ETV Bharat / international

ଆଜି ମୁକ୍ତ ହେବେ 13 ଇସ୍ରାଏଲୀ ଓ 39 ପାଲେଷ୍ଟାଇନ ନାଗରିକ - ଗାଜା ସଙ୍କଟ

ତୃତୀୟ ଦିନରେ ଇସ୍ରାଏଲ-ଗାଜା ଅସ୍ତ୍ରବିରତ । ଇଜିପ୍ଟ ସୀମା ଅତିକ୍ରମ କରି ଆଜି ସୁଦ୍ଧା ମୁକ୍ତ ହେବେ 13 ଇସ୍ରାଏଲୀ ଓ 39 ପାଲେଷ୍ଟାଇନ ନାଗରିକ । ଗାଜାକୁ ପ୍ରବେଶ କଲା 120 ସହାୟତା ଟ୍ରକ । ଅଧିକ ପଢନ୍ତୁ

ଆଜି ମୁକ୍ତ ହେବେ 13 ଇସ୍ରାଏଲୀ ଓ 39 ପାଲେଷ୍ଟାଇନ ନାଗରିକ: ଇଜିପ୍ଟ

author img

By ETV Bharat Odisha Team

Published : Nov 26, 2023, 8:47 PM IST

ହାଇଦ୍ରାବାଦ: ଇସ୍ରାଏଲର ଅସ୍ତ୍ରବିରତି ଘୋଷଣା ଓ ଉଭୟ ପକ୍ଷର ପଣବନ୍ଦୀଙ୍କ ମୁକ୍ତି ପ୍ରକ୍ରିୟ ଆଜି ତୃତୀୟ ଦିନରେ ପହଞ୍ଚିଛି । ଶୁକ୍ରବାରଠାରୁ ଏହି ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟାରେ କତାର ସହ ଇସ୍ରାଏଲର ପଡୋଶୀ ଦେଶ ଇଜିପ୍ଟ ମଧ୍ୟ ମଧ୍ୟସ୍ଥତା କରୁଛି । ଆଜି ଇଜିପ୍ଟର ସୂଚନା ଅନୁସାରେ, ଏହି 4 ଦିନିଆ ଅସ୍ତ୍ରବିରତି ଅବଧିର ତୃତୀୟ ପର୍ଯ୍ୟାୟରେ 13 ଜଣ ଇସ୍ରାଏଲୀ ନାଗରିକ ଓ 39 ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରାଯିବ । ମୁକ୍ତ ହେବାକୁ ଥିବା ନାଗରିକଙ୍କ ତାଲିକା ଇଜିପ୍ଟର ହସ୍ତାନ୍ତର ହୋଇଛି ।

ଇଜିପ୍ଟ ଇନଫର୍ମେସନ ସର୍ଭିସ ବିଭାଗର ସୂଚନା ଅନୁସାରେ, ଏହି ପଣବନ୍ଦୀଙ୍କୁ ଉଭୟ ପକ୍ଷ ମଧ୍ୟସ୍ଥିଙ୍କ ମାଧ୍ୟମରେ ପରସ୍ପରକୁ ହସ୍ତାନ୍ତର କରିବେ । ତେବେ ପ୍ରଥମରୁ ମାନବୀୟ ସହାୟତା ଯୋଗାଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟ ଭୂମିକା ନେଇଥିବା ଇଜିପ୍ଟ ଏବେ ଯୋଗାଣ ଶୃଙ୍ଖଳାକୁ ଆହୁରି ତ୍ବରାନ୍ବିତ କରିବାକୁ ଯାଉଛି । ଆଜି (ରବିବାର) ଇଜିପ୍ଟର ରଫା ଅନ୍ତର୍ଜାତୀୟ ସୀମା ପୋଷ୍ଟ ଦେଇ ପ୍ରାୟ 120 ସହାୟତା ଟ୍ରକ ଦକ୍ଷିଣ ଗାଜାରେ ପ୍ରବେଶ କରିଛି । ଏଥିରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ଏଥିମଧ୍ୟରେ ଦୁଇଟି ଇନ୍ଧନ ଟ୍ୟାଙ୍କର ମଧ୍ୟ ରହିଛି । ଏହା ଦକ୍ଷିଣ ଗାଜାର ରିଲିଫ କ୍ୟାମ୍ପରେ ଇନ୍ଧନ ସଙ୍କଟ ଦୂର କରିବ ।

ଏହା ମଧ୍ୟ ପଢନ୍ତୁ :- ଚିନ୍ତା ବଢାଇଲା ଚୀନ ନିମୋନିଆ: ପ୍ରସ୍ତୁତି ସହ ସତର୍କତା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ତେବେ ଗତ ମାସ 7 ତାରିଖରୁ ଇସ୍ରାଏଲ ଗାଜାରେ ଜାରି ରଖିଥିବା ସାମରିକ ଅପରେସନ ତମାମ ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ବନ୍ଦ କରିନଥିବା ବେଳେ କତାରର ମଧ୍ୟସ୍ଥତାରେ ଇସ୍ରାଏଲ 4 ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା । ଶୁକ୍ରବାରଠାରୁ ଏହି ପ୍ରକ୍ରିୟା ଜାରି ରହିଛି । ପରେ ଏହି ମଧ୍ୟସ୍ଥତା କ୍ରମରେ ଇଜିପ୍ଟ ମଧ୍ୟ ସାମ୍ନାକୁ ଆସିଛି । ଇସ୍ରାଏଲ ଓ ଗାଜା ସୀମାକୁ ସଂଲଗ୍ନ କରୁଥିବା ଇଜିପ୍ଟ ଏହି ପ୍ରକ୍ରିୟାରେ ଅନ୍ୟ ଏକ ପ୍ରମୁଖ ଦେଶ ଭାବେ ସାମ୍ନାକୁ ଆସିଛି ।

ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଥିବା ବେଳେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ଆମେରିକା ସମେତ ଅନ୍ୟ କିଛି ପଶ୍ଚିମ ଦେଶ ସମୂହଙ୍କ ସହଯୋଗରେ ଇସ୍ରାଏଲ କୌଣସି ପରିସ୍ଥିତିରେ ସାମରିକ ଅପରେସନ ବନ୍ଦ ହେବ ନାହିଁ ଓ ଏହାର ଅର୍ଥ ହମାସ ସମ୍ମୁଖର ଆତ୍ମସମର୍ପଣ କରିବା ସଦୃଶ ହେବ ବୋଲି କହିଥିଲା । ମାତ୍ର ଦେଢ ମାସର ପ୍ରଚଣ୍ଡ ଆକ୍ରମଣ ପରେ ନଜର ପଣବନ୍ଦୀ ନାଗରିକଙ୍କ ସୁରକ୍ଷିତ ମୁକ୍ତି ପାଇଁ ଇସ୍ରାଏଲ 4 ଦିନିଆ ଅସ୍ତ୍ରବିରତି କରିବା ପାଇଁ ସହମତି ପ୍ରକାଶ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.