ETV Bharat / international

ବିବାହ ବାର୍ଷିକୀରେ ପିନ୍ଧିଲେ 72 ବର୍ଷ ତଳର ଡ୍ରେସ - 72ତମ ବିବାହ ବାର୍ଷିକୀ

କୋଲୋରାଡୋରେ ବାସ କରୁଥିବା ଏକ ବୃଦ୍ଧ ଦମ୍ପତ୍ତି 72ତମ ବିବାହ ବାର୍ଷିକୀ ପାଳନ କରୁଥିଲେ । ଏହି ପରିପେକ୍ଷୀରେ ପତ୍ନୀ ନିଜ ବିବାହ ସମୟର ବସ୍ତ୍ର ପରିଧାନ କରିଥିଲେ । ଯାହାକୁ ଦେଖି ଭାବୁକ ହୋଇ ପଡିଥିଲେ ସ୍ବାମୀ । ଅଧିକ ପଢ଼ନ୍ତୁ...

ବିବାହ ବାର୍ଷିକୀରେ ପିନ୍ଧିଲେ 72 ବର୍ଷ ତଳର ଡ୍ରେସ
author img

By

Published : Oct 22, 2019, 12:29 AM IST

ଆମେରିକା: କୁହାଯାଏ ପ୍ରେମର ମୃତ୍ୟୁ ନାହିଁ । ପ୍ରେମ କରିବାର କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ମଧ୍ୟ ନଥାଏ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର କୋଲୋରାଡୋ ସହରରେ ।

man became emotional after seeing wife dressed
ବିବାହ ବାର୍ଷିକୀରେ ପିନ୍ଧିଲେ 72 ବର୍ଷ ତଳର ଡ୍ରେସ

ନିକଟରେ କୋଲୋରାଡୋରେ ବାସ କରୁଥିବା ଏକ ବୃଦ୍ଧ ଦମ୍ପତ୍ତି 72ତମ ବିବାହ ବାର୍ଷିକୀ ପାଳନ କରୁଥିଲେ । ଏହି ଅବସରରେ ପତ୍ନୀ ନିଜ ବିବାହ ସମୟର ବସ୍ତ୍ର ପରିଧାନ କରିଥିଲେ । ଯାହାକୁ ଦେଖି ଭାବୁକ ହୋଇଥିଲେ ତାଙ୍କ ସ୍ବାମୀ ଲିୟୋନାର୍ଡ ।

ରିପୋର୍ଟ ଅନୁସାରେ, ଲିୟୋନାର୍ଡ ଏବଂ ସର୍ଲୀ ମେଟିଜଙ୍କୁ 91 ବର୍ଷ ବୟସ। ଏଦୁହେଁ ଏକ ହେଲଥ୍‌ କେୟାର ସେଣ୍ଟରରେ କାମ କରନ୍ତି। ଗତ 11 ଅକ୍ଟୋବରେ ତାଙ୍କର 72ତମ ବିବାହ ବାର୍ଷିକୀ ଥିଲା । ଏହି ଅବସରରେ ସେମାନେ ଏକ ଫଟୋସୁଟ୍ କରାଇଥିଲେ । ଯାହାକୁ ଦେଖି ଆପଣ ମଧ୍ୟ ଭାବୁକ ହୋଇଯିବେ ।

ତେବେ ଏହି ଫଟୋସୁଟ୍ କରାଇଥିବା ମହିଳା ଏର୍ଦିସ ଦମ୍ପତ୍ତିଙ୍କର ଫଟୋ ଉଠାଇବା ସହ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଫଟୋକୁ ସେୟାର କରିବା ସହ ଏଥିରେ ଲେଖିଥିଲେ, 'ମୁଁ 16 ବର୍ଷରୁ ଏହି ଦମ୍ପତ୍ତିଙ୍କୁ ଦେଖିଆସୁଛି । ଏମାନଙ୍କ ସହ କାମ କିରବା ସତରେ ଖୁବ୍ ଆନନ୍ଦଦାୟକ' ।

ଏହାସହ ସେ ଲେଖିଥିଲେ ପ୍ରକୃତ ପ୍ରେମର ଏମାନେ ହେଉଛନ୍ତି ଜ୍ବଳନ୍ତ ଉଦାହରଣ । ବିବାହର 72 ବର୍ଷ ପରେ ମଧ୍ୟ ଏମାନଙ୍କ ମଧ୍ୟରେ ଭଲପାଇବା ଅପରିବର୍ତ୍ତିତ ରହିଛି । ଏର୍ଦିସ ଆହୁରି ଲେଖିଥିଲେ ଯେ, ଯେତେବେଳେ ମୁଁ, ସର୍ଲୀଙ୍କୁ ତାଙ୍କ ବିବାହ ପୋଷାକ ପିନ୍ଧାଇ ଆଣୁଥିଲି ସେ ସମୟରେ ତାଙ୍କ ସ୍ବାମୀ ଅର୍ଥାତ ଲିୟୋନାର୍ଡ ଏହା ଦେଖି ଖୁବ୍ ଭାବୁକ ହୋଇଯାଇଥିଲେ ।

ତେବେ ଏହି ଫଟୋ ସୋସିଆଲ ମିଡିଆରେ ସେୟାର ହେବାପରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.