ETV Bharat / entertainment

Lata Mangeshkar Birth anniversary: ସ୍ମୃତିରେ ସ୍ୱର ସମ୍ରାଜ୍ଞୀ, ଗାଇଛନ୍ତି ହଜାରରୁ ଊର୍ଦ୍ଧ୍ବ ଗୀତ

ଆଜି ଲତା ଦିଦିଙ୍କର ପ୍ରଥମ ଜନ୍ମ ବାର୍ଷିକୀ । ଆସନ୍ତୁ ଆଜିର ଦିନରେ ଜାଣିବା ଲତା ମଙ୍ଗେସକରଙ୍କ ଆଇକନିକ୍‌ ଗୀତ ସମ୍ପର୍କରେ । ଅଧିକ ପଢନ୍ତୁ

author img

By

Published : Sep 28, 2022, 11:42 AM IST

ଜନ୍ମବାର୍ଷିକୀରେ ସ୍ୱର ସମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି, ଗାଇଛନ୍ତି ହଜାରରୁ ଊର୍ଦ୍ଧ୍ବ ଗୀତ

ହାଇଦ୍ରାବାଦ: ବୋଧ ହୁଏ ଏମିତି କେହି ନଥିବେ ଯିଏ ଲତା ମଙ୍ଗେସକରଙ୍କ ଗୀତ ଶୁଣିନଥିବେ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ନିଜ ସ୍ବରର ଯାଦୁରେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ସେ ଜିତିଛନ୍ତି । ସେ ଆଜି ଆମ ଭିତରେ ନାହାନ୍ତି ସତ, ହେଲେ ତାଙ୍କ ସଙ୍ଗୀତ ତାଙ୍କୁ ଚିରଦିନ ପାଇଁ ଜୀବନ୍ତ କରି ରଖିବ । ଆଜି ସେହି କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଜନ୍ମ ବାର୍ଷିକୀ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆସନ୍ତୁ ଆଜିର ଦିନରେ ଜାଣିବା ତାଙ୍କ କିଛି ଆଇକନିକ୍‌ ଗୀତ ସମ୍ପର୍କରେ ।

ଲତାଙ୍କ କଣ୍ଠ ଭଗବାନଙ୍କ ଦାନ । ଗୀତିକାରଙ୍କ ପ୍ରଥମ ପସନ୍ଦ ଥିଲେ ଲତା । ବଲିଉଡର କୋକିଳ କଣ୍ଠୀ ଲତାଙ୍କ କାଳଜୟୀ ଗୀତ ଏବେବି ସ୍ରୋତାଙ୍କ କାନରେ ବାଜେ । 1964ର ‘ଲଗ୍ ଜା ଗଲେ’ ଗୀତଟିକୁ ଆପଣ କେବେବି ନିଜକୁ ଶୁଣିବାରୁ ରୋକିପାରିବେ ନାହିଁ । ବହୁତ କଣ୍ଠଶିଳ୍ପୀ ଏହାର କଭର ଗୀତ ଗାଇବାକୁ ଚେଷ୍ଟା କରିଛନ୍ତି ମାତ୍ର ଲତାଙ୍କ ଭଳି କେହି ନୁହେଁ । ପ୍ରାୟ 30ରୁ ଅଧିକ ଭାଷାରେ ଗୀତ ଗାଇଛନ୍ତି ଲତା ।

5 ବର୍ଷ ବୟସରୁ ଗୀତ ଗାଇଥିବା ଲତା କଳାଧଳା ଯୁଗର ଗୀତ ହେଉ କିମ୍ବା ରଙ୍ଗୀନ ଯୁଗର ଗୀତ, ସବୁଥିରେ ନିଜ କଣ୍ଠକୁ ବେଶ୍ ସୁନ୍ଦର ଭାବେ ଢାଳି ପାରିଛନ୍ତି ଲତା । ମୁଗଲ-ଏ-ଅଜାମ ଫିଲ୍ମର କୋରସ ଗୀତ ‘ମୋହେ ପନଘଟ୍ ପେ ନନ୍ଦଲାଲ୍’ କୌଣସି ଯାଦୁରୁ କମ୍ ନଥିଲା । ଦେଶ ଭକ୍ତି ଗୀତକୁ ନୂଆ ମୋଡ ଦେଇଥିଲେ ଲତା । 1963 ମସିହାରେ ନୂଆ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ‘ଏ ମେରେ ବତନ୍ କେ ଲୋଗୋ’ ଗୀତ ଗାଇ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲେ ଲତା ।

ସତ୍ୟମ ଶିବମ୍ ସୁନ୍ଦରମ୍, ଭୋର ଭୟେ ପନଘଟ ପେ, ରୈନା ବିତି ଯାଏ, ଓ ଦିଲ ଏ ନାଦାନ, ଦିଲ ତୋ ପାଗଲ ହେ ଆଦି ପ୍ରାୟ 150ରୁ ଊର୍ଦ୍ଧ୍ବ ଗୀତ ଗାଇଥିବା ଲତା 1969ରେ ପଦ୍ମ ଭୂଷଣ, 1999ରେ ପଦ୍ମ ବିଭୂଷଣ , 2001ରେ ଭାରତରତ୍ନ ଓ 1990ରେ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ମଧୁବାଲାଠୁ ମୀନାକୁମାରୀ, ମାଧୁରୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସେ କଣ୍ଠଦାନ କରିଥିବା ବେଳେ ମୁକେଶ, ମାନା ଡେ, ମହେନ୍ଦ୍ର କପୁର, ମହମ୍ମଦ ରଫି, କିଶୋର କୁମୀର, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଆରଡି ବର୍ମନ, କୁମାର ସାନୁ, ଉଦିତ ନାରାୟଣ, ହରିହରନ, ସୁରେଶ ୱାଡେକର, ଅଭିଜିତ୍ ଭଟ୍ଟାଚାର୍ଯ୍ୟ, ସୋନୁ ନିଗମ ଭଳି ଗାୟକଙ୍କ ସହ ଡୁଏଟ ଗୀତ ଗାଇଛନ୍ତି । ରୋମାଣ୍ଟିକ ଗୀତଠୁ ଆରମ୍ଭ କରି ଭଜନ, ଗଜଲ, କବାଲି, ଶାସ୍ତ୍ରୀୟ, ଦେଶାତ୍ମକବୋଧକ ସବୁ ପ୍ରକାର ଗୀତରେ ନିଜ କଣ୍ଠଦାନ କରିଛନ୍ତି ଲତା ।

ସଙ୍ଗୀତ ଜଗତରେ ତ ଲତାଦିଦି ସଫଳତାର ସିଢି ଚଢୁଥିଲେ ସତ କିନ୍ତୁ ବ୍ୟକ୍ତିଗତ ଜୀବନ କିନ୍ତୁ ଖୁସିମୟ ନଥିଲା । ପିତାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ଲତାଙ୍କ ସଂଘର୍ଷମୟ ଜୀବନ । ନିଜ ଭାଇଭଉଣୀଙ୍କ ଦାୟିତ୍ବ ନେବାକୁ ଯାଇ ସେ ସାରାଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ । ପଦ୍ମଭୂଷଣ ହଉ କି ପଦ୍ମବିଭୂଷଣ ହେଉ ଅବା ଦାଦା ଫାଲକେ କି ଭାରତ ରତ୍ନ ସମସ୍ତ ସର୍ବୋତ୍ତମ ପୁରସ୍କାରର ଅଧିକାରିଣୀ ସେ । କିନ୍ତୁ ଫିଲ୍ମଫେୟାରରୁ ପୁରସ୍କାର ଗ୍ରହଣ କରିବାକୁ ରୋକଠୋକ ମନା କରିଦେଇଥିଲେ ସେ ଆଉ ଏହାର କାରଣ ଥିଲେ ଇଣ୍ଡଷ୍ଟ୍ରିକୁ ଆସୁଥିବା ନୂଆ ପ୍ରତିଭା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.