ନୂଆଦିଲ୍ଲୀ: ଜଟିଳ ହେଉଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏଣିକି ଋଷର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ ଓ ଋଷ ଯୁଦ୍ଧ ସମ୍ପର୍କର ଦିଆଯିବ ଶିକ୍ଷା । ଏନେଇ ଗତକାଲି ଋଷର ଶିକ୍ଷାମନ୍ତ୍ରୀ ନୋଟିସ ଜାରି କରିଛନ୍ତି ।
ସେହିପରି ଋଷ କ'ଣ ପାଇଁ ୟୁକ୍ରେନ ଉପରେ ଆକ୍ରମଣ କରିଛି ଏସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ । ତେବେ ଏହା ପିଲାମାନେ ଜାଣିବା ନିହାତି ଜରୁରୀ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ମାତ୍ର ଋଷର ଆକ୍ରମଣକୁ ସାରା ବିଶ୍ବରେ ଅନେକ ରାଷ୍ଟ୍ର ବିରୋଧ କରୁଥିବା ବେଳେ ଋଷିଆ ଆକ୍ରମଣକୁ ଆହୁରି ଜୋରଦାର କରିଛି ।
ସେହିଭଳି ୟୁକ୍ରେନ ନାଟୋରେ ମିଶିଲେ ଋଷର କ'ଣ କ୍ଷତି ହେବ, ଏସବୁ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ଏଥିସହ ଏହା ପିଲାଙ୍କୁ ଭର୍ଚ୍ଚୁଆଲ ମାଧ୍ୟମରେ ଶିକ୍ଷା ଦିଆଯିବ ବୋଲି ଋଷ ଶିକ୍ଷାମନ୍ତ୍ରୀ ବୁଧବାର ପ୍ରକାଶ କରିଛନ୍ତି । ତେବେ ଗୋଟେ ପଟେ ଯୁଦ୍ଧ ଚାଲିଥିବା ବେଳେ ଋଷ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ କିଛି ବିଦ୍ୟାଳୟରେ ଅସନ୍ତୋଷ ଦେଖା ଦେଇଛି ।
ଅନ୍ୟପଟେ ଋଷ ସୈନ୍ୟ ଖାର୍କିଭ୍ ଦଖଲ କରିବା ପାଇଁ ଜୋରଦାର ଆକ୍ରମଣ ସହ ମିସାଇଲ ମାଡ ମଧ୍ୟ କରୁଛି । ଏହାକୁ ପ୍ରତିହିତ କରିବା ପାଇଁ ୟୁକ୍ରେନ ମଧ୍ୟ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛି । ମାତ୍ର ଏହି ଯୁଦ୍ଧରେ କେବେ ବିରାମ ଲାଗୁଛି ଏହା ଉପରେ ସାରା ବିଶ୍ବ ବାସୀଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ