ETV Bharat / science-and-technology

ବିନା ଅନୁମୋଦନରେ 47% ରୁ ଅଧିକ ଆଣ୍ଟିବାୟୋଟିକ୍ ଫର୍ମୁଲେସନ 2019ରେ ହୋଇଛି ବ୍ୟବହାର

author img

By

Published : Sep 8, 2022, 8:56 AM IST

ଭାରତରେ ଅନୁମୋଦିତ ହୋଇନଥିବା ଆଣ୍ଟିବାୟୋଟିକ ଫର୍ମୁଲେସନ ଅଧିକ ବ୍ୟବହାର ହେଉଛି ! 2019ରେ ଭାରତର ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା 47% ରୁ ଅଧିକ ଆଣ୍ଟିବାୟୋଟିକ୍ ଫର୍ମୁଲେସନ କେନ୍ଦ୍ରୀୟ ଔଷଧ ନିୟନ୍ତ୍ରକ(CDR) ଦ୍ୱାରା ଅନୁମୋଦିତ ହୋଇନଥିବା ଲାନସେଟ୍ ରିଜିଓନାଲ ହେଲ୍‌ଥ-ଦକ୍ଷିଣପୂର୍ବ ଏସିଆ(Lancet Regional Health-Southeast Asia)ରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଦେଶରେ ବିନା ଅନୁମୋଦନରେ 47% ରୁ ଅଧିକ ଆଣ୍ଟିବାୟୋଟିକ୍ ଫର୍ମୁଲେସନ 2019 ରେ ବ୍ୟବହୃତ ହୋଇଛି

ନୂଆଦିଲ୍ଲୀ: 2019 ମସିହାରୁ ଅନୁମୋଦିତ ହୋଇନଥିବା ଆଣ୍ଟିବାୟୋଟିକ ଫର୍ମୁଲେସନ ଅଧିକ ବ୍ୟବହାର ହେଉଛି ! ଏକଥା ଆମେ କହୁନୁ, ଲାନସେଟ୍ ରିଜିଓନାଲ ହେଲ୍‌ଥ-ଦକ୍ଷିଣପୂର୍ବ ଏସିଆ(Lancet Regional Health-Southeast Asia)ରେ ପ୍ରକାଶିତ ତଥ୍ୟ କହୁଛି । ଏକ ଅଧ୍ୟୟନ ଅନୁଯାୟୀ 2019 ରେ ଭାରତର ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା 47% ରୁ ଅଧିକ ଆଣ୍ଟିବାୟୋଟିକ୍ ଫର୍ମୁଲେସନ କେନ୍ଦ୍ରୀୟ ଔଷଧ ନିୟନ୍ତ୍ରକ(CDR) ଦ୍ୱାରା ଅନୁମୋଦିତ ହୋଇନାହିଁ ।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ଆଜିଥ୍ରୋମାଇସିନ୍ 500 ମିଗ୍ରା ଟାବଲେଟ୍ ଭାରତରେ ସର୍ବାଧିକ ବ୍ୟବହୃତ ଆଣ୍ଟିବାୟୋଟିକ୍ ଫର୍ମୁଲେସନ(7.6%) ଏବଂ ପରେ ସେଫିକ୍ସାଇମ୍ 200 ମିଗ୍ରା ଟାବଲେଟ୍ (6.5%) । ବୋଷ୍ଟନ୍ ୟୁନିଭରସିଟି, ଆମେରିକାର ତଥା ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀର ଅନୁସନ୍ଧାନକାରୀମାନେ ଘରୋଇ କ୍ଷେତ୍ରର ଆଣ୍ଟିବାୟୋଟିକ୍ ବ୍ୟବହାର ଯାଞ୍ଚ କରିଛନ୍ତି, ଯାହା ଭାରତରେ ମୋଟ ବ୍ୟବହାରର 8590 ପ୍ରତିଶତ ଥିବା ଜଣାପଡିଛି ।

9,000 ଷ୍ଟକିଷ୍ଟ୍ସର ଏକ ପ୍ୟାନେଲରୁ ଏହି ତଥ୍ୟ ସଂଗ୍ରହ କରାଯାଇଥିଲା, ଯେଉଁମାନେ ପ୍ରାୟ 5000 ଫାର୍ମାସ୍ୟୁଟିକାଲ୍ କମ୍ପାନୀରୁ ଉତ୍ପାଦ ଗଚ୍ଛିତ କରନ୍ତି । ତଥାପି, ଏହି ତଥ୍ୟଗୁଡ଼ିକ ସର୍ବସାଧାରଣ ସୁବିଧା ମାଧ୍ୟମରେ ବିତରଣ କରାଯାଇଥିବା ଔଷଧଗୁଡ଼ିକୁ ଅନ୍ତର୍ଭୁକ୍ତ କରିନଥିଲା, ଯଦିଓ ଏହା ଅଧ୍ୟୟନ ଏବଂ ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟ ଆକଳନ ଅନୁଯାୟୀ ଦେଶର ସମସ୍ତ ଔଷଧ ବିକ୍ରିର 1520 ପ୍ରତିଶତରୁ କମ୍ ।

ଅନୁସନ୍ଧାନକାରୀମାନେ ପୂର୍ବ ଆକଳନ ତୁଳନାରେ ଆଣ୍ଟିବାୟୋଟିକର କମ୍ ବ୍ୟବହାର ହାର ପାଇଲେ କିନ୍ତୁ ବ୍ରଡ-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକର ଅତ୍ୟଧିକ ଆପେକ୍ଷିକ ବ୍ୟବହାର, ଯାହା ବିଭିନ୍ନ ରୋଗ ସୃଷ୍ଟି କରୁଥିବା ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ । ମୋଟ ଡିଫାଇଣ୍ଡ ଡେଲି ଡୋଜ (DDD) - ବୟସ୍କମାନଙ୍କ ଔଷଧ ପାଇଁ ଦୈନିକ ହାରାହାରି ରକ୍ଷଣାବେକ୍ଷଣ ମାତ୍ରା- 2019 ରେ 5,071 ନିୟୁତ(10.4 DDD / 1,000 /day) ଖର୍ଚ୍ଚ ହୋଇଛି ବୋଲି ସେମାନେ କହିଛନ୍ତି ।

ଅଧ୍ୟୟନରୁ ଜଣାପଡିଛି ଯେ, ଫର୍ମୁଲେସନ ଲିଷ୍ଟର ଜାତୀୟ ତାଲିକାରେ ଅନ୍ତର୍ଭୁକ୍ତ 49% ଯୋଗଦାନ ଦେଇଥିବାବେଳେ ଫିକ୍ସଡ-ଡୋଜ୍ ମିଶ୍ରଣ (FDC) 34% ଏବଂ ଅନୁମୋଦିତ ଫର୍ମୁଲେସନ୍ସ 47.1% ଥିଲା । FDC ଗୁଡିକ ହେଉଛି ଗୋଟିଏ ଡୋଜ ଫର୍ମରେ ଦୁଇ କିମ୍ବା ଅଧିକ ସକ୍ରିୟ ଔଷଧର ମିଶ୍ରଣ । ଅଧ୍ୟୟନର ଲେଖକମାନେ ସୂଚାଇ ଦେଇଛନ୍ତି ଯେ, କେନ୍ଦ୍ରୀୟ ଅନୁମୋଦିତ ଫର୍ମୁଲେସନ୍ସ ମୋଟ DDD ର 47.1 ପ୍ରତିଶତ (2,408 ନିୟୁତ) ଅଟେ ।

ସେମାନେ କହିଛନ୍ତି ଯେ, ଅନୁମୋଦିତ ହୋଇନଥିବା ଫର୍ମୁଲେସନ ମଧ୍ୟରେ ସେଫାଲୋସ୍ପୋରିନ୍, ମାକ୍ରୋଲାଇଡ୍ ଏବଂ ପେନସିଲିନ୍ ଶ୍ରେଷ୍ଠ ତିନୋଟି ଆଣ୍ଟିବାୟୋଟିକ୍ ଥିଲା । ଆଣ୍ଟିବାୟୋଟିକ୍ସର ୱାଚ୍ ଗ୍ରୁପ୍ 72.7 ପ୍ରତିଶତ ଅନୁମୋଦିତ ଦ୍ରବ୍ୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ନିରୁତ୍ସାହିତ ମିଶ୍ରଣ ଗୁଡିକ 48.7 ପ୍ରତିଶତ FDC ଗଠନ କରିଥିଲା ​​।

ଅଧ୍ୟୟନର ଲେଖକମାନେ ଏହି ପତ୍ରିକାରେ ଉଲ୍ଲେଖ କରିଛନ୍ତି ଯେ, ଆଣ୍ଟିବାୟୋଟିକ୍‌ର ଅନୁପଯୁକ୍ତ ବ୍ୟବହାର ଭାରତରେ ଆଣ୍ଟିବାୟୋଟିକ୍ ପ୍ରତିରୋଧର ଏକ ପ୍ରମୁଖ ଡ୍ରାଇଭ । ସେମାନେ କହିଛନ୍ତି ଯେ, ଅଧିକାଂଶ ଆଣ୍ଟିବାୟୋଟିକ୍ ବିକ୍ରୟ, ବହୁ FDC ର ଉତ୍ପାଦନ, ମାର୍କେଟିଂ ଏବଂ ଜାତୀୟ ତଥା ରାଜ୍ୟସ୍ତରୀୟ ଏଜେନ୍ସି ମଧ୍ୟରେ ନିୟାମକ ଶକ୍ତିରେ ଓଭରଲାପ୍ ଦେଶରେ ଆଣ୍ଟିବାୟୋଟିକ୍ ଉପଲବ୍ଧତା, ବିକ୍ରୟ ଏବଂ ବ୍ୟବହାରକୁ ଜଟିଳ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.