ETV Bharat / international

ନିଜ ଡେଡଲାଇନକୁ ମିସ କଲା ଜୁମ୍

ସରକାରଙ୍କ କିଛି ଦାବି ଯାହା କମ୍ପାନୀକୁ ପ୍ରଦାନ କରାଯାଇଥିଲା ଏହି ରିପୋର୍ଟରେ ପ୍ରକାଶ କରିବାକୁ ଜୁମ୍ ସ୍ଥିର କରିଥିଲା । ହେଲେ ଏହି ଡେଡଲାଇନ୍ ମିସ୍ କରିଯାଇଥିବା ନେଇ ଜୁମ୍ ସୂଚନା ଦେଇଛି । ଅଧିକ ପଢନ୍ତୁ...

author img

By

Published : Jul 2, 2020, 7:09 AM IST

ନିଜ ଡେଡଲାଇନକୁ ମିସ କଲା ଜୁମ୍
ନିଜ ଡେଡଲାଇନକୁ ମିସ କଲା ଜୁମ୍

ୱାଶିଂଟନ: ନିଜ୍ ଡେଡଲାଇନ ନିଜେ ମିସ କରିଛି ଜୁମ୍ ଆପ୍ । ସରକାର ଦେଇଥିବା ରିପୋର୍ଟ ସାର୍ବଜନୀନ କରିବ ବୋଲି ପୂର୍ବରୁ କମ୍ପାନୀ ଘୋଷଣା କରିଥିଲା ଯାହା ପାର ହୋଇଯାଇଛି । ପ୍ରଥମ ଟ୍ରାନ୍ସପରେନ୍ସି ରିପୋର୍ଟ ପ୍ରକାଶ କରିବାକୁ ଏହା ଜୁନ୍ 30କୁ ଡେଡଲାଇନ ଭାବେ ସ୍ଥିର କରିଥିଲା ।

ସରକାରଙ୍କ କିଛି ଦାବି ଯାହା କମ୍ପାନୀକୁ ପ୍ରଦାନ କରାଯାଇଥିଲା ଏହି ରିପୋର୍ଟରେ ପ୍ରକାଶ କରିବାକୁ ଜୁମ୍ ସ୍ଥିର କରିଥିଲା । ହେଲେ ଏହି ଡେଡଲାଇନ୍ ମିସ୍ କରିଯାଇଥିବା ନେଇ ଜୁମ୍ ସୂଚନା ଦେଇଛି । ତେବେ ପୁଣିଥରେ କେବେ ଏହି ଟ୍ରାନ୍ସପରେନ୍ସି ରିପୋର୍ଟ ପ୍ରକାଶ ହେବ ସେନେଇ କୌଣସି ସୂଚନା ଦେଇନାହିଁ ଜୁମ୍ । ଏହା ସାଧାରଣତଃ ୟୁଜରଙ୍କ ଡାଟା ପାଇଁ ସରକାର କୌଣସି ଏକ କମ୍ପାନୀଙ୍କୁ ଅନୁରୋଧ କରିଥିବା ରିପୋର୍ଟ ଉପରେ ପର୍ଯ୍ୟବେସିତ ।

କମ୍ପାନୀ ୟୁଜର୍ସଙ୍କ ଡାଟା ବ୍ୟବହାର କରିବା ଉପରେ ସରକାର କେତେକ ନିର୍ଦ୍ଦିଷ୍ଟ ଗାଇଡଲାଇନ ସ୍ଥିର କରିଥାନ୍ତି । ଯାହା ଏହି ରିପୋର୍ଟ ଦ୍ବାରା ବାରମ୍ବାର ଅପଡେଟ୍ ହୋଇଥାଏ । ଏହାକୁ କମ୍ପାନୀଙ୍କ ପକ୍ଷରୁ ସାର୍ବଜନୀନ କରି ଏହା ସୂଚାଇ ଦିଆଯାଇଥାଏ ଯେ ସେମାନେ ସରକାରଙ୍କ ଆଦେଶ ଓ ନିୟମ ଅନୁସାରେ କାର୍ଯ୍ୟ କରୁଛନ୍ତି । ପ୍ରକାଶ ଥାଉ କି ଲକଡାଉନରେ ଜୁମ୍ ଆପକୁ ଲକ୍ଷାଧିକ ଲୋକ ଡାଉନଲୋଡ୍ କରିଥିଲେ । ମିଟିଂ, ଅନଲାଇନ ପଢା ପାଇଁ ଏହାର ଅଧିକ ଚାହିଦା ଏହି ସମୟରେ ବଢିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.