ମୋର ଦୃଷ୍ଟିକୋଣ ରଖିବା ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି । ତାଙ୍କର ନିରନ୍ତର ସମର୍ଥନ ପାଇଁ ମୁଁ କୃତଜ୍ଞ । ଏଭଳି ଉଡା ଖବର ପ୍ରକାଶିତ କରାଯାଉଛି କେବଳ ସମ୍ପର୍କ ଖରାପ କରିବା ପାଇଁ । ମୁଁ ମିଡିଆକୁ ଅନୁରୋଧ କରୁଛି ଯେ ଏପରି ଖବର ଉପରେ ଧ୍ୟାନ ନଦେବାକୁ । ଆଗାମୀ ଫିଲ୍ମ ରାମ ସେତୁ ଉପରେ ବର୍ତ୍ତମାନ ଆମେ ଚର୍ଚ୍ଚା କରୁଛୁ । ଠିକ୍ ସମୟ ଆସିଲେ ଆମେ ଦୁହେଁ ଏହା ବିଷୟରେ ଘୋଷଣା କରିବୁ ।’

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.