ETV Bharat / international

ଫିଲିପାଇନ୍ସରେ ପ୍ରକୃତିର ତାଣ୍ଡବ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି - ଫିଲିପାଇନ୍ସରେ ପ୍ରକୃତିର ତାଣ୍ଡବ

ଫିଲିପାଇନ୍ସରେ ବନ୍ୟାରେ ବୃଦ୍ଧି ହେବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

Philippines flood
Philippines flood
author img

By

Published : Dec 29, 2022, 9:01 AM IST

ମନିଲା: ପ୍ରବଳ ବର୍ଷା ଯୋଗୁଁ ଫିଲିପାଇନ୍ସରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି(Floods situation due to heavy Rain in Philippines ) । ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନିଖୋଜ ଅଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ(National Disaster Risk Reduction Management Council ) ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଉତ୍ତର ମାଇଣ୍ଡାନାଓରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିକୋଲରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଇଷ୍ଟର୍ଣ୍ଣ ଭିସାରୁ ଦୁଇ ଜଣ ଓ ଜାମ୍ବୋଙ୍ଗା ସହରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବିପର୍ଯ୍ୟୟ ପରିଚାଳନା ପରିଷଦର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୬ ଜଣ ନିଖୋଜ ରହିଛନ୍ତି ।

ବନ୍ୟା ଯୋଗୁଁ ପ୍ରଥମେ ୧ ଲକ୍ଷ ୨୪ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ଏହା ୩ ଲକ୍ଷ ୯୩ ହଜାରକୁ ବୃଦ୍ଧି ପାଇଛି । ୨୯୨ ଟି ଆଶ୍ରୟସ୍ଥଳୀରେ ୮୧ ହାଜର ୪୪୩ ଲୋକ ଆଶ୍ରୟ ନେଇଥିବା ମାନିଲା ଟାଇମ୍ସ ରିପୋର୍ଟ କରିଛି । ସେହିପରି ୪୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ପୂର୍ବରୁ ସୂଚନା ରହିଥିଲା । ତେବେ ନିଖୋଜ ଥିବା ୨୩ ମତ୍ସ୍ୟଜୀବୀମାନେ ଖରାପ ପାଗ ସତ୍ତ୍ବେ ମଧ୍ୟ ସମୁଦ୍ରକୁ ଯାଇଥିଲେ ବୋଲି ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ।

ଗତ ୨୪ ତାରିଖ ଦିନ ଫିଲିପାଇନ୍ସରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫିଲିପାଇନ୍ସର ୧୪ଟି ପ୍ରୋଭିନ୍ସ ମଧ୍ୟରୁ ୯ଟି ପ୍ରଭାବିତ ହୋଇ ପାଣି ଘେରରେ ରହିଥିଲା । ତେବେ ବର୍ତ୍ତମାନ ୨୬ ଜଣ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ନେପାଳରେ ଲଗାତାର ଭୂକମ୍ପ ଝଟକା, ୩ଘଣ୍ଟାରେ ୩ଥର ଥରିଲା ବେଗଲୁଙ୍ଗ

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ସହରର ପ୍ରାୟ ୧୨ଟି ରାସ୍ତା ଜଳମଗ୍ନ ହୋଇଯାଇଥିଲା । ଏହାର ପ୍ରଭାବରେ ୨୦ରୁ ଅଧିକ ସ୍ଥାନରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ବ୍ୟାପକ ଚାଷ ଜମି ନଷ୍ଟ ହୋଇଛି । ପୂର୍ବରୁ କାମାରାଇନ୍ସର ସୁରରେ ବନ୍ୟା ଯୋଗୁଁ ଜଣେ ଏକ ବର୍ଷର ଶିଶୁ ଏବଂ ୬୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଦକ୍ଷିଣ ମିସାମିସ ଓସିଡେଣ୍ଟାଲରେ ଜଣେ 68 ବର୍ଷୀୟ ବୃଦ୍ଧାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ତରଫରୁ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.