ETV Bharat / international

ସ୍ପେନ-ଇଟାଲୀ ବିମାନ ଓ ଜାହାଜ ସେବା ଆରମ୍ଭ, ପର୍ଯ୍ୟଟନ କଟକଣା ଜାରି

ମାର୍ଚ୍ଚ 11ରୁ ଏହି ସେବା ଉପରେ ଜାରି ଥିବା ବ୍ୟାନ ଶେଷରେ ହଟିଛି । ସ୍ପେନରେ କୋରୋନାଜନିତ ମୃତ୍ୟୁହାର କମିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ଅଧିକ ପଢନ୍ତୁ...

ସ୍ପେନ-ଇଟାଲୀ ବିମାନ ଓ ଜାହାଜ ସେବା ଆରମ୍ଭ, ପର୍ଯ୍ୟଟନ କଟକଣା ଜାରି
ସ୍ପେନ-ଇଟାଲୀ ବିମାନ ଓ ଜାହାଜ ସେବା ଆରମ୍ଭ, ପର୍ଯ୍ୟଟନ କଟକଣା ଜାରି
author img

By

Published : May 19, 2020, 7:11 PM IST

ମାଦ୍ରିଦ: ୟୁରୋପର କୋରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା 2ଟି ରାଷ୍ଟ୍ରଙ୍କ ମଧ୍ୟରେ କାରବାର ଆରମ୍ଭ ହୋଇଛି । ସ୍ପେନ ଓ ଇଟାଲୀ ମଧ୍ୟରେ ବିମାନ ଏବଂ ଜାହାଜ ସେବା ଆରମ୍ଭ କରାଯାଇଛି । ସ୍ପେନ ପକ୍ଷରୁ ଇଟାଲୀକୁ ସିଧାସଳଖ ବିମାନ ଓ ଜାହାଜ ଚଳାଚଳକୁ ଅନୁମତି ମିଳିଛି ।

ମାର୍ଚ୍ଚ 11ରୁ ଏହି ସେବା ଉପରେ ଜାରି ଥିବା ବ୍ୟାନ ଶେଷରେ ହଟିଛି । ସ୍ପେନରେ କୋରୋନାଜନିତ ମୃତ୍ୟୁହାର କମିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ସ୍ପେନ ଲକଡାଉନକୁ ୟୁରୋପର ଅନ୍ୟତମ କଠୋର କଟକଣା ବୋଲି କୁହାଯାଉଛି । ତେବେ ପର୍ଯ୍ୟଟନ ଉପରେ ଏବେ ବି କଟକଣା ଲାଗୁ ରହିଛି । ଇଟାଲୀକୁ ଭ୍ରମଣରେ ଯିବାର ଅନୁମତି ନାହିଁ । ଜୁନ ଶେଷ ଭାଗ ଆଡକୁ ଏଥିରେ କୋହଳ କରାଯାଇପାରେ ବୋଲି ଆଶା କରାଯାଉଛି । ସେହିପରି ଇଟାଲୀରୁ କୌଣସି ବ୍ୟକ୍ତି ସ୍ପେନକୁ ଆସିଲେ ପ୍ରଥମେ 14 ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଥିବା ନିୟମ ଜାରି ରହିଛି ।

ତେବେ ରିପୋର୍ଟ ରହିଛି ଯେ ସ୍ପେନ ପ୍ରଧାନମନ୍ତ୍ରୀ ଜୁନ 27 ଯାଏଁ ଲକଡାଉନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ମଙ୍ଗଳବାର ଏକ କ୍ୟାବିନେଟ ବୈଠକ ଡକାଇଛନ୍ତି । ଏଥିରେ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ବର୍ତ୍ତମାନ ଜାରି ଥିବା ଷ୍ଟେଟ ଅଫ୍ ଏମର୍ଜେନ୍ସିକୁ ବଢାଇବାକୁ ସରକାର ଚିନ୍ତା କରୁଛନ୍ତି । ଯଦିଚ ଏହା ଯୋଗୁଁ ଦେଶ ବିପୁଳ ଆର୍ଥିକ କ୍ଷତି ସହିଛି ତଥାପି ସଂକ୍ରମଣ ଅନେକ ମାତ୍ରାରେ କମିଥିବାରୁ ସରକାର ଏହା ସପକ୍ଷରେ ଅଛନ୍ତି । ସେହିପରି ଦେଶରେ ମୃତ୍ୟୁସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ସୋମବାର ଦେଶରେ 59ଟି ମୃତ୍ୟୁ ରେକର୍ଡ ହୋଇଥିଲା ଯାହା ଗତ 2 ମାସରେ ସବୁଠାରୁ କମ ।

ବର୍ତ୍ତମାନ ସୁଦ୍ଧା ସ୍ପେନରେ 2 ଲକ୍ଷ 32 ହଜାର ଆକ୍ରାନ୍ତ ଥିବାବେଳେ 1 ଲକ୍ଷ 50 ହଜାର ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 27 ହଜାର 709 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଇଟାଲୀରେ 2 ଲକ୍ଷ 26 ହଜାର ଆକ୍ରାନ୍ତ ଓ 32 ହଜାର ମୃତ୍ୟୁ ରେକର୍ଡ ହୋଇଛି । ୟୁରୋପର ଏହି 2ଟି ରାଷ୍ଟ୍ର କୋଭିଡ 19 ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.