ETV Bharat / city

ଖୁବଶୀଘ୍ର ସମଲେଶ୍ବରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ' - ଲାଇଟ ଆଣ୍ଡ ସାଉଣ୍ଡ ଶୋ

ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଶ୍ୱରୀ ମନ୍ଦିର ସହ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପାଇଁ 50 କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଯାହାକୁ ନେଇ ଆରମ୍ଭ ହେବାକୁ ଯାଉଛି ସମଲେଶ୍ବରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ' । ଅଧିକ ପଢନ୍ତୁ...

ଖୁବ ଶୀଘ୍ର ସମଲେଶ୍ବରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ'

author img

By

Published : Dec 7, 2020, 3:32 PM IST

ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବି ମା' ସମଲେଶ୍ବରୀ । ସମେଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅତି ଶୀଘ୍ର ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ। କୋଣାର୍କ ମନ୍ଦିର ଢାଞ୍ଚାରେରେ ଏହା ବିକଶିତ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଖୁବଶୀଘ୍ର ସମଲେଶ୍ବରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ'

ଝିକିମିକି ଆଲୋକ ମାଳା ମଧ୍ୟରେ ଗୁଞ୍ଜରୀ ଉଠିବ ଗୌରବମୟ ସମ୍ବଲପୁରର ଇତିହାସ ଓ ମା ସମଲେଶ୍ବରୀଙ୍କ ମହିମାର ଗାଥା। ଏଥିପାଇଁ ସ୍କ୍ରିପ୍ଟ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ, ସଫ୍ଟୱେୟାର ଓ ଭଏସ ଓଭର କାର୍ଯ୍ୟ ଦିଲ୍ଲୀରେ ଜାରି ରହିଛି। ଟ୍ରାଇ କଲର ଇଣ୍ଡିଆ ସଂସ୍ଥା ଦ୍ବାରା ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି। ଆଉ ଏହା ନିକଟରେ ଏକ ଯାତ୍ରୀ ନିବାସ ଓ ପ୍ରସାଦ ସେବନ ଗୃହ ମଧ୍ୟ ନିର୍ମାଣ ହେବ। ଏଥିପାଇଁ 2 କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଛି। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ବାଗତ କରିଛନ୍ତି।

ତେବେ ଏହି ପ୍ରୋଜେକ୍ଟ 2017ରେ ଆରମ୍ଭ ହୋଇଥିବାବେଳେ, ଏଥିପାଇଁ ରାଜ୍ୟ ସରକାର ସାଢ଼େ 7 କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ। ହେଲେ କୋଭିଡ ମହାମାରୀ କାରଣରୁ ଏହି କାର୍ଯ୍ୟ ଅଟକି ଯାଇଥିଲା। ବର୍ତ୍ତମାନ ସ୍ଥିତି ସୁଧୁରିବାରୁ ଏହା ପୁଣି ଆରମ୍ଭ ହୋଇଛି। ଜାନୁଆରୀ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ଏହାସହ ସମଲେଶ୍ବରୀ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ପୁରୀ ମନ୍ଦିର ପରି ଟ୍ରପୋଗ୍ରାଫିକ ସର୍ଭେ ମଧ୍ୟ ସରିଛି।

ଏହି ସ୍ବାଗତଯୋଗ୍ୟ କାର୍ଯ୍ୟ ଦ୍ବାରା ସମଲେଶ୍ବରୀ ମନ୍ଦିରର ରୂପରେଖ ବଦଳିବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ ହେବ ବୋଲି ଆଶା କରାଯାଉଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.