ETV Bharat / international

ଭାରତକୁ ଟ୍ରମ୍ପଙ୍କ ଧମକ, ଔଷଧ ରପ୍ତାନୀରୁ ବ୍ୟାନ ନ ହଟାଇଲେ କାର୍ଯ୍ୟାନୁଷ୍ଠାନ - Corona updates

ଯଦି ଭାରତ କୋରୋନା ଚିକିତ୍ସାରେ ବ୍ୟବହୃତ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ ଉପରୁ ବ୍ୟାନ ନ ହଟାଏ, ତେବେ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୂଚାଇଛନ୍ତି । ଅଧିକ ପଢନ୍ତୁ...

Trump hints at 'retaliation' if India doesn't allow export of Hydroxychloroquine
ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀକୁ ନେଇ ପ୍ରତିଶୋଧ ନେଇପାରନ୍ତି ଟ୍ରମ୍ପ
author img

By

Published : Apr 7, 2020, 1:49 PM IST

ୱାଶିଂଟନ: ଯଦି ଭାରତ କୋରୋନା ଚିକିତ୍ସାରେ ବ୍ୟବହୃତ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ ଉପରୁ ବ୍ୟାନ ନ ହଟାଏ, ତେବେ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୂଚାଇଛନ୍ତି । ହ୍ବାଇଟ ହାଉସରେ କୋରୋନା ସଂପର୍କରେ ଆଲୋଚନା ସମୟରେ ଟ୍ରମ୍ପ କହିଛନ୍ତି, ‘ଆମେରିକା ସହ ଭାରତର ସଂପର୍କ ବହୁତ ଭଲ । ତେବେ ଭାରତ କଣ ପାଇଁ ଆମେରିକାର ଔଷଧ କିଣିବା ଉପରେ ପ୍ରତିବନ୍ଧକ ଲଗାଇଛି ମୁଁ ଜାଣିପାରୁନାହିଁ ।’

ସେ ପୁଣି କହିଛନ୍ତି, ‘ଏହା ମୋଦିଙ୍କ ନିଷ୍ପତ୍ତି ବୋଲି ମୁଁ ଭାବୁନାହିଁ । ମୁଁ ଜାଣେ ଯେ ସେ ଅନ୍ୟ ଦେଶ ପାଇଁ ଏହାକୁ ବନ୍ଦ କରିଦେଇଥିବା କଥା ମଧ୍ୟ ଗତକାଲି ପ୍ରକାଶ କରିଥିଲେ । ଆମେ ଏହାକୁ ଦେଖିବୁ କିମ୍ବା ଭାରତ ଆମେରିକା ଉପରେ ଥିବା ପ୍ରତିବନ୍ଧକକୁ ହଟାଇବ, ଏହାକୁ ନେଇ ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ । କାରଣ ଭାରତ ଆମେରିକା ସହିତ ବହୁତ ସଂପର୍କ ରହିଛି ।’ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ଫୋନ ବାର୍ତ୍ତାଳାପରେ ଟ୍ରମ୍ପ କହିଛନ୍ତି ସେ ଏ ସଂପର୍କରେ ଏକ ଅନୁରୋଧ ପତ୍ର ଆମେରିକା ତରଫରୁ ପଠାଇବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଟ୍ରମ୍ପ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘ ମୁଁ ଆଶ୍ଚର୍ଯ୍ୟ ହେବି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ସଂପର୍କରେ ମତେ କହିବାକୁ ପଡିବ । ମୁଁ ରବିବାର ସକାଳେ ତାଙ୍କ ସହ କଥାହେଲି ଓ କହିଲି ଯେ ଆମର ଯୋଗାଣକୁ ଅନୁମତି ଦେଲେ ଆମେ ପ୍ରଶଂସା କରିବୁ । ଯଦି ସେ ଏହାକୁ ଅନୁମତି ନ ଦିଅନ୍ତି, ତାହା ଠିକ୍ ହେବ ହେଲେ ଆମର ପରବର୍ତ୍ତୀ ପଦକ୍ଷେପ ଅବଶ୍ୟ ପ୍ରତିଶୋଧ ହୋଇପାରେ । କାହିଁକି ହେବ ନାହିଁ ?’

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ ଯୋଗାଇବାକୁ ଅନୁରୋଧ କରିଛନ୍ତି ଯାହା COVID-19 ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇପାରିବ । ହ୍ବାଇଟହାଉସର କୋରୋନା ଭାଇରସ ଟାସ୍କଫୋର୍ସ ସଂକ୍ଷିପ୍ତ ବାର୍ତ୍ତାରେ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଲ ପରେ ଭାରତ ଆମେରିକାର ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ କରିବା ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବ । ସେଥିପାଇଁ ଭାରତ ଗୁରୁତ୍ବ ପ୍ରଦାନ କରୁଥିବା ସେ ଉଲ୍ଲେଖ କରିଥିଲେ ।

ମ୍ୟାଲେରିଆ, ଲୁପସ୍ ଏବଂ ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋକିବା ଏବଂ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟ୍ୟାବଲେଟ ବ୍ୟବହୃତ ହୁଏ । କୋରୋନା ଭାଇରସକୁ ରୋକିବାର ଏକ ଉପଯୋଗୀ ଚିକିତ୍ସା ସମାଧାନ ପ୍ରଦାନ କରୁଥିବା ଔଷଧ ଭାବେ ଏହାକୁ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟ, କୋରୋନାରେ ଏପର୍ଯ୍ୟନ୍ତ 10,000ରୁ ଅଧିକ ଆମେରିକୀୟଙ୍କ ଜୀବନ ଯାଇଛି ଏବଂ 3.6 ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

ଗତ ମାସରେ, ବିଶ୍ବରେ କୋରୋନା ମହାମାରୀର ଆତଙ୍କ ଦେଖାଯିବା ପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଯାହାକୁ ବର୍ତ୍ତମାନ COVID-19 ରୋଗୀଙ୍କ ଚିକିତ୍ସାରେ ଟ୍ରମ୍ପ ଅଧିକ ବ୍ୟବହାର କରିବାକୁ ଚାହୁଁଛନ୍ତି ।ଏପରିକି ଭାରତ ଶ୍ରୀଲଙ୍କା, ନେପାଳ ସମେତ ବିଭିନ୍ନ ପଡ଼ୋଶୀ ଦେଶ ଓ ଅନ୍ୟାନ୍ୟ ଦେଶରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପାଇଁ ସମାନ ଅନୁରୋଧ ଗ୍ରହଣ କରିଛି । ଏହାର ରପ୍ତାନି ଉପରେ ପ୍ରତିବନ୍ଧକର ସମୀକ୍ଷା କରାଯାଉଥିବା ନେଇ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିବା । ବର୍ତ୍ତମାନ ଭାରତରେ ଏହି ଔଷଧ ପର୍ଯ୍ୟାପ୍ତ ପରିମାଣର ରହିଥିବା କୁହାଯାଇଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.