ETV Bharat / international

ଇଟାଲିରେ ଭୟଙ୍କର ଭୂସ୍ଖଳନ: 7 ମୃତ, 5 ନିଖୋଜ - କରାଳ ରୂପ ଦେଖାଇଛି ପ୍ରକୃତି

କରାଳ ରୂପ ଦେଖାଇଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ ଇଟାଲିରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏହି ଅଘଟଣରେ 7 ଜଣଙ୍କ ମୃତ୍ୟୁ ଘଟିଛି। ଅଧିକ ପଢ଼ନ୍ତୁ

several died in landslide in italys ischia island
ଇଟାଲିରେ ଭୟଙ୍କର ଭୂସ୍ଖଳନ, 7 ମୃତ ଓ 5 ନିଖୋଜ
author img

By

Published : Nov 28, 2022, 8:52 AM IST

Updated : Nov 28, 2022, 9:10 AM IST

ରୋମ: ଇଟାଲିରେ ବଡ ଧରଣର ଭୂସ୍ଖଳନ । ଏଥିରେ ପ୍ରାୟ 7 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 5 ଜଣ ନିଖୋଜ ଅଛନ୍ତି । ରବିବାର ଇଟାଲିର ଇଶିଆ ଦ୍ବୀପରେ ଏକ ଜନବହୁଳ ବନ୍ଦର ସହରରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ 3 ସପ୍ତାହର ଶିଶୁ ଏବଂ ଦୁଇ ଭାଉଭଉଣୀ ରହିଛନ୍ତି, ଆବର୍ଜନା ତଳେ ପୋତି ହୋଇ ସେମାନଙ୍କ ମୃତ୍ୟୁ ଘଟିଛି ।

ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ଇସ୍କିଆ ଦ୍ବୀପର ଉତ୍ତର ଭାଗରେ ଅବସ୍ଥିତ ଇଟାଲି କ୍ୟାମ୍ପାନିଆର ମେଟ୍ରୋପଲିଟାନ ସିଟିରେ ଭୂସ୍କଳନ ଯୋଗୁଁ 7 ଜଣ ଆବର୍ଜନା ପୋତି ହୋଇଯାଇଥିଲେ । ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ, ଅନେକ ବଡ ବଡ ଅଟ୍ଟାଳିକା ଭୁଶୁଡି ଯିବା ସହ ଗାଡ଼ି ଗୁଡ଼ିକୁ ସମୁଦ୍ର ଭିତରକୁ ଧୋଇନେଇଥିଲା । ଆବର୍ଜନା ଗୁଡ଼ିକ ପ୍ରବାହିତ ହୋଇ ଜଳାଶୟ ସୃଷ୍ଟି କରିଛି । ଫଳରେ ଚାରିଆଡେ କାଦୁଆ ଓ ପାଣି ମାଡିଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବିତ୍ୟୁତ୍‌ ତାର ଉପରେ ଖସିପଡିଲା ହେଲିକପ୍ଟର, ଅନ୍ଧାରରେ 90 ହଜାରରୁ ଊର୍ଦ୍ଧ୍ବ ଘର

ସରକାରୀ ସୂଚନା ଅନୁଯାୟୀ, ଏହି ଦ୍ବୀପରେ 6 ଘଣ୍ଟା ମଧ୍ୟରେ 126 ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହାକି ଦୀର୍ଘ 20 ବର୍ଷ ମଧ୍ୟରେ ସବୁଠାରୁ ଅଧିକ ପରିମାଣରେ ବର୍ଷା ହୋଇଛି । ଅନ୍ୟପଟେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା କରାଯାଉଛି ।

ଅନ୍ୟପଟେ ଆଫ୍ରିକୀୟ ଦେଶ କାମେରୁନରେ ଭୟଙ୍କର ଭୂସ୍ଖଳନରେ ପ୍ରାୟ 14 ଜଣଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ କାମେରୁନର ୟାଉଣ୍ଡେରେ ଏହି ଭୂସ୍ଖଳନ ଘଟିଛି । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Last Updated : Nov 28, 2022, 9:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.