ETV Bharat / international

ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ନାଁ ନେଇ କଡା ଜବାବ ଦେଲା ଭାରତ

author img

By

Published : Dec 15, 2022, 11:33 AM IST

ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ । ନାଁ ନନେଇ ପଡୋଶୀକୁ ଶକ୍ତ ଚାପୁଡା ମାରିଲା ଭାରତ । ଅଧିକ ପଢନ୍ତୁ

ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ନାଁ ନେଇ କଡା ଜବାବ ଦେଲା ଭାରତ
ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ନାଁ ନେଇ କଡା ଜବାବ ଦେଲା ଭାରତ

ୱାଶିଂଟନ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ(UN Security Council) ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ପାକ୍‌ର ନାଁ ନେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆତଙ୍କବାଦୀ ଓସାମା ବିନ୍ ଲାଡେନ କଥା ଉଠାଇ ପଡୋଶୀକୁ ଶକ୍ତ ଚାପୁଡା ମାରିଛନ୍ତି(India slams Pakistan for raking up Kashmir issue) । ଜୟଶଙ୍କର କହିଛନ୍ତି, ''ଯେଉଁ ଦେଶ ଅଲକାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ପ୍ରଶୟ ଦେଉଛି ଓ ପଡୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଛି, ଏପରି ଦେଶର ଉପଦେଶ ଦେବାର କୌଣସି ଅଧିକାର ନାହିଁ ।''

ମହାମାରୀ, ଜଳବାୟୁ ପରିବର୍ତ୍ତନ, ସଂଘର୍ଷ ଓ ଆତଙ୍କବାଦ ଭଳି ପ୍ରମୁଖ ଆହ୍ବାନର ମୁକାବିଲା ଦିଗରେ ଜାତିସଂଘର ବିଶ୍ବସନୀୟତା ନିର୍ଭର କରେ । ଜାତିସଂଘ ସୁରକ୍ଷା ପରିଷଦରେ ବହୁପକ୍ଷବାଦ ପାଇଁ ନୂଆ ଦିଗ ଉପରେ ଆୟୋଜିତ ବିତର୍କରେ ଅଧ୍ୟକ୍ଷତା କରି ଜୟଶଙ୍କର କହିଛନ୍ତି ଯେ, ''ଆଜି ବହୁପକ୍ଷବାଦର ସୁଧାର ପାଇଁ ଆମେ ଧ୍ୟାନ କେନ୍ଦ୍ରିତ କରୁଛୁ । ସ୍ବାଭାବିକ ଭାବେ ଆମ ସମସ୍ତଙ୍କର ବିଚାର ଭିନ୍ନ ହୋଇପାରେ । କିନ୍ତୁ ଏହି ପ୍ରସଙ୍ଗରେ ଆଉ ବିଳମ୍ବ କରିବା ଉଚିତ୍ ନୁହେଁ କଥାରେ ଆମେ ସମସ୍ତେ ଏକମତ ଅଛୁ ।''

ପାକିସ୍ତାନକୁ ଟାର୍ଗେଟ କରି ବିଦେଶ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦୁନିଆ ଯାହାକୁ ଭୁଲ୍ କହୁଛି, ତାହାକୁ ଠିକ୍ କହିବାର ପ୍ରଶ୍ନ ଉଠିବା ଉଚିତ୍ ନୁହେଁ । ଏହା ନିଶ୍ଚିତ ରୂପେ ସୀମା ପାର ଆତଙ୍କବାଦ କାର୍ଯ୍ୟକଳାପରେ ଜଡିତ ଦେଶ ଉପରେ ମଧ୍ୟ ଲାଗୁ ହେଉଛି । ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଆଶ୍ରୟ ଦେବା ଓ ପଡୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିବା ଦେଶ ସୁରକ୍ଷା ପରିଷଦରେ ଉପଦେଶ ଦେବା ଠିକ୍ ନୁହେଁ ।

ଏହାମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ମେଘାଳୟର ୪ ବିଧାୟକ

ପ୍ରକାଶଥାଉ କି, ୨୦୦୧ ମସିହା ଡିସେମ୍ବର ୧୩ରେ ଲସ୍କର ଏ ତୋଏବା ଓ ଜୈସ ଏ ମହମ୍ମଦର ଆତଙ୍କବାଦୀ ଭାରତର ସଂସଦ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ମୁକାବିଲା କରିବା ସମୟରେ ଦିଲ୍ଲୀ ପୋଲିସର ୫ ଜଣ ଯବାନ, କେନ୍ଦ୍ରୀୟ ରିଜର୍ଭ ପୋଲିସର ଜଣେ ମହିଳା କର୍ମୀ ଓ ସଂସଦର ଦୁଇ କର୍ମୀ ଶହୀଦ ହୋଇଯାଇଥିଲେ । ଏଥିରେ ଜଣେ କ୍ୟାମେରାମ୍ୟାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.