ETV Bharat / sitara

ଫିଲ୍ମ ଛାଡି ସାଇକେଲିଂରେ ମାତିଛନ୍ତି ଆୟୁଷ୍ମାନ

author img

By

Published : Jul 3, 2020, 6:14 PM IST

ଏବେ ନିଜ ଫିଟ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନା । ଏହାସହ ସେ ବାରମ୍ବାର ସୋସିଆଲ ମିଡିଆରେ ଦେଶବାସୀଙ୍କୁ ମଧ୍ୟ ଫିଟ୍ ରହିବାକୁ ଅନେକ ଉପାୟ କହୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ଲକଡାଉନରେ ଫିଟ୍ ରହିବାକୁ କ୍ରମାଗତ ଭାବେ ଚେଷ୍ଟ ଚଳାଇଛନ୍ତି । ସେ ନିଜର ଡେଲି ଫିଟନେସ ରୁଟିନ ଅନୁଯାଯୀ କାର୍ଡିୟୋ ଏକ୍ସରସାଇଜ ଆରମ୍ଭ କରିଦେଇଛନ୍ତି । ଯେଉଁଥିରେ ସାମିଲ ଅଛି ସାଇକେଲିଂ । ଏହି ସମୟରେ ଆୟୁଷ୍ମାନ ପୁରା ପରିବା ସହ ଚଣ୍ଡିଗଡରେ ଅଛନ୍ତି । ଆଉ ନିଜେ ଫିଟ ରହିବା ସହ ଦେଶବାସୀଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଫିଟ ରହିବାକୁ ଅପିଲ କରୁଛନ୍ତି । ଯାହାଦ୍ବାରା କୋରୋନା ଭାଇରସ ସହ ଲଢିବା ପାଇଁ ସମସ୍ତଙ୍କ ଇମ୍ୟୁନିଟି ପାୱାର ବଢିବ ।

ଏହା ବିଷୟରେ ଆଲୋଚନା କରି ସେ ନିକଟରେ କହିଥିଲେ ଯେ ବର୍ତ୍ତମାନର ଯେଉଁ ପରିସ୍ଥିତି ତାହାକୁ ଦୃଷ୍ଟିରେ ରଖି ଫିଟନେସ ଉପରେ ଅଧିକ ଧ୍ୟାନ ଦେବା ମହତ୍ବପୂର୍ଣ୍ଣ । ଫିଟ୍ ରହିବା ପାଇଁ ଆମକୁ ଫିଟନେସ ନିୟମକୁ ଖୋଜିବାକୁ ପଡିବ । କାରଣ ଏବେ ବହୁତ ଆବଶ୍ୟକ ହୋଇଯାଇଛି ଫିଟ୍ ରହିବା । ସେ ପୁରା ପରିବାର ସହ ଚଣ୍ଡିଗଡରେ ସମୟ ବିତାଉଛନ୍ତି । ଯାହା ପାଇଁ ସେ ସାଇକେଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରକାଶ ଥାଉକି ନିକଟରେ ଆମାଜନ ପ୍ରାଇମ ଭିଡିଓରେ ତାଙ୍କ ଅଭିନୀତ ଫିଲ୍ମ ‘ଗୁଲାବୋ-ସିତାବୋ’ ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କ ସହ ନଜର ଆସିଥିଲେ ବିଗ ବି ଅମିତାଭ ବଚ୍ଚନ । ଫିଲ୍ମଟିକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.