ବେଜିଂ: ମଙ୍ଗଳବାର ଥିଲା ଚୀନ ଜାତୀୟ ଦିବସ । ଚୀନରେ କମ୍ୟୁନିଷ୍ଟ ଶାସନର ୭୦ ବର୍ଷ ପୂରଣ ଉପଲକ୍ଷେ ସାରେ ଦେଶରେ ଉତ୍ସବର ମାହୋଲ । ଏହି ଅବସରରେ ସାରା ବିଶ୍ବକୁ ଚୀନ ନିଜର ବିଶାଳ ସାମରିକ ଶକ୍ତି ଓ ଅତ୍ୟାଧୁନିକ ବିନାଶକ ଅସ୍ତ୍ରଶସ୍ତ୍ରର ଝଲକ ଦେଖାଇଛି । ଏକ ବୃହତ ପରେଡରେ ଚୀନ ସୈନ୍ୟ ଶକ୍ତି, ଲଢୁଆ ଡ୍ରୋନ, ବାଲିଷ୍ଟିକ ମିଶାଇଲ, ଲଢୁଆ ବିମାନର ପ୍ରଦର୍ଶନ କରାଇଛନ୍ତି । ଏହି ପାରେଡରେ ସାରା ବିଶ୍ବକୁ ଥରେଇ ଦେଲା ଭଳି ଏକ ମିଶାଇଲପ ପ୍ରଦର୍ଶନ କରାଯାଇଛି । ଅନୁମାର କରାଯାଉଛି ଯେ ଏହି ବିଧ୍ବଂସକ ମିଶାଇଲ ମାତ୍ର 30 ମିନିଟରେ ଆମେରିକାର ନ୍ୟୁୟର୍କ,ୱାଶିଂଟନ ଭଳି ସହରରକୁ ନିମିଷକେ ଧ୍ବସ୍ତବିଧ୍ବସ୍ତ କରି ପାରିବ ।
ଏହି ଜାତୀୟ ଦିବସ ପାଳନ ସମାରୋହରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଚୀନକୁ ବିଶ୍ବର କୌଣସି ରାଷ୍ଟ୍ର ଚୀନକୁ ଆଗ୍ରଗତି କରିବାରେ ଅଟକାଇ ପାରିବ ନାହିଁ ବୋଲି ଦେଶକୁ ସମ୍ବୋଧନ କରିଛନ୍ତି ।
ଆଜିର ଏହି ବିଶାଳ ସୈନ୍ୟ ପରେଡ ଓ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀରେ ସାରା ବିଶ୍ବର ନଜର ଚୀନର ସବୁଠାରୁ ଆଧୁନିକ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଡିଏଫ-୪୧ ଉପରେ ଥିଲା । ଏହା ବର୍ତ୍ତମାନ ବିଶ୍ବର ସବୁଠାରୁ ଶକ୍ତିଶାଳୀ ମିଶାଇଲର ଆଖ୍ୟା ପାଇଛି । ଏହାର ଲକ୍ଷ୍ୟ ଭେଦ କ୍ଷମତା 15 ହଜାର କିଲୋମିଟର ରହିଥିବା ବେଳେ ଏକା ଥରକେ 10 ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବା କ୍ଷମତାରେ ପାରଙ୍ଗମ ।
ସହିଭଳି ରାଡାର ନଜରକୁ ଚକମା ଦେଉଥିବା ଡିଆର-8 ଡ୍ରୋନର ପ୍ରଦର୍ଶନ କରାଯାଇଛି । ଏହି ଡ୍ରୋନ ଶବ୍ଦର ଗତିଠାରୁ ଦ୍ରୁତ ଗତିରେ ଉଡିବା କ୍ଷମତା ରଖିଥାଏ । ଜେଏଲ-୨ ଆଣବିକ ଶକ୍ତି ସଂପନ୍ନ ବୁଡାଜାହାଜରୁ ନିକ୍ଷେପ କରିହେଉଥିବା ବାଲାଷ୍ଟିକ କ୍ଷେପଣାସ୍ତ୍ର, ଜେ-୨୦ସ ଷ୍ଟିଲଥ ଫାଇଟର ଜେଟ, ଜିଜେ-୧୧ ଷ୍ଟେଲଥ ଲଢୁଆ ଡ୍ରୋନକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।
ଏଠାରେ ସୂଚନା ଥାଉ କି ଆଜି ଚୀନରେ ଗୃହଯୁଦ୍ଧ ପରିସମାପ୍ତି ପରେ 1949ରେ ମାଓତ୍ସେ ତୁଙ୍ଗ ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନାର ସ୍ଥାପନା କରିଥିଲେ । କମ୍ୟୁନିଷ୍ଟ ଶାସନର ୭୦ ବର୍ଷ ପୂର୍ତ୍ତି ହୋଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ସର୍ବବ୍ୟାପୀ କରିବା ପାଇଁ କମ୍ୟୁନିଷ୍ଟ ସରକରା ଦେଶରେ 6.20 ଲକ୍ଷ ଟିଭି ମାଗଣାରେ ବଣ୍ଟନ କରିଛନ୍ତି ।