ETV Bharat / international

ଇମ୍ରାନଙ୍କୁ ସାମାନ୍ୟ ଆଶ୍ବସ୍ତି: କାଲି ପୂର୍ବାହ୍ନ ପର୍ଯ୍ୟନ୍ତ ହେବେନି ଗିରଫ

ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଲେ କୋର୍ଟ । ଆସନ୍ତାକାଲି ପୂର୍ବାହ୍ନ 10 ଯାଏ ଗିରଫ କରିପାରିବନି ପୋଲିସ । ଅଧିକ ପଢନ୍ତୁ

ଇମ୍ରାନଙ୍କୁ ସାମାନ୍ୟ ଆଶ୍ବସ୍ତି
ଇମ୍ରାନଙ୍କୁ ସାମାନ୍ୟ ଆଶ୍ବସ୍ତି
author img

By

Published : Mar 15, 2023, 7:04 PM IST

ହାଇଦ୍ରାବାଦ: ପାକିସ୍ତାନରେ ଲାଗି ରହିଥିବା ହାଇଡ୍ରାମା ମଧ୍ୟରେ କୋର୍ଟରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ । ଗିରଫ ହେବେନି ଇମ୍ରାନ ଖାନ । ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନକରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲିଠାରୁ ଇମ୍ରାନଙ୍କ ବାସଭବନ ପୋଲିସ କବଜାରେ ରହିଛି । ସମର୍ଥକ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟରେ ତାଙ୍କୁ କୌଣସି ସମୟରେ ଗିରଫ କରାଯିବା ନେଇ ଅନୁମାନ କରାଯାଉଥିବା ବେଳେ କୋର୍ଟ ତାଙ୍କୁ ଆସନ୍ତାକାଲି ସକାଳ 10ଟା ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ।

ଗତକାଲିଠାରୁ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଅପରେସନ ଜାରି ରଖିଛି । ହେଲେ ହଜାର ହଜାର ପିଟିଆଇ କର୍ମୀ ତାଙ୍କ ବାସଭବନ ବାହାରେ ଏକାଠି ହେବା ସହ ସେହେଓ୍ବାଜ ସରିଫ ସରକାର ବିରୋଧରେ ନାରାବାଜୀ କରିଥିଲେ । ପୋଲିସକୁ ସେମାନେ ଇମ୍ରାନଙ୍କ ଘରେ ପ୍ରବେଶ କରିବାକୁ ମଧ୍ୟ ରୋକିଛନ୍ତି । ଫଳରେ ପୋଲିସ ଓ ଇମ୍ରାନଙ୍କ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ଲାଗି ରହିଛି । ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ଟିଅର ଗ୍ୟାସ, ପାଣି ସ୍ପ୍ରେ ଓ ଗୁଳି ମଧ୍ୟ ଚଳାଇଥିଲା । ଏହି ମାମଲାରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଇମ୍ରାନ । ତାଙ୍କୁ ଆସନ୍ତକାଲି ପୂର୍ବାହ୍ନ 10 ଯାଏଁ ଗିରଫ ନକରିବା ପାଇଁ କୋର୍ଟଙ୍କ ପକ୍ଷରୁ ପୋଲିସକୁ ନିର୍ଦ୍ଦେଶ ମିଳିଛି ।

ତେବେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିଥିବା ବେଳେ ଆଜି କୋର୍ଟଙ୍କ ଅନ୍ତରୀଣ ରାୟ ପରେ ଏହି ଅପରେସନକୁ ବନ୍ଦ ରଖିଛି । ହୁଏତ ଗତକାଲି 10ଟା ପରେ ପୋଲିସ ପୁଣି ଥରେ ଇମ୍ରାନଙ୍କ ଗିରଫଦାରୀ ନେଇ ପ୍ରକ୍ରିୟା ଆରମ୍ଭ କରିପାରେ । ପାକିସ୍ତାନରେ ଗତ ଦୁଇ ଦିନ ହେବ ଇମ୍ରାନଙ୍କ ଗିରଫଦାରୀ ନେଇ ହାଇ ଭୋଲଟେଜ ଡ୍ରାମା ଜରି ରହିଛି । ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଏକାଧିକ ମାମଲାରେ ଛନ୍ଦି ହୋଇଛନ୍ତି । ତୋଷଖାନା ମାମଲା, ଫରେନ ପଣ୍ଡିଂ ମାମଲା ଓ ମହିଳା ବିଚାରପତିଙ୍କୁ ଧମକ ଦେବା ପରି ଏକାଧିକ ସଙ୍ଗୀନ ମାମଲାରେ ତଦନ୍ତ ପରିସରରେ ଅଛନ୍ତି ଇମ୍ରାନ ।

ଏଥିମଧ୍ୟରୁ ତୋଷଖାନା ମାମଲାରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ଏକ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଇସଲାମାବାଦରୁ ଏକ ପୋଲିସ ଟିମ ଆସି ତାଙ୍କ ଲାହୋର ସ୍ଥିତ ବାସଭବନରେ ପହଞ୍ଚିଥିଲା । ହେଲେ ଗତକାଲିଠାରୁ ଏହି ଅପରେସନ ଜାରି ରହିଥିଲେ ସୁଦ୍ଧା ଇମ୍ରାନଙ୍କୁ ଗିରଫ କରାଯାଇପାରନଥିଲା । ଆଜି ଅପରାହ୍ନରେ ସେ କୋର୍ଟରୁ ଅନ୍ତରୀଣ ସୁରକ୍ଷା ମଧ୍ଯ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.