ETV Bharat / city

ଦଶ ମାସ ପରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ; ଦର୍ଶନ କରୁଛନ୍ତି ସମ୍ବଲପୁରବାସୀ

author img

By

Published : Jan 3, 2021, 9:46 AM IST

Updated : Jan 3, 2021, 11:22 AM IST

ଶେଷ ହେଲା ସମସ୍ତ ପ୍ରତୀକ୍ଷାର ଅନ୍ତ । ଦୀର୍ଘ ଦଶ ମାସ ପରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ । ପ୍ରଥମେ ସମ୍ବଲପୁରୀବାସୀ କରୁଛନ୍ତି ମା’ଙ୍କ ଦର୍ଶନ । ଅଧିକ ପଢନ୍ତୁ...

ଦଶ ମାସ ପରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ
ଦଶ ମାସ ପରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ସମ୍ବଲପୁର: 10 ମାସ ପରେ ଖୋଲିଲା ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା’ସମଲେଶ୍ବରୀଙ୍କ ମନ୍ଦିର । ପ୍ରଥମେ ଦର୍ଶନ କରୁଛନ୍ତି ସମ୍ବଲପୁରବାସୀ । କୋଭିଡ ଗାଇଡ ଲାଇନ ସହ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମହାମାରୀ କୋରୋନା ପାଇଁ ଦୀର୍ଘ 10 ମାସ ହେବ ମା’ଙ୍କ ଦର୍ଶନରୁ ସମସ୍ତେ ବଞ୍ଚିତ ରହିଥିଲେ ।

ମା’ଙ୍କ ଦୁର୍ଲଭ ବେଶର ଦର୍ଶନ ପାଇଁ ସକାଳୁ ଭିଡ ଦେଖିବାକୁ ମିଳିଛି । ଭକ୍ତଙ୍କ ପ୍ରବେଶ ପାଇଁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ ସମୟରେ ମାସ୍କ, ଥର୍ମାଲ ଚେକିଂ ଓ ସାମାଜିକ ଦୂରତା ଭଳି ପଦକ୍ଷେପଗୁଡିକୁ ଜୋରଦାର କରିଛି ମନ୍ଦିର ଟ୍ରଷ୍ଟ ବୋର୍ଡ । ତେବେ ମା’ଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିଥିଲେ ମଧ୍ୟ ମନ୍ଦିର ଭିତରକୁ ଦୀପ ,ଫୁଲ, ଧୂପ, ନୈବେଦ୍ୟ ଆଦି ନେଇପାରିବେ ନାହିଁ । କୋଭିଡ କଟକଣା ଯୋଗୁଁ ବେଢ଼ା ଦର୍ଶନ ଏବଂ ମନ୍ଦିରର ଗମ୍ଭୀରା ପ୍ରବେଶକୁ ନିଷିଦ୍ଧ କରାଯାଇଛି।

ଦଶ ମାସ ପରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ସେପଟେ, ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କେବଳ ସମ୍ବଲପୁରବାସୀ ଭକ୍ତଙ୍କ ଦର୍ଶନ କରିପାରିବେ । ୮ ତାରିଖରୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନର ସୁଯୋଗ ପାଇବେ । ଅନ୍ୟପଟେ, ସାନିଟାଇଜ କରିବାକୁ ପ୍ରତି ରବିବାର ମନ୍ଦିରକୁ ବନ୍ଦ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 3, 2021, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.