ETV Bharat / science-and-technology

ସ୍ନାପଚାଟରେ ଆସିଲା ନୂଆ ଫିଚର, ଏଣିକି ଛୋଟ ଛୁଆ ହୋଇପାରିବେନି ଶୋଷଣର ଶିକାର

ଏଣିକି ଛୋଟ ଛୁଆ ହୋଇପାରିବେନି ଶୋଷଣର ଶିକାର । ସ୍ନାପଚାଟରେ ଆସିଲା ନୂଆ ଫିଚର

author img

By ETV Bharat Odisha Team

Published : Sep 8, 2023, 1:08 PM IST

Snapchat New Feature
Snapchat New Feature

ହାଇଦ୍ରାବାଦ: ଆଜିର ସମୟରେ ପ୍ରାୟ ସମସ୍ତେ ସ୍ନାପଚାଟ ବ୍ୟବହାର କରୁଛନ୍ତି । ଛୋଟ ବୟସର ପିଲାମାନଙ୍କ କ୍ଷେତ୍ରରେ ଏହି ଆପର ବ୍ୟବହାର ଅଧିକ । ତେବେ ଅନେକ ଛୋଟ ଛୁଆ ବିଭ୍ରାନ୍ତକାରୀ ତଥ୍ୟ ବା ଠକାମୀର ଶିକାର ହେଉଛନ୍ତି । ପିଲାମାନଙ୍କୁ ଅନଲାଇନ୍ ବିପଦରୁ ରକ୍ଷା କରିବା ପାଇଁ ସ୍ନାପଚାଟ୍ ଆପରେ ଏକ ଫିଚର ଯୋଡି ହୋଇଛି । କମ୍ପାନୀ ଆପରେ ଏକ ଷ୍ଟ୍ରାଇକ୍ ସିଷ୍ଟମ ଏବଂ ଡିଟେକସନ ଟେକ୍ନୋଲୋଜି ଆଣିଛି । ଏହା ଦ୍ବାରା ଭୁଲ ଏବଂ ବିଭ୍ରାନ୍ତକାରୀ କଣ୍ଟେଣ୍ଟ ପଠାଉଥିବା ଆକାଉଣ୍ଟକୁ ବ୍ଲକ କରି ହେବ । ଏହି ଫିଚର ସାହାଯ୍ୟରେ କମ୍ପାନୀ ପିଲାମାନଙ୍କୁ ପ୍ଲାଟଫର୍ମରେ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ । ଏହା ଦ୍ବାରା ଅଜଣା ବ୍ୟକ୍ତିଙ୍କ ଠାରୁ ଭୁଲ ତଥ୍ୟ ଏବଂ ଠକାମୀ ଠାରୁ ବର୍ତ୍ତି ପାରିବେ ଛୋଟ ଛୁଆ ।

ସ୍ନାପଚାଟର ପ୍ୟାରେଣ୍ଟ୍ କମ୍ପାନୀ ସ୍ନାପ୍ ଇଙ୍କ ପକ୍ଷରୁ କୁହାଯାଇଛି ଯେ, କିଛି ବ୍ୟକ୍ତି ଛୋଟ ଛୁଆଙ୍କୁ ଟାର୍ଗେଟ କରିଥାଆନ୍ତି । ବନ୍ଧୁ ଅଥବା କୌଣସି ସମ୍ପର୍କ ନଥାଇ ମଧ୍ୟ ସେମାନଙ୍କ ସହ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କରିଥାଆନ୍ତି । ଏହି କ୍ଷେତ୍ରରେ କିଶୋରଙ୍କ ପାଇଁ ଏକ ଅପ୍ସନ ମିଳିବ । ଜଣ ୟୁଜର୍ସ ଚାହିଁଲେ ଆକାଉଣ୍ଟକୁ ବ୍ଲକ କିମ୍ବା ରିପୋର୍ଟ କରିପାରିବ ।

ଏହା ମଧ୍ୟ ପଢନ୍ତୁ: WhatsApp changing UI: ହ୍ବାଟ୍ସଆପ UI ବଦଳାଇବ କମ୍ପାନୀ, ଆପ୍‌ରେ ହେବ ଏହି ପରିବର୍ତ୍ତନ

ତେବେ ଛୋଟ ଛୁଆଙ୍କ ପାଇଁ କମ୍ପାନୀ ପୂର୍ବରୁ ହିଁ ଏକ ନିୟମ କରିଥିବା ବେଳେ ଏବେ ସେଥିରେ ଆହୁରି ସୁବିଧା ଯୋଡିଛି । ଯେତେବେଳେ ଜଣେ ଛୁଆ ଜଣେ ବ୍ୟକ୍ତିଙ୍କ ସହିତ ଯୋଡି ହେବାକୁ ଚାହାନ୍ତି ତେବେ ମ୍ୟୁଚାଲ ଫ୍ରେଣ୍ଡ ରହିବା ଆବଶ୍ୟକ । ନଚେଚ ଫ୍ରେଣ୍ଡ ହୋଇପାରିବେ ନାହିଁ । ବର୍ତ୍ତମାନ ପିଲାମାନେ ସେମାନଙ୍କ ସହିତ କୌଣସି ନୂତନ ବ୍ୟକ୍ତି ଯୋଡିବା ପାଇଁ ଅଧିକ ମ୍ୟୁଚାଲ ଫ୍ରେଣ୍ଡର ଆବଶ୍ୟକତା ହେବ । ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ପିଲାମାନଙ୍କୁ ହିଂସା, ଆତ୍ମ-କ୍ଷତି, ଭୁଲ ତଥ୍ୟ, ଯୌନ ଶୋଷଣ ଏବଂ ଅଶ୍ଳୀଳ ବିଷୟବସ୍ତୁ ଭଳି ଜିନିଷରୁ ରକ୍ଷା କରିବ । କିଶୋରମାନଙ୍କ ପାଇଁ ଏହି ଆପ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ: WhatsApp: ହ୍ବାଟ୍ସଆପରେ ଏଣିକି ଟ୍ରେସ ହୋଇ ପାରିବନି ଲୋକେସନ, ଆସିବାକୁ ଯାଉଛି ଜବରଦସ୍ତ ଫିଚର

ନିକଟରେ ହ୍ବାଟ୍ସଆପ ଏକ ଫିଚର ଆସିବାକୁ ଯାଉଛି । ସୂଚନା ଅନୁଯାୟୀ, କମ୍ପାନୀ ଶୀଘ୍ର ଉପଭୋକ୍ତାମାନଙ୍କୁ 'ଇନଷ୍ଟାଣ୍ଟ ଭିଡିଓ ମେସେଜ୍' ଫିଚର ଡିସେବଲ କରିବା ପାଇଁ ସୁବିଧା ପ୍ରଦାନ କରିବ । ଆପଣ ଇନଷ୍ଟାଗ୍ରାମ ଭିଡିଓ ମେସେଜର ସେଟିଙ୍ଗକୁ ଯାଇ ଅଫ କରିପାରିବେ । ଏହା ଦ୍ବାରା ଆପଣ ଯେତେବେଳେ ଜଣକୁ ଭଏସ ମେସେଜ ପଠାଇବା ପାଇଁ ଚାହୁଁଛନ୍ତି ସେତେବେଳେ ଭିଡିଓ ମେସେଜର ଅପ୍ସନ ଦେଖାଯିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.