ETV Bharat / sitara

ମଲାଇକାଙ୍କୁ ଟ୍ରୋଲ କଲେ ଅର୍ଜୁନ, ଜବାବରେ ଶୁଣିଲେ ଏମିତି

author img

By

Published : Mar 25, 2020, 2:48 PM IST

ସୋସିଆଲ ମିଡିଆରେ ଗାର୍ଲଫ୍ରେଣ୍ଡ ମଲାଇକାଙ୍କ ଫଟୋର ମଜାକ ଉଡାଇଲେ ଅର୍ଜୁନ କପୁର। ଯାହାପରେ ତାଙ୍କୁ କଡା ଜବାବ ଦେଇଛନ୍ତି ମଲାଇକା ।

arjun kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ତଥା ଫେମସ ମଡେଲ ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ରିଲେସନଶିପ ଖବର ଦୀର୍ଘ ସମୟରୁ ଚର୍ଚ୍ଚାରେ। ଦୁଇଜଣଙ୍କ ପ୍ରେମ ପ୍ରାୟତଃ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଦୁଇଜଣ ପରସ୍ପର ଫଟୋରେ ମଜାଦାର କମେଣ୍ଟ ମଧ୍ୟ କରନ୍ତି। ଏମିତି କିଛି ଏବେ ଦେଖିବାକୁ ମିଳିଛି। ଯାହାକୁ ନେଇ ଖୁବ୍ ହସିଛନ୍ତି ଫ୍ୟାନ୍ସ।

କଥାଟି ହେଲା ଯେ ସେଲ୍ଫ ଆଇସୋଲେସନରେ ଥିବା ମଲାଇକା ଇନଷ୍ଟାଗ୍ରାମରେ ଶୋଇଥିବାର ଏକ ଫଟୋ ସେୟାର କରିଥିଲେ। ତାଙ୍କ ଏହି ଫଟୋକୁ ୟୁଜର୍ସଙ୍କ ପୂର୍ବରୁ ତାଙ୍କ କଥିତ ବୟଫ୍ରେଣ୍ଡ ତଥା ଅଭିନେତା ଅର୍ଜୁନ କପୁର ଟ୍ରୋଲ କରି ଚର୍ଚ୍ଚାରେ।

ମଲାଇକା ସେୟାର କରିଥିବା ଫଟୋରେ ଅଭିନେତ୍ରୀ କରିସ୍ମା କପୁର, କରୀନା କପୁର, ମଲ୍ଲିକା ଭଟ୍ଟ ଓ ତାଙ୍କ ଉଭଣୀ ଅମୃତା ଅରୋରା ଶୋଇଥିବାର ନଜର ଆସୁଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଏକାଠି ଶୋଇଛନ୍ତି ବନ୍ଧୁ।’ ଯାହାପରେ ଅର୍ଜୁନ ଏହି ଫଟୋର ଖୁବ୍ ମଜାକ ଉଡାଇଥିଲେ। ଆଉ ମଲାଇକାଙ୍କୁ ପ୍ରଶ୍ନ କରିଥିଲେ ଯେ ତୁମ ଶୋଇବା ବେଳେ ହସୁଛ। କାରଣ ଫଟୋରେ ମଲାଇକାଙ୍କ ଶୋଇଥିବା ସମୟରେ ଚେହେରାରେ ହସ ଦେଖିବାକୁ ମିଳୁଛି।

ଏହାର ଜବାବରେ ମଲାଇକା କହିଛନ୍ତି, ‘ଅର୍ଜୁନ କପୁର ତୁମକୁ ଜଣା ଅଛି ମୋ ଶୋଇବା ସମୟର ମଧ୍ୟ ହସୁଥାଏ।’ ଦୁଇଜଣଙ୍କ ଏହି ନୋକ-ଝୋକ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.