ETV Bharat / international

ହ୍ବାଇଟ ହାଉସ ବଜେଟ ମୁଖ୍ୟରୁ ନାମ ପ୍ରତ୍ୟାହାର କଲେ ନିରା ଟଣ୍ଡେନ

ହ୍ବାଇଟ ହାଉସ ବଜେଟ ମୁଖ୍ୟରୁ ଭାରତୀୟ-ଆମେରିକୀୟ ନିରା ଟଣ୍ଡେନ ନିଜ ନାମକୁ ପ୍ରତ୍ୟାହାର କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 3, 2021, 10:10 AM IST

ହ୍ବାଇଟ ହାଉସ ବଜେଟ ମୁଖ୍ୟରୁ ନାମ ପ୍ରତ୍ୟାହାର କଲେ ନୀର ଟାଣ୍ଡେନ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ବଡ଼ ଧକ୍କା ଦେଇ ଭାରତୀୟ-ଆମେରିକୀୟ ନିରା ଟଣ୍ଡେନ ମଙ୍ଗଳବାର ହ୍ବାଇଟ ହାଉସର କାର୍ଯ୍ୟାଳୟ ପରିଚାଳନା ଏବଂ ବଜେଟର ନିର୍ଦ୍ଦେଶକ ଭାବରେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ତେବେ ଶାସକ ଦଳ ଏବଂ ପ୍ରଶାସନ ସିନେଟରେ ପର୍ଯ୍ୟାପ୍ତ ପରିମାଣର ଭୋଟ୍ ସଂଗ୍ରହ କରିବାରେ ବିଫଳ ହେବାରୁ ସେ ଏପିର କରିଥିବା ଜଣାପଡିଛି ।

ନିରା କିଛି ସାଂସଦଙ୍କ ବିରୋଧରେ ଟ୍ବିଟରେ ମନ୍ତବ୍ୟ ଦେଇଥିଲେ । ତେବେ ଏହି ସାଂସଦଙ୍କ ମଧ୍ୟରେ ନିରାଙ୍କ ନିଜ ଦଳ ଡେମୋକ୍ରାଟିକ୍ ପାର୍ଟିର ମଧ୍ୟ ସଦସ୍ୟ ରହିଥିଲେ । ଏହି ଘଟଣା ଯୋଗୁଁ ନାମାଙ୍କନ ପତ୍ର ନିଶ୍ଚିତ ହେବା ପାଇଁ ନିରାଙ୍କୁ ଏକ କଠିନ ସମୟର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ତାଙ୍କ ପ୍ରତ୍ୟାହାରକୁ ଗ୍ରହଣ କରିଥିଲେ ।

ନିରାଙ୍କ ଏହି ପ୍ରତ୍ୟାହାର ପରେ ତାଙ୍କୁ ଆମେରିକା ପ୍ରଶାସନରେ ଏକ ବଡ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ନୀରାଙ୍କ ପ୍ରତ୍ୟାହାର ବାଇଡେନଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଥମ ହାଇ-ପ୍ରୋଫାଇଲ୍ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ବୋଲି ଜଣାପଡିଛି । 23 କ୍ୟାବିନେଟ ପ୍ରାର୍ଥୀଙ୍କ ମଧ୍ୟରୁ 11 ଜଣ ପ୍ରାର୍ଥୀ ସିନେଟର ଅନୁମୋଦନ ଆବଶ୍ୟକ କରୁଥିବା ବେଳେ ଅଧିକାଂଶ ଦୃଢ ଦ୍ବିପାକ୍ଷିକ ସମର୍ଥନ ଆବଶ୍ୟକ କରିଥାନ୍ତି ।

ତେବେ ନିରାଙ୍କ କୃତିତ୍ବର ରେକର୍ଡ, ଅଭିଜ୍ଞତା ଏବଂ ପରାମର୍ଶକୁ ବାଇଡେନ ସମ୍ମାନ କରିଥାନ୍ତି ଏବଂ ତାଙ୍କ ପ୍ରଶାସନରେ ଏକ ଭୂମିକାରେ ତାଙ୍କର ସେବା କରିବାକୁ ଅପେକ୍ଷା କରିଛନ୍ତି ବୋଲି ସମ୍ପର୍କରେ ରାଷ୍ଟ୍ରପତି ବାଇଡେନ କହିଛନ୍ତି । ବାଇଡେନଙ୍କ ଅଧୀନରେ ଦାୟିତ୍ବ ତୁଲାଇବା ଓ ତାଙ୍କ ଉପରେ ପ୍ରଶାସନର ବିଶ୍ବାସକୁ ସେ ସମ୍ମାନ କରିଥାନ୍ତି ବୋଲି ଟାଣ୍ଡେନ ନାମ ପ୍ରତ୍ୟାହାର ସମୟରେ କହିଥିଲେ ।

ଅନେକ ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ସିନେଟରଙ୍କ ବିରୋଧରେ ନୀରାଙ୍କ ଶହେରୁ ଅଧିକ ଟ୍ବିଟ୍ ହେତୁ ଟଣ୍ଡେନଙ୍କ ନାମାଙ୍କନ ପ୍ରକ୍ରିୟାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଦ୍ବାରା ସିନେଟର ତାଙ୍କ ବିରୋଧରେ ଭୋଟ୍ ଦେବାକୁ ଶପଥ ନେଇଥିଲେ । ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ନୀରା ପ୍ରାୟ 1 ହଜାରରୁ ଅଧିକ ଟ୍ବିଟକୁ ହଟାଇବା ସହିତ ସିନେଟରଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.