ହାଇଦ୍ରାବାଦ: ଲଣ୍ଡନରେ ରହୁଥିଲେ ବି ଭାରତୀୟ ପରମ୍ପରାକୁ ଆଦୌ ଭୁଲିନାହାନ୍ତି ପ୍ରିୟଙ୍କା ଚୋପ୍ରା । ବିଭିନ୍ନ ସମୟରେ ସେ ଘରେ ପୂଜା ଆୟୋଜନ କରୁଥିବା ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି ଅଭିନେତ୍ରୀ ତାଙ୍କ ବାପା ଅଶୋକ ଚୋପ୍ରାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଘରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଥିଲେ। ଏହି ସମୟରେ ସେ ତାଙ୍କ ଝିଅ ମାଲତୀ ମେରି ଚୋପ୍ରାଙ୍କୁ ଏକ ଭାରତୀୟ ଲୁକ ପୋଷାକ ପିନ୍ଧାଇଥିଲେ। ସୋସିଆଲ ମିଡିଆରେ ପ୍ରିୟଙ୍କା ମାଲତୀଙ୍କ ପାରମ୍ପରିକ ଲୁକର ଫଟୋ ସେୟାର କରିଥିଲେ । ଯାହାକୁ ଲାଇକ୍ କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ପ୍ରିୟଙ୍କା ଚୋପ୍ରା ବଲିଉଡର ପରି ହଲିଉଡରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ ଇଣ୍ଡଷ୍ଟ୍ରିର ବ୍ୟସ୍ତବହୁଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ।
ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମରେ ତାଙ୍କ ଝିଅ ମାଲତୀ ମେରିଙ୍କ ଦୁଇଟି ଫଟୋ ସେୟାର କରିଥିଲେ। ଯେଉଁଥିରେ ପ୍ରଥମ ଥର ପାଇଁ ପ୍ରିୟଙ୍କାଙ୍କ ରାଜକୁମାରୀ ପାରମ୍ପରିକ ଲୁକ୍ରେ ନଜର ଆସିଥିଲେ । ମାଲତୀ ପିଙ୍କ୍ ଲେହେଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ପ୍ରଥମ ଫଟୋରେ ମାଲତୀ ପେଟରେ ହାତ ରଖି ତାଙ୍କୁ ଦେଖୁଥିବା ନଜର ଆସିଛନ୍ତି ।
ଅନ୍ୟପକ୍ଷରେ, ପ୍ରିୟଙ୍କାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର ହୋଇଥିବା ଅନ୍ୟ ଏକ ଫଟୋରେ ମାଲତୀ ମେରି ଚୋପ୍ରା ପୂଜା ସାମଗ୍ରୀ ସହ ଖେଳୁଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି,"ପୂଜା ଟାଇମ, ମିସ ୟୁ ନାନା" । ଅନ୍ଯ ଏକ ଫଟୋରେ ମାଲତୀ ଅଶୋକ ଚୋପ୍ରାଙ୍କ ଫଟୋକୁ ଚାହୁଁଛନ୍ତି । ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, "ମୁଁ ଆପଣଙ୍କୁ ମିସ୍ କରୁଛି ।" ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ସହ ଫାୟାର ଇମୋଜି ଦେଇଛନ୍ତି ।
2013 ଜୁନ୍ 10ରେ ଅଶୋକ ଚୋପ୍ରାଙ୍କ ଦେହାନ୍ତ ହୋଇଥିଲା । ପିତାଙ୍କ ଦେହାନ୍ତ ଖବର ଶୁଣି ପ୍ରିୟଙ୍କା ଡିପ୍ରେସନକୁ ଚାଲିଯାଇଥିଲେ । ତେବେ ବର୍ତ୍ତମାନ ପ୍ରିୟଙ୍କା, ନିକ ଜୋନ୍ସଙ୍କ ସହ ବିବାହ କରି ଲଣ୍ଡନରେ ରହୁଛନ୍ତି । ପ୍ରିୟଙ୍କା ଏବଂ ନିକ୍ 2022 ମସିହାରେ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ମାଳତୀ ମ୍ୟାରୀ । ନିକ୍ ଏବଂ ପ୍ରିୟଙ୍କା ଏହାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ନିକଟରେ ପ୍ରିୟଙ୍କା ତାଙ୍କ ଝିଅକୁ ପ୍ରଥମ ଥର ପାଇଁ ଭାରତ ଆଣିଥିଲେ । ଏହି ସମୟରେ ସେ ତାଙ୍କ ଝିଅ ମାଲତୀଙ୍କ ସହ ସିଦ୍ଧିବିନାୟକ ମନ୍ଦିର ଆସି ଆଶୀର୍ବାଦ ନେଇଥିଲେ ।