ETV Bharat / international

କୋରିଆନ ଉପଦ୍ବୀପ ଉପରେ ଉଡିଲା ଆମେରିକୀୟ ଗୁପ୍ତଚର ବିମାନ

author img

By

Published : Jun 24, 2020, 12:16 AM IST

ଦକ୍ଷିଣ କୋରିଆର ଏକ ବିମାନ ଚଳାଚଳ ଟ୍ରାକର ସୂଚନା ଦେଇଛି କି ମଙ୍ଗଳବାର ଅନ୍ତଃକୋରିଆନ ଉପଦ୍ବୀପ ଉପରେ ଉଡିଛି ଆମେରିକୀୟ ଗୁପ୍ତଚର ବିମାନ । ଏହି ଗୁପ୍ତଚର ବିମାନ ଏକ ସିରିଜ ଉଡାଣରେ ଉତ୍ତର କୋରିଆ ଉପରେ ନଜର ରଖିଥିଲା । ଅଧିକ ପଢ଼ନ୍ତୁ...

american spy plane fly over korean peninsula, american spy plane fly over south korea, american spy plane, north-south korea clash, କୋରିଆନ ଉପଦ୍ବୀପରେ ଆମେରିକୀୟ ଗୁପ୍ତଚର ବିମାନ, ଦକ୍ଷିଣ କୋରିଆରେ ଆମେରିକୀୟ ଗୁପ୍ତଚର ବିମାନ, ଆମେରିକୀୟ ଗୁପ୍ତଚର ବିମାନ, ଉତ୍ତର-ଦକ୍ଷିଣ କୋରିଆରେ ବିବାଦ
କୋରିଆନ ଉପଦ୍ବୀପ ଉପରେ ଉଡିଲା ଆମେରିକୀୟ ଗୁପ୍ତଚର ବିମାନ

ସିଓଲ: ଦକ୍ଷିଣ କୋରିଆର ଏକ ବିମାନ ଚଳାଚଳ ଟ୍ରାକର ସୂଚନା ଦେଇଛି କି ମଙ୍ଗଳବାର ଅନ୍ତଃକୋରିଆନ ଉପଦ୍ବୀପ ଉପରେ ଉଡିଛି ଆମେରିକୀୟ ଗୁପ୍ତଚର ବିମାନ । ଏହି ଗୁପ୍ତଚର ବିମାନ ଏକ ସିରିଜ ଉଡାଣରେ ଉତ୍ତର କୋରିଆ ଉପରେ ନଜର ରଖିଥିଲା । ନିକଟରେ ଉତ୍ତର କୋରିଆ ଦକ୍ଷିଣ କୋରିଆକୁ ଯୁଦ୍ଧ ଧମକ ଦେଇଥିବା ବେଳେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏହି ଗୁପ୍ତଚର ବିମାନ ଉଡାଣ ଭରିଥିଲା ।

ସୂଚନା ମୁତାବକ ଆରସି-12ଏକସ ଗାର୍ଡରେଲ ନାମକ ଆମେରିକୀୟ ଗୁପ୍ତଚର ବିମାନକୁ ମଙ୍ଗଳବାର ସକାଳେ ଦକ୍ଷିଣ କୋରିଆର ଆକାଶରେ ଦେଖିବାକୁ ମିଳିଥିଲା । ଶାନ୍ତିର ସହ ଏହି ବିମାନ ଲଗାତାର ସେହି ସ୍ଥାନରେ ଚକ୍କର କାଟିଥିଲା । ସେପଟେ ସୋମବାର ମଧ୍ୟ ଆମେରିକୀୟ ବାୟୁ ସେନାର ଆରସି-135ଡବ୍ଲୁ ସମେତ 6ଟି ବିମାନ ଆକସ୍ମିକ ଭାବେ ଦକ୍ଷିଣ କୋରିଆର ଆକାଶରେ ଦେଖାଯାଇଥିଲା । ଏହି ଉତ୍ତର କୋରିଆର ଯୁଦ୍ଧ ଧମକ ପରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁତୟନ ହୋଇଥିବା କୁହାଯାଉଛି ।

ଦକ୍ଷିଣ କୋରିଆ ଦ୍ବାରା କିଛି ବିଶ୍ବାସଘାତକଙ୍କ ହାତରେ ଉତ୍ତର କୋରିଆକୁ କିଛି ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ପଠାଯାଇଥିବା ବେଳେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ହୋଇଛି ଉତ୍ତର କୋରିଆ । ଏନେଇ ଉତ୍ତର କୋରିଆ କ୍ରୋଧିତ ହୋଇ ଯୁଦ୍ଧ ଧମକ ମଧ୍ୟ ଦେବାକୁ ପଛାଇ ନାହିଁ । ଯାହାକୁ ନେଇ ଅନ୍ତଃକୋରିଆନ ଉପଦ୍ବୀପରେ ଉଭୟ ଦେଶ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହାପୂର୍ବରୁ ଉତ୍ତର କୋରିଆ ଉଭୟ ଦେଶରେ ସୀମାରେ ଥିବା ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ଧ୍ବଂସ କରିଥିବା ବେଳେ ସିଓଲ ବିରୋଧୀ ଲିଫ୍ଲେଟ ଛାପା ଆରମ୍ଭ କରିଥିବା ମଧ୍ୟ ସୂଚନା ଦେଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.