ETV Bharat / international

ଆତଙ୍କବାଦକୁ ସମର୍ଥନ କରୁଛି ଇମ୍ରାନ ସରକାର ! - pakistan

ଆତଙ୍କବାଦୀଙ୍କ ସହ ନଜର ଆସିଲେ ପାକିସ୍ତାନ ଗୃହମନ୍ତ୍ରୀ । ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରୁ ନିନ୍ଦା ।

ଫାଇଲ ଫଟୋ
author img

By

Published : Jul 22, 2019, 9:38 PM IST

ଇସଲାମାବାଦ: ଆତଙ୍କବାଦୀଙ୍କ ସହ ନଜର ଆସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ସରକାରରେ ଥିବା ଗୃହମନ୍ତ୍ରୀ ଆଜାଜ ଅହମ୍ମଦ ଶାହ । ଏହାପରେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଏକ ନାଟକ ବୋଲି ବିଭନ୍ନ ମହଲରୁ ନିନ୍ଦା କରାଯାଉଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଗୃହମନ୍ତ୍ରୀ କୁଖ୍ୟାତ ଆତଙ୍କବାଦୀ ଖାଦିମ ରିଜବୀ ସହିତ ନଜର ଆସିଛନ୍ତି । ଖାଦିମ ନିଜ ହାତରେ ଏକେ-47 ଧରିଥିବାବେଳେ ତାର ସମର୍ଥକ ତାକୁ ଘେରିହୋଇ ଠିଆହୋଇଥିବା ଦେଖିବାକୁ ମିଳିଛି । ତେବେ ଖାଦିମ ରିଜବୀ ହେଉଛି ଆତଙ୍କବାଦୀ ସଙ୍ଗଠନ ତହରିକ-ଏ-ଲବୈକର ପ୍ରମୁଖ ।

ତେବେ ଗୃହମନ୍ତ୍ରୀ ଆଜାଜ ଅହମ୍ମଦ ଶାହଙ୍କ ସହ ଆତଙ୍କବାଦୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ପାକିସ୍ତାନର ଆତଙ୍କବାଦୀ ବିରୋଧ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଉଛିଯେ, ଏଜାଜ ନିର୍ବାଚନରେ ଆତଙ୍କବାଦୀଙ୍କ ସମର୍ଥନ ପାଇବା ପାଇଁ ଖାଦିମକୁ ଭେଟିବାକୁ ଯାଇଥିଲେ ।

Intro:Body:କେନ୍ଦୁଝରର ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବଙ୍କ ଠାରେ ବୋଲବମ୍ ଭକ୍ତଙ୍କ ଜଳାଭିଷେକ ।

ଆଙ୍କର - ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । କୁହାଯାଏ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଶିବ ଲିଙ୍ଗରେ ଜଲାଭିଷେକ କଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ । ଏଣୁ ଶିବାଳୟ ମାନଙ୍କରେ ଶ୍ରାବଣ ମାସର ସୋମବାର ଗୁଡ଼ିକରେ ବୋଲବମ୍ ଭକ୍ତଙ୍କ ଭିଡ଼ ଜମିଥାଏ । କେନ୍ଦୁଝରର ପ୍ରସିଦ୍ଧ ଶୈବପୀଠ, ‘ମୁର୍ଗା ମହାଦେବ’ଙ୍କ ଠାରେ ଆଜି ହଜାର ହଜାର ବୋଲବମ୍ କାଉଡ଼ିଆ ଜଳାଭିଷେକ କରିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭୋଳାନାଥଙ୍କ ଏହି ଶୈବପୀଠରେ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ସଂଖ୍ୟାରେ ବୋଲବମ୍ ଭକ୍ତ ଜଳାଭିଷେକ ପାଇଁ ଆସିଥାଆନ୍ତି । ଆଜି ପ୍ରଥମ ସୋମବାରରେ, ବାସୁଦେବପୁର ଠାରେ ପ୍ରବାହିତ ପବିତ୍ର ବୈତରଣୀ ନଦୀରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇ ପାଣି ଉଠାଇ ଥିଲେ । ଏହାପରେ ସେଠାରେ ପୂଜାର୍ଚ୍ଚନା କରି ପାଣି ଭାରକୁ କାନେ୍ଧଇ ୧୩ କି. ମି. ରାସ୍ତା ଚାଲିଚାଲି ଯାଇ ମୁର୍ଗା ମହାଦେବଙ୍କ ମନ୍ଦିରରେ ଜଳ ଲାଗି କରିଛନ୍ତି କାଉଡ଼ିଆ । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ଗ୍ରହଣ ସପ୍ତାହ ଯୋଗୁ କାଉଡ଼ିଆଙ୍କ ସଂଖ୍ୟା ଆଜି କମ୍ ରହିଥିବା ପରିଲକ୍ଷିତ ହୋଇଛି । ଆଜି ପାଖାପାଖି ୫ହଜାର କାଉଡ଼ିଆଙ୍କ ସମାଗମ ହୋଇଥିବା ମନ୍ଦିର କମିଟି ସୂଚନା ଦେଇଛନ୍ତି । ଆସନ୍ତା ସୋମବାରରେ ବୋଲବମ୍ ଭକ୍ତଙ୍କ ସଂଖ୍ୟା ବହୁ ଅଧିକ ହେବାର ଅନୁମାନ କରାଯାଉଛି । ପୂର୍ବ ବର୍ଷ ଭଳି ଶେଷ ସୋମବାରରେ ଏଠାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.