ETV Bharat / international

ଚୀନରେ ସ୍ଥିତି ଅଣାୟତ୍ତ, କୋରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା 213

author img

By

Published : Jan 31, 2020, 8:04 AM IST

କୋରୋନା ମୃତ୍ୟୁ ସଂଖ୍ୟା 213 ଛୁଇଁଛି। ଚୀନରେ ଥମିବାର ନାଁ ନେଉନାହିଁ ଏହାର ଆତଙ୍କ । ଦିନକୁ ଦିନ ଆହୁରି ଲୋକଙ୍କୁ ଆତଙ୍କିତ କରୁଛି ଏହି ଭାଇରସ୍ । ଅଧିକ ପଢନ୍ତୁ...

corona virus death toll reaches 213 in china
ପ୍ରତିକାତ୍ମକ ଫଟୋ

ବେଜିଂ: କୋରୋନା ଆତଙ୍କକୁ ନେଇ ଚୀନରେ ସାଙ୍ଘାତିକ ସ୍ଥିତି ଉପୁଜିଛି । ଏହା ଯୋଗୁଁ ମୃତ୍ୟୁ ସଂଖ୍ୟା 213 ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 9356ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ ଚୀନରେ ଆହୁରି 12,00 ଜଣ ରୋଗୀ ଚିହ୍ନଟ କରାଯାଇଛି ।

ଚୀନର ପ୍ରାୟ 17ଟି ସହରରେ କୋରୋନା ଭୟ ଯୋଗୁଁ ସ୍ଥିତି ଅଣାୟତ ରହିଛି । ଗତ ଡିସେମ୍ବରରେ ଡିସେମ୍ବରରେ ଚୀନର ଉହାନ ସହରରେ ପ୍ରଥମ ରୋଗୀ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଏହି ଭୂତାଣୁ ବିଶ୍ବର 19ଟି ଦେଶକୁ ବ୍ୟାପିଗଲାଣି। ଏଥିରୁ ବାଦ ପଡିନି ତିବ୍ବତ ।

ବିଶ୍ବବ୍ୟାପୀ କରୋନା ଭାଇରସ ନେଇ ଭୟ ବଢୁଛି । ଏଥିନେଇ ଗୁରୁବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜରୁରୀ ବୈଠକ ଡକାଯାଇ ବୈଶ୍ବିକ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି । ଚୀନର ହୁୱେଇ ପ୍ରଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି । ଏହି ପ୍ରଦେଶର ସମସ୍ତ ସହର ଏକ ପ୍ରକାର ଅଚଳ ହୋଇଯାଇଛି ।

(@ANI)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.