ETV Bharat / international

ଆଞ୍ଚଳିକ ବିବାଦ ନେଇ ଋଷିଆ-ତୁର୍କୀ ଦ୍ବିପାକ୍ଷିକ ଆଲୋଚନା

author img

By

Published : Jun 14, 2020, 7:02 PM IST

ଋଷିଆ ଓ ତୁର୍କୀ ମଧ୍ୟରେ ଥିବା ଆଞ୍ଚଳିକ ବିବାଦର ସମାଧାନ ପାଇଁ ରବିବାର ତୁର୍କୀ ଗସ୍ତ କରିଛନ୍ତି ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଓ ପ୍ରତିରକ୍ଷା ମନ୍ତ୍ରୀ ସର୍ଗୈ ଶୋଏଗୁ ।

russia-turkey bilateral discussion, russian foreign minister in turkey, russian defence minister in turkey, russia-turkey relation, ଋଷିଆ ଓ ତୁର୍କୀ ଦ୍ବିପାକ୍ଷିକ ଆଲୋଚନା, ତୁର୍କୀରେ ଋଷିଆ ବୈଦେଶିକ ମନ୍ତ୍ରୀ, ତୁର୍କୀରେ ଋଷିଆ ପ୍ରତିରକ୍ଷା ମନ୍ତ୍ରୀ, ଋଷିଆ-ତୁର୍କୀ ସମ୍ପର୍କ
ଆଞ୍ଚଳିକ ବିବାଦ ନେଇ ଋଷିଆ-ତୁର୍କୀ ଦ୍ବିପାକ୍ଷିକ ଆଲୋଚନା

ମସ୍କୋ: ଋଷିଆ ଓ ତୁର୍କୀ ମଧ୍ୟରେ ଥିବା ଆଞ୍ଚଳିକ ବିବାଦର ସମାଧାନ ପାଇଁ ରବିବାର ତୁର୍କୀ ଗସ୍ତ କରିଛନ୍ତି ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଓ ପ୍ରତିରକ୍ଷା ମନ୍ତ୍ରୀ ସର୍ଗୈ ଶୋଏଗୁ । ବୈଦେଶିକ ମନ୍ତ୍ରଣାଳୟ ଏନେଇ ରବିବାର ସୂଚନା ଦେଇଛି ।

ସୂଚନା ମୁତାବକ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନଙ୍କ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଆଧାରରେ ରବିବାର ଏହି ଆଲୋଚନା ନେଇ ଯୋଜନା କରାଯାଇଛି । ଏଥିରେ ଋଷିଆ ବୈଦେଶିକ ମନ୍ତ୍ରୀ ଓ ଋଷିଆ ପ୍ରତିରକ୍ଷା ମନ୍ତ୍ରୀ ସାମିଲ ହୋଇ ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଆଞ୍ଚଳିକ ବିବାଦକୁ ପାରସ୍ପରିକ ବୁଝାମଣା ମଧ୍ୟରେ ସମାଧାନ କରିବା ନେଇ ଆଶା ରହିଛି ।

ଏହାପୂର୍ବରୁ ଜୁନ 10ରେ ଋଷିଆ ଓ ତୁର୍କୀ ରାଷ୍ଟ୍ରପତି ଏନେଇ ଫୋନ ଯୋଗେ କଥାବାର୍ତ୍ତା ହୋଇସାରିଛନ୍ତି । ତେବେ ଉଭୟ ଦେଶ ବର୍ତ୍ତମାନ ସିରିଆ ଓ ଲିବିଆ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ କୋରୋନା ମହାମାରୀ ସମୟରେ କିପରି ସାହାଯ୍ୟ ସହଯୋଗ କରିହେବ ସେ ଦିଗରେ ଗୁରୁତ୍ବାରୋପ କରିଥିବା ଜଣା ପଡିଛି । ଏଥିସହ ଏପରି ଘଡିସନ୍ଧି ମୁହୂର୍ତ୍ତରେ କିପରି ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ କରିହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.