ETV Bharat / international

ଚୀନରେ ବସ ଦୁର୍ଘଟଣା: 7 ମୃତ, 11 ଆହତ

ଦକ୍ଷିଣ ଚୀନର ଗୁଆଙ୍ଗଡଙ୍ଗ ଜାତୀୟ ରାଜପଥ ଶେନୟାଙ୍ଗ-ହାଇକୌରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡିଛି । ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 11 ଜଣ ଆହତ ଅଛନ୍ତି ।

author img

By

Published : Aug 26, 2019, 2:34 PM IST

ପ୍ରତିକାତ୍ମକ ଫଟୋ

ବେଜିଙ୍ଗ୍‌: ଦକ୍ଷିଣ ଚୀନର ଗୁଆଙ୍ଗଡଙ୍ଗ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଓଲଟି 7 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 11 ଜଣ ଆହତ ଅଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଶେନୟାଙ୍ଗ-ହାଇକୌରେ ଏକ ଯାତ୍ରୀବାହୀ ବସ ୟୁଟର୍ଣ୍ଣ ମାରିବାବେଳେ ଭାରସାମ୍ୟ ହରାଇ ଓଲଟିପଡିଲା । ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେପଟେ ଉକ୍ତ ବସରେ 44 ଜଣ ଯାତ୍ରୀ ବୋହିବା କ୍ଷମତା ରହିଛି । କିନ୍ତୁ ଘଟଣା ଦିନ ଦୁର୍ଘଟଣାଗ୍ରସ୍ତ ବସରେ 44 ଜଣକୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.