ସମ୍ବଲପୁର: ସାଧାରଣ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି ସମ୍ବଲପୁର ରାଜନୀତି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ପ୍ରଚାର ମଇଦାନରେ ବଡ଼ ଷ୍ଟାର କ୍ୟାମ୍ପେନର ଆସିନଥିଲେ ମଧ୍ୟ ସ୍ଥାନୀୟ ନେତାନେତ୍ରୀ କରୁଛନ୍ତି ଜୋରସୋର ପ୍ରଚାର । ତେବେ ଏଥିରେ ଆଗ ଧାଡିରେ ଅଛନ୍ତି ସମ୍ବଲପୁରର ବିଧାୟିକା ଡ.ରାସେଶ୍ବରୀ ପାଣିଗ୍ରାହୀ ।
ଡୋର ଟୁ ଡୋର କ୍ୟାମ୍ପେନିଂ କରି ଜନତାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ସେ । ଘରେ ଘରେ ବୁଲିବା ସହ ଲୋକଙ୍କୁ ହାତ ଯୋଡି ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଅଗାମୀ ନିର୍ବାଚନରେ ବିଜୟୀ ହେଲେ ସବୁ ସମାଧାନ କରିବେ ବୋଲି ପ୍ରତିଶୃତି ଦେଉଛନ୍ତି ରାସେଶ୍ବରୀ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ