ETV Bharat / sitara

ନିର୍ବନ୍ଧ କଲେକି ମଲାଇକା ? ଦ୍ବନ୍ଦରେ ଫ୍ୟାନ୍ସ

author img

By

Published : Apr 14, 2021, 3:31 PM IST

ଭାଇରାଲ ହେଲା ମଲାଇକାଙ୍କ ମୁଦି ଫଟୋ । ଯାହାର କ୍ୟାପସନ ଆଶ୍ଚର୍ଯ୍ୟଜନକ ଲେଖି ଫ୍ୟାନ୍ସ ପଚାରିଲେ ହଜାରେ ପ୍ରଶ୍ନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ଫେମସ ଲଭବାର୍ଡ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଦୀର୍ଘ ସମୟରୁ ପରସ୍ପରକୁ ଡେଟ୍ କରି ଆସୁଥିବା ଏହି ଯୋଡି ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । କାରଣ ଇତିମଧ୍ୟରେ ମଲାଇକା ସୋସିଆଲ ମିଡିଆରେ ଏମିତି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଭାବୁଛନ୍ତି ଯେ ଦୁହେଁ ବୋଧହୁଏ ନିର୍ବନ୍ଧ କରିସାରିଛନ୍ତି ।

କାରଣ ଭାଇରାଲ ଫଟୋରେ ମଲାଇକାଙ୍କ ଆଙ୍ଗୁଠିରେ ହୀରା ମୁଦି ଦେଖିବାକୁ ମିଳୁଛି । ଯାହା ତାଙ୍କ ନିର୍ବନ୍ଧର ବୋଲି କହୁଛନ୍ତି ସମସ୍ତେ । ଖାଲି ଏତିକି ନୁହେଁ ଫଟୋ କ୍ୟାପସନରେ ମଧ୍ୟ ହିଣ୍ଟ ଦେଇଛନ୍ତି ଅଭିନେତ୍ରୀ । ଆଉ ଲେଖିଛନ୍ତି, ‘ସ୍ବପ୍ନର ଏହି ମୁଦି । ଏବେଠୁ ଖୁସି ଆରମ୍ଭ । ଯଦି ତୁମେ ତୁମର ଜୀବନର ପ୍ରେମ ପାଇଁ ପ୍ରଶ୍ନ କରିବାକୁ ଯୋଜନା କରୁଛ, ତେବେ ଏଗେଜମେଣ୍ଟ ରିଙ୍ଗଗୁଡ଼ିକ ସମ୍ପୂର୍ଣ୍ଣ ସୁନ୍ଦର ଅଟେ । ତୁମେ ତୁମର ରିଙ୍ଗକୁ ମଧ୍ୟ କଷ୍ଟମାଇଜ୍ କରିପାରିବ, ଏହା ସୁନ୍ଦର ନୁହେଁ କି ? ମୋ ମୁଦିର ସବିଶେଷ ତଥ୍ୟ ଦେଖିବାକୁ ବାମକୁ ସ୍ବାଇପ୍ କରନ୍ତୁ ।’

ତାଙ୍କ ଏହି ଫଟୋକୁ ଦେଖି କିଛି ଫ୍ୟାନ୍ସଙ୍କ ମନରେ ନିର୍ବନ୍ଧ କଥା ଆସୁଥିବା ବେଳେ ଆଉ କିଛି ଭାବୁଛନ୍ତି ମଲାଇକା କୌଣସି ନୂଆ ବ୍ରାଣ୍ଡର ପ୍ରଚାର କରୁଛନ୍ତି । ତେବେ ସଠିକ୍ କଥା ଜାଣିବା ପାଇଁ ମଲାଇକାଙ୍କ ଖୁଲାସା ପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.