ETV Bharat / international

Giorgia Meloni Divorce: ସ୍ବାମୀଙ୍କଠୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି, ଜାଣନ୍ତୁ କିଏ ତାଙ୍କ ପାର୍ଟନର - ଏଣ୍ଡ୍ରିଆ ଜିୟାମ୍ବ୍ରୁନୋ

୧୦ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି । ଜାଣନ୍ତୁ କିଏ ମେଲୋନିଙ୍କ ପାର୍ଟନର ଓ କାହିଁକି ସେ ବିବାଦରେ ? ଅଧିକ ପଢନ୍ତୁ

Giorgia Meloni
Giorgia Meloni
author img

By ETV Bharat Odisha Team

Published : Oct 21, 2023, 7:16 PM IST

ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ନିଜ ସ୍ବାମୀଙ୍କଠୁ ଅଲଗା ହୋଇଛନ୍ତି । ମେଲୋନି ନିଜ ଛାଡ଼ପତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ମେଲୋନିଙ୍କ ପୂର୍ବତନ ପାର୍ଟନର ତଥା ସାମ୍ବାଦିକ ଏଣ୍ଡ୍ରିଆ ଜିୟାମ୍ବ୍ରୁନୋ ଜଣେ ମହିଳା ସହକର୍ମୀଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ନେଇ କହୁଥିବା ଏକ ଭିଡିଓ କ୍ଲିପ ଭାଇରାଲ ହୋଇଥିଲା । ଏହାପରେ ମେଲୋନି ଛାଡ଼ପତ୍ର ସମ୍ପର୍କରେ ଘୋଷଣା କରିଥିଲେ ।

  • La mia relazione con Andrea Giambruno, durata quasi dieci anni, finisce qui. Lo ringrazio per gli anni splendidi che abbiamo trascorso insieme, per le difficoltà che abbiamo attraversato, e per avermi regalato la cosa più importante della mia vita, che è nostra figlia Ginevra.… pic.twitter.com/1IpvfN8MgA

    — Giorgia Meloni (@GiorgiaMeloni) October 20, 2023 " class="align-text-top noRightClick twitterSection" data=" ">

ଛାଡ଼ପତ୍ର ସମ୍ପର୍କରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କର ମେଲୋନି କହିଥିଲେ, "ଏଣ୍ଡ୍ରିନା ଜିୟାମ୍ବ୍ରୁନୋଙ୍କ ସହିତ ମୋର ସମ୍ପର୍କ ପ୍ରାୟ ୧୦ ବର୍ଷ ଧରି ଚାଲିଲା । ମୁଁ ତାଙ୍କୁ ଏହି ୧୦ ବର୍ଷ ଲାଗି ଧନ୍ୟବାଦ ଜଣାଉଛି । ଏହି ସମୟ ଆମେ ସାଥୀରେ ରହିଥିଲୁ । ବହୁ ସମସ୍ୟାର ସମ୍ମୁଖୀନ କରିଥିଲୁ । ଏହାସହିତ ମୋତେ ଜୀବନର ସବୁଠୁ ମହତ୍ତ୍ବପୂର୍ଣ୍ଣ ଜିନିଷ ଯିଏକି ଆମର ଝିଅ ଜିନେୱରା ଦେଇଥିବାରୁ ଧନ୍ୟବାଦ । "

ଜାଣନ୍ତୁ କିଏ ମେଲୋନିଙ୍କ ପାର୍ଟନର ?

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ତ ସମସ୍ତେ ଜାଣନ୍ତି, ହେଲେ ଏଠାରେ ଆମେ ତାଙ୍କ ପୂର୍ବତନ ପାର୍ଟନର ଏଣ୍ଡ୍ରିନା ଜିୟାମ୍ବ୍ରୁନୋଙ୍କ ସମ୍ପର୍କରେ ଆଲୋଚନା କରିବା । ଏଣ୍ଡ୍ରିନା ଜିୟାମ୍ବ୍ରୁନୋ ପେଶାରେ ଜଣେ ସାମ୍ବାଦିକ । ସେ ଗଣମାଧ୍ୟମ ସଂସ୍ଥାରେ ଜଣେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥାନ୍ତି । ୧୯୮୧ ମସିହାରେ ଏଣ୍ଡ୍ରିନା ଜିୟାମ୍ବ୍ରୁନୋ ଇଟାଲୀ ମିଲନଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୨ ବର୍ଷ ବୟସରେ ନିଜର ଟେଲିଭିଜନ କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ସେ ମିଲନ କାଥୋଲିକ ୟୁନିଭର୍ସିଟିରେ ଜଣେ ଛାତ୍ର ଥିଲେ । ନ୍ୟୁଜ ପ୍ରୋଗ୍ରାମ ମେଡିଆସେଟ (Mediaset)ରେ ଜଣେ ଉପସ୍ଥାପକ ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ ଏଣ୍ଡ୍ରିନା ଜିୟାମ୍ବ୍ରୁନୋ । ଏକ ଟିଭି ଶୋ'ର ଲେଖକ ଥିବା ସମୟରେ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ ଏଣ୍ଡ୍ରିନା ।

ଯେତେବେଳେ ମେଲୋନି ୨୦୨୨ ମସିହାରେ କ୍ଷମତାକୁ ଆସିଥିଲେ, ସେତେବେଳେ ଏଣ୍ଡ୍ରିନା ଜିୟାମ୍ବ୍ରୁନୋ ଷ୍ଟୁଡିଓ ଆପେର୍ଟୋ ଶୋ'ରେ କାମ କରୁଥିଲେ । ହେଲେ ସେ ଏହି ଚାକିରି ଛାଡି ରୋମରେ ବାସ କରିବା ଆରମ୍ଭ କରିଥିଲେ । ଏଠାରେ ସେ ।'Diario del Giorno' ଶୋ'ରେ ନ୍ୟୁଜ ପ୍ରେଜେଣ୍ଟର ବା ଉପସ୍ଥାପକ ଭାବେ କାମ କରିବା ଆରମ୍ଭ କରିଥିଲେ । ହେଲେ ଏବେ ଅଫ ଏୟାର ଏକ ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ତାଙ୍କୁ 'Diario del Giorno'ରୁ ଚାକିରିରୁ ବିଦା କରାଯାଇଛି ।

ଏହା ବି ପଢନ୍ତୁ- ଇଟାଲୀ ପାଇଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଶପଥ ନେଲେ ମେଲୋନି

ବିବାଦରେ ଏଣ୍ଡ୍ରିନା ଜିୟାମ୍ବ୍ରୁନୋ:- ଏହା ପ୍ରଥମ ଥର ନୁହେଁ, ନିଜ ଆପତ୍ତିଜନକ ମନ୍ତବ୍ୟ ଲାଗି ପୂର୍ବରୁ ମଧ୍ୟ ଏଣ୍ଡ୍ରିନା ଜିୟାମ୍ବ୍ରୁନୋ ଅନେକ ଥର ବିବାଦରେ ରହିଆସିଛନ୍ତି । ରିପୋର୍ଟ ଅନୁସାରେ ଏଣ୍ଡ୍ରିନା ନିକଟରେ ନିଜର ଜଣେ ମହିଳା ସହକର୍ମୀଙ୍କୁ ଶାରୀରିକ ସମ୍ପର୍କ ରଖିବା ଲାଗି କହୁଥିବା ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏହାସହିତ ଉକ୍ତ ମହିଳା ସହକର୍ମୀଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସେ ତାଙ୍କୁ ପୂର୍ବରୁ କାହିଁକି ମିଳିଲେ ନାହିଁ ବୋଲି ଏଣ୍ଡ୍ରିନା ଉକ୍ତ ମହିଳାଙ୍କୁ କହୁଥିବାର ଭାଇରାଲ ଭିଡିଓରେ ଶୁଣିବାକୁ ମିଳିଛି ।

ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଥମେ ଏଣ୍ଡ୍ରିନା ଜିୟାମ୍ବ୍ରୁନୋଙ୍କୁ ଚାକିରିରୁ ବିଦା କରାଯାଇଥିଲା । ଏହାପରେ ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି ମେଲୋନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.