ମୁମ୍ବାଇ: କାନ୍ସ୍ ଫିଲ୍ମ ଫେଷ୍ଟିଭାଲ 2023 ଏବଂ IIFA 2023 ରେ ଜଲୱା ଦେଖାଇ ଚର୍ଚ୍ଚାରେ ଥିଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। ଏହି ଗ୍ରାଣ୍ଡ ଇଭେଣ୍ଟ୍ରେ ସେ ନିଜର ସୁନ୍ଦର ଆଉଟଫିଟ୍ରେ ଦର୍ଶକଙ୍କୁ ଦିୱାନା କରିଥିଲେ। ଏବଂ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ଶିରୋନାମାରେ ରହି ଆସୁଥିଲେ । ତେବେ ଏହି ସବୁ ପରେ ଏବେ ସେ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍ୱର୍ଗତ ଅଭିନେତ୍ରୀ ପରଭିନ୍ ବବିଙ୍କ ବାୟୋପିକ୍ ନଜର ଆସିବେ ଉର୍ବଶୀ । ପରଭିନଙ୍କ ଜୀବନୀ ଉପରେ ବାୟୋପିକ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସେ। ସୋସିଆଲ ମିଡିଆରେ ଏକ ପୋଷ୍ଟା ସେୟାର କରି ଉର୍ବଶୀ ଏହି ସୂଚନା ଦେଇଛନ୍ତି।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ଆଜି ଉର୍ବଶୀ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ପରଭେନଙ୍କ ଜୀବନୀ ଉପରେ ବାୟୋପିକ୍ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି। ଏହି ପୋଷ୍ଟରେ ସେ ଆଗାମୀ ବାୟୋପିକର ସାରାଂଶର ଏକ ଫଟୋ ସେୟାର କରିଛନ୍ତି। ଏବଂ ସେ କ୍ୟାପ୍ସନ୍ରେ ଲେଖିଛନ୍ତି, "ବଲିଉଡରେ ବିଫଳ ହୋଇଛି । ପରଭିନ୍ ବବି, ମୁଁ ଆପଣଙ୍କୁ ଗର୍ବିତ କରିବି । ନୂତନ ଆରମ୍ଭର ଯାଦୁ ଉପରେ ବିଶ୍ବାସ କରନ୍ତୁ ।"
ସେ ଏହି ପୋଷ୍ଟ ସେୟାର କରିବାର କିଛି ସମୟ ପରେ, ତାଙ୍କ ପ୍ରଶଂସକ ଏବଂ ସାଙ୍ଗମାନେ ଏହାକୁ ଲାଇକ୍ କରିବା ସହ ପ୍ରତିକ୍ରିୟାରେ ଲାଲ୍ ହାର୍ଟ ଇମୋଜି ଏବଂ ଅଭିନନ୍ଦନ ଜଣାଇଛନ୍ତି । ଜଣେ ପ୍ରଶଂସକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ ପରଭେନ ବବିଙ୍କ ବିଷୟରେ ଚଳଚ୍ଚିତ୍ର ନିର୍ମାଣ କରିଥିବାରୁ ଧନ୍ୟବାଦ। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ପରଭିନ୍ଙ୍କ ବିଷୟରେ ତୁମର ଆଗାମୀ ଚଳଚ୍ଚିତ୍ର ଏକ ବ୍ଲକ୍ବଷ୍ଟର ହେବ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ପରଭିନ ବବିଙ୍କ ସମର୍ଥନରେ ଆସିଥିବା ପ୍ରଥମ ଅଭିନେତ୍ରୀ ।
2005 ଜାନୁଆରୀ 20ରେ ପରଭିନ ବବିଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ଦେହାନ୍ତ ହୋଇଥିଲା । ସେ କ୍ରିକେଟର ସଲିମ ଦୁରାନୀଙ୍କ ବିପକ୍ଷରେ ଚରିତ୍ର (1973) ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଭଲ କାମ କରିନଥିଲା । କିନ୍ତୁ ପରଭିନ ଏହାପରେ ପରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କର ପ୍ରଥମ ମୁଖ୍ୟ ହିଟ୍ ଫିଲ୍ମ ଥିଲା ଅମିତାଭ ବଚ୍ଚନଙ୍କ ବିପକ୍ଷରେ ମଜବୁର (1974) । ଜିନତ ଅମାନଙ୍କ ସହ ପରଭିନ୍ ବବି ଭାରତୀୟ ଚଳଚ୍ଚିତ୍ର ହିରୋଇନଙ୍କ ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥିଲେ । ସେ ପ୍ରଥମ ବଲିଉଡ ତାରକା ଯାହାଙ୍କୁ ଜୁଲାଇ 1976ରେ ଟାଇମ୍ର ଫ୍ରଣ୍ଟ୍ ପେଜ୍ରେ ଦେଖିବାକୁ ମିଳିଥିଲା । ତାଙ୍କ କ୍ୟାରିଅରରେ ତାଙ୍କୁ ଏକ ଗ୍ଲାମରସ୍ ଏବଂ ଫ୍ୟାଶନ୍ ଆଇକନ୍ ଭାବରେ ପରିଗଣିତ କରାଯାଇଥିଲା ।
ସେପଟେ ଉର୍ବଶୀ ନିକଟରେ ୱେବ୍ ସିରିଜ୍ ଇନ୍ସପେକ୍ଟର ଅବିନାଶରେ ନଜର ଆସିଛନ୍ତି । ଏଥିରେ ତାଙ୍କୁ ଅଭିନେତା ରଣଦୀପ ହୁଡାଙ୍କ ବିପକ୍ଷରେ ଦେଖିବାକୁ ମିଳିଛି । ତେବେ ଏହି ଶୋ' OTT ପ୍ଲାଟଫର୍ମ Jio Cinemaରେ ଷ୍ଟ୍ରିମିଂ ହେଉଛି ।