ୱାଶିଂଟନ: କୋରୋନା କବଳରେ ଟ୍ରମ୍ପ ପ୍ରଶାସନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଂକ୍ରମଣ ହେବା ପରେ ତାଙ୍କ କ୍ୟାମ୍ପେନ ମ୍ୟାନେଜର ଏବେ ସଂକ୍ରମିତ ହୋଇଛନ୍ତି । 2 ଆମେରିକୀୟ ସିନେଟର, ଏଥିସହିତ ହ୍ବାଇଟ ହାଉସର 3 ଜଣ ସାମ୍ବାଦିକ ମଧ୍ୟ କୋରୋନା ପଜିଟିଭ । ବର୍ତ୍ତମାନ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀ ଏବେ କୋରୋନା ସନ୍ଦିଗ୍ଧ ବୋଲି ଜଣାପଡିଛି।
ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(70) ଏବଂ ଆମେରିକାର ପ୍ରଥମ ମହିଳା ମେଲାନିଆ କୋରୋନା ପଜିଟିଭ ବୋଲି ସୂଚନା ଦେଇଥିଲେ । ସ୍ବାସ୍ଥ୍ଯ ବିଶେଷଜ୍ଞ ପରାମର୍ଶକ୍ରମେ ଟ୍ରମ୍ପ ଏବେ ଆର୍ମି ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ସେ ହସ୍ପିଟାଲରୁ ନିଜର ସମସ୍ତ ଦାୟିତ୍ବ ତୁଲାଇବେ ବୋଲି ଜଣାପଡିଛି । ମେଲିନିଆ ହ୍ବାଇଟ ହାଉସରେ ରହିଛନ୍ତି ।
ଉତ୍ତର କାରୋଲିନାର ରିପବ୍ଲିକାନ୍ ସିନେଟର ଥମ୍ ଟିଲିସ୍ ଏବଂ ଉତ୍କଳର ମାଇକ୍ ଲି ନିଶ୍ଚିତ କରିଛନ୍ତି ଯେ, ସେମାନେ କୋରୋନା ଭାଇରସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟିଲିସ ଶୁକ୍ରବାର କହିଥିଲେ, ସେ ଗତ କିଛି ମାସ ମଧ୍ୟରେ ନିୟମିତ ଭାବରେ କୋଭିଡ-19 ପାଇଁ ପରୀକ୍ଷା କରିଆସୁଛନ୍ତି । ଗତ ଶନିବାର ଦିନ ତାଙ୍କ ରିପୋର୍ଟ ନେଗେଟିଭ ବାହାରିଥିଲା । ହେଲେ ଶୁକ୍ରବାର ତାଙ୍କର ରିପୋର୍ଟ ପଜିଟିଭ ରହିଛି । ଡାକ୍ତର ପରାମର୍ଶକ୍ରମେ ସେ ଏବେ 10 ଦିନ ପାଇଁ ହୋମଆଇସୋଲେସନରେ ରହିବେ ।
ଗତ ଶନିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସୁପ୍ରିମକୋର୍ଟ ନାମାଙ୍କନ ଘୋଷଣା କରିବା ସମୟରେ ହ୍ବାଇଟ ହାଉସରେ ଲିଙ୍କ ସହ ଟେଲିସଙ୍କୁ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ଟ୍ରମ୍ପ ଏବଂ ମେଲାନିଆଙ୍କର ଜଣେ ଘନିଷ୍ଠ ସହଯୋଗୀ ହୋପ୍ ହିକ୍ସ କୋରୋନା ଭାଇରସ୍ ଆକ୍ରାନ୍ତ ପରେ ସେମାନେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ । ହ୍ବାଇଟ ହାଉସର ପୂର୍ବତନ ପରାମର୍ଶଦାତା କେଲିଆନ୍ କନୱେ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିବା ସେ ନିଜ ଟ୍ବିଟର ଆକାଉଣ୍ଟରରେ ଜଣାଇଛନ୍ତି ।