ETV Bharat / city

ବାସହୀନଙ୍କୁ ବାସଗୃହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

author img

By

Published : Dec 22, 2021, 10:33 AM IST

Updated : Dec 22, 2021, 10:59 AM IST

ମୁଣ୍ଡ ଉପରେ ଛାତ ପାଇବେ ବସ୍ତି ବାସିନ୍ଦା । ସମ୍ବଲପୁର ଜିଲ୍ଲା ମହାନଗର ନିଗମରେ ଥିବା ବସ୍ତି ଅଞ୍ଚଳ ବାସିନ୍ଦାଙ୍କୁ ବାସଗୃହ ଓ ଘରଡିହ ପଟ୍ଟା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କ ସହ କଥା ହୋଇଛନ୍ତି ରେଢାଖୋଲ ବିଧାୟକ ଓ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ । ଅଧିକ ପଢନ୍ତୁ

ବାସହୀନଙ୍କୁ ବାସଗୃହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା
ବାସହୀନଙ୍କୁ ବାସଗୃହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ସମ୍ବଲପୁର: ମୁଣ୍ଡ ଉପରେ ଛାତ ପାଇବେ ବସ୍ତି ବାସିନ୍ଦା । ଦୂର ହେବ ବର୍ଷ ବର୍ଷର ସମସ୍ୟା । ନିଜର ଏକ ପରିଚୟ ପାଇବେ । ସମ୍ବଲପୁର ଜିଲ୍ଲା ମହାନଗର ନିଗମରେ ଥିବା ବସ୍ତି ଅଞ୍ଚଳ ବାସିନ୍ଦାଙ୍କୁ ବାସଗୃହ ଓ ଘରଡିହ ପଟ୍ଟା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ସହ କଥା ହୋଇଛନ୍ତି ରେଢାଖୋଲ ବିଧାୟକ ଓ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ ।

ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ରେଢ଼ାଖୋଲ ବିଧାୟକ । ବାସଗୃହ ଓ ଘରଡିହ ଜମି ପାଇବେ ସମ୍ବଲପୁର ମହାନଗର ନିଗମର ବାସିନ୍ଦା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସମ୍ବଲପୁର ମହାନଗରରେ 171ଟି ବସ୍ତି ଥିବା ବେଳେ ଏଠାରେ ମହାନଗର ଜନସଂଖ୍ୟାର 33 ପ୍ରତିଶତ ଲୋକ ବସବାସ କରନ୍ତି । ଏହି ବସ୍ତି ଗୁଡିକ ମଧ୍ୟରୁ 150ଟି ବସ୍ତିବାସିନ୍ଦାଙ୍କୁ ଏହି ସୁବିଧା ଜାଗା ମିଶନ ଜରିଆରେ ଦିଆଯିବ ଓ ଆଦର୍ଶ କଲୋନୀ ତିଆରି କରାଯିବ ବୋଲି ସୂଚନା ଦିଆଯାଇଛି ।

ଆଗାମୀ ଦିନରେ କିପରି ସହର ମଧ୍ୟରେ ଥିବା ସବୁ ବସ୍ତିର ଲୋକ କିପରି ଏହି ସୁବିଧା ପାଇବେ ସେ ନେଇ ଆଲୋଚନା ହୋଇଛି। ଏନେଇ ବସ୍ତି ଗୁଡିକର ଲୋକଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ପୁରୀରେ ଏହି ଯୋଜନାରେ ଲୋକ ସୁବିଧା ପାଇଛନ୍ତି ଖୁବ ଶୀଘ୍ର ସମ୍ବଲପୁରରେ ବସ୍ତିବାସିନ୍ଦା ଏହି ଯୋଜନାରେ ଉପକୃତ ହେବେ ବୋଲି କହିଛନ୍ତି ବିଜେଡି ନେତା ନଳିନୀକାନ୍ତ ପ୍ରଧାନ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

Last Updated : Dec 22, 2021, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.