ETV Bharat / sitara

ଅଯୋଧ୍ୟାରେ ‘ରାମସେତୁ’ ସୁଟିଂ, ଅନୁମତି ଦେଲେ ଯୋଗୀ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ‘ରାମସେତୁ’ ସୁଟିଂ। ଏଥିପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଗ୍ରୀନ ସିଗନାଲ୍ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଅଧିକ ପଢନ୍ତୁ...

author img

By

Published : Dec 5, 2020, 5:39 PM IST

Akshay Ram Setu shoot in Ayodhya, after getting approval from UP CM
ଅଯୋଧ୍ୟରେ ତିଆରି ହେବ ‘ରାମସେତୁ’, ଅକ୍ଷୟଙ୍କୁ ଅନୁମତି ଦେଲେ ଯୋଗୀ

ମୁମ୍ବାଇ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ‘ରାମସେତୁ’ ସୁଟିଂ। ଏଥିପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଗ୍ରୀନ ସିଗନାଲ୍ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସିଏମଓ ଅଫିସରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି ।

ନିକଟରେ ଯୋଗୀ ଆଦିତ୍ୟ ନାଥ ମୁମ୍ବାଇ ଗସ୍ତରେ ଆସିଥିଲେ । ବିଶ୍ବସ୍ତରୀୟ ଫିଲ୍ମ ସିଟି ନିର୍ମାଣ କରିବାକୁ ଘୋଷଣା କରିଥିବା ସିଏମ୍ ଯୋଗୀ ନିକଟରେ ମୁମ୍ବାଇ ଗସ୍ତରେ ଅନେକ ସେଲିବ୍ରିଟିଙ୍କୁ ଭେଟିଥିଲେ । ସେହି ସମୟରେ ସେ ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କୁ ମଧ୍ୟ ଭେଟିଥିଲେ । ପୂର୍ବରୁ ସୂଚନା ପ୍ରକାଶ ପାଇଥିଲା ଯେ, ଫିଲ୍ମ ସିଟି ସଂପର୍କରେ ଅକ୍ଷୟ ୟୁପି ସିଏମଙ୍କୁ ଭେଟିଥିଲେ ।

  • Actor Akshay Kumar has sought permission from CM Yogi Adityanath to shoot his next film 'Ram Setu' in Ayodhya: UP Chief Minister's Office (CMO)

    (File photo) pic.twitter.com/STe2ZhbrAD

    — ANI UP (@ANINewsUP) December 4, 2020 " class="align-text-top noRightClick twitterSection" data=" ">

ଏହି ସମୟରେ ସାମ୍ନାକୁ ଆସିଥିବା ଖବର ଅନୁଯାୟୀ, ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ' ଦେଶର ବୃହତ୍ତମ ରାଜ୍ୟରେ ସୁଟିଂ କରିବାକୁ ଚାହୁଁଥିଲେ । ଏହି ସଂପର୍କରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମଧ୍ୟ କଥା ହୋଇଥିଲେ ।

ସିଏମଓ ଅଫିସ ଦ୍ବାରା ଜାରି ଏକ ବୟାନରେ କୁହାଯାଇଛି, ଅକ୍ଷୟ ଅଯୋଧ୍ୟାରେ 'ରାମ ସେତୁ' ଚଳଚ୍ଚିତ୍ରର ସୁଟିଂ ପାଇଁ ସିଏମ ଯୋଗୀଙ୍କ ଅନୁମତି ମାଗିଥିଲେ ।

ଏବେ ଖିଲାଡିଙ୍କ ଏହି ଇଚ୍ଛାକୁ ଯୋଗୀ ସରକାର ଗ୍ରହଣ କରିବା ସହ ତାଙ୍କୁ ଅଯୋଧ୍ୟାରେ ସୁଟିଂ କରିବା ପାଇଁ ଅନୁମତି ଦେଇଛନ୍ତି । ୨୦୨୧ର ମଧ୍ୟ ଭାଗରେ ଫିଲ୍ମ ‘ରାମ ସେତୁ’ର ସୁଟିଂ ଅଯୋଧ୍ୟାର ରିଅଲ ଲୋକେସନରେ ହେବ ।

ପ୍ରକାଶ ଥାଉ ଯେ,ଅକ୍ଷୟ କୁମାର ଦୀପାବଳି ଅବସରେ ନିଜ ଅପକମିଂ ଫିଲ୍ମ ‘ରାମ ସେତୁ’ର ଘୋଷଣା କରିଥିଲେ । ଏହି ଫିଲ୍ମର ଲିଡ୍ ରୋଲରେ ଅକ୍ଷୟ ଥିବା ବେଳେ ତାଙ୍କ ଅପୋଜିଟରେ କେଉଁ ନାୟିକା ନଜର ଆସିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.