ETV Bharat / sitara

ସାମ୍ନାକୁ ଆସିଲା 'ରାମ ସେତୁ'ରୁ ଅକ୍ଷୟଙ୍କ ଫାଷ୍ଟ ଲୁକ୍

ଏବେ ଫିଲ୍ମ 'ରାମ ସେତୁ'ରୁ ଅକ୍ଷୟ କୁମାରଙ୍କ ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଛି । ଅଭିନେତା ଫିଲ୍ମରୁ ତାଙ୍କ ଲୁକ୍ କୁ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ଲୁକ୍ ବିଷୟରେ ପ୍ରଶଂସକଙ୍କ ମତାମତ ଲୋଡିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 30, 2021, 3:35 PM IST

akshay-kumar-unveils-ram-setu-look-begins-shoot
ସାମ୍ନାକୁ ଆସିଲା 'ରାମ ସେତୁ'ରୁ ଅକ୍ଷୟଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ନିକଟରେ ଅଭିନେତା ଅକ୍ଷୟ କୁମାର ଫିଲ୍ମ 'ରାମ ସେତୁ'ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଯାହାକୁ ନେଇ ଏବେ ସେ ଫିଲ୍ମ ରୁ ତାଙ୍କର ଫାଷ୍ଟ ଲୁକ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଅକ୍ଷୟ ଏହି ଫିଲ୍ମରେ ଜଣେ ଆର୍କିୟୋଲେଜିଷ୍ଟ ଭୂମିକାରେ ଅଭିନୟ କରୁଥିବା ପ୍ରକାଶ କରିଛନ୍ତି ।

ଫଟୋରେ ଅଭିନେତା ଲମ୍ବା କେଶ ସହିତ ଆଖିରେ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ତାଙ୍କ ଲୁକ୍ ବିଷୟରେ ପ୍ରଶଂସକଙ୍କ ଠାରୁ ମତାମତ ଲୋଡିଛନ୍ତି ।

ଫଟୋ ସହିତ କ୍ୟାପସନରେ ଅକ୍ଷୟ ଲେଖିଛନ୍ତି, 'ମୋର ଏକ ବିଶେଷ ଚଳଚ୍ଚିତ୍ର ହେବାକୁ ଥିବା ଫିଲ୍ମର ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । 'ରାମ ସେତୁ'ର ସୁଟିଂ ଆରମ୍ଭ ହୋଇଛି। ମୁଁ ଏହି ଚଳଚ୍ଚିତ୍ରରେ ଜଣେ ଆର୍କିୟୋଲେଜିଷ୍ଟ ଭୂମିକାରେ ଅଭିନୟ କରୁଛି । ମୁଁ ଏହି ଲୁକ୍ ଉପରେ ତୁମର ସମସ୍ତଙ୍କ ମତାମତ ଜାଣିବାକୁ ଚାହେଁ କାରଣ ଏହା ମୋ ପାଇଁ ସବୁବେଳେ ବହୁତ ମହତ୍ବପୂର୍ଣ୍ଣ ରହିଆସିଛି ।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୁସରତ ଭରୁଚା ମଧ୍ୟ ଅଭିନୟ କରିଛନ୍ତି । ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଅରୁଣା ଭାଟିଆ ଏବଂ ବିକ୍ରମ ମଲହୋତ୍ରାଙ୍କ ଦ୍ବାରା ନିର୍ମିତ। ଫିଲ୍ମର ଏକ ପ୍ରମୁଖ ଅଂଶ ମୁମ୍ବାଇରେ ସୁଟିଂ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.