ETV Bharat / city

NEET PG କାଉନସେଲିଂ ତ୍ବରାନ୍ବିତ ଦାବିରେ ଧାରଣାରେ ବସିଲା କନିଷ୍ଠ ଡାକ୍ତର ସଂଘ - ବୁର୍ଲା ମେଡିକାଲ ଓପିଡି ବର୍ଜନ ଧମକ ଦେଲା କନିଷ୍ଠ ଡାକ୍ତର ସଂଘ

ସର୍ବଭାରତୀୟ NEET PG ପରୀକ୍ଷାର କାଉନସେଲିଂକୁ ତ୍ବରାନ୍ବିତ କରିବା ଦାବିରେ ବୁର୍ଲା ଭୀମସାର ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

NEET PG କାଉନସେଲିଂ ତ୍ବରାନ୍ବିତ ଦାବିରେ ଧାରଣାରେ ବସିଲା କନିଷ୍ଠ ଡାକ୍ତର ସଂଘ

author img

By

Published : Dec 28, 2021, 9:49 PM IST

ସମ୍ବଲପୁର: ସର୍ବଭାରତୀୟ NEET PG ପରୀକ୍ଷାର କାଉନସେଲିଂକୁ ତ୍ବରାନ୍ବିତ କରିବା ଦାବିରେ ବୁର୍ଲା ଭୀମସାର ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଧ୍ୟାନ ନଦେଲେ ଆସନ୍ତାକାଲି(ବୁଧବାର)ଠାରୁ OPD ବନ୍ଦ କରିବାକୁ ଧମକ ଦେଇଛନ୍ତି ଛାତ୍ରଛାତ୍ରୀ । କନିଷ୍ଠ ଡାକ୍ତର ସଂଘ(Junior Doctors Association) ସଭାପତି ଅଭିଜିତ ଦାସ ଏହାକୁ ନେଇ ସୂଚନା ଦେଇଛନ୍ତି ।

NEET PG କାଉନସେଲିଂ ତ୍ବରାନ୍ବିତ ଦାବିରେ ଧାରଣାରେ ବସିଲା କନିଷ୍ଠ ଡାକ୍ତର ସଂଘ
NEET PG ପରୀକ୍ଷା ୮ ମାସ ବିଳମ୍ବରେ କରାଯାଇଥିଲା । ପରୀକ୍ଷା ହେବାର ୩ ମାସ ପର୍ଯ୍ୟନ୍ତ କାଉନସେଲିଂ ନହେବାରୁ ବର୍ତ୍ତମାନ ମେଡ଼ିକାଲ କଲେଜ ଗୁଡିକରେ ଗୋଟିଏ ବ୍ୟାଚ ପିଜି ଛାତ୍ରଛାତ୍ରୀ କମ ଅଛନ୍ତି । ଫଳରେ ବର୍ତ୍ତମାନ ମେଡ଼ିକାଲ କଲେଜଗୁଡିକରେ ୧୦୦ରୁ ୬୭ ପ୍ରତିଶତ ପିଜି ଛାତ୍ରଛାତ୍ରୀ ଅଛନ୍ତି । ଏହାର ଫଳ ସ୍ବରୁପ ବର୍ତ୍ତମାନର ପିଜି ଛାତ୍ରଛାତ୍ରୀଙ୍କ ଉପରେ କର୍ମଚାପ ବଢ଼ୁଛି ବୋଲି କନିଷ୍ଠ ଡାକ୍ତର ସଂଘ ଅଭିଯୋଗ କରିଛି ।ଯଥାଶୀଘ୍ର ଏହି ଦିଗ ଉପରେ ଧ୍ୟାନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରିଛି କନିଷ୍ଠ ଡାକ୍ତର ସଂଘ । ଏହାର ପ୍ରତିବାଦରେ ବୁଧବାରଠାରୁ ବୁର୍ଲା ମେଡିକାଲ OPDରେ କାର୍ଯ୍ୟ ବର୍ଜନ କରିବ କନିଷ୍ଠ ଡାକ୍ତର ସଂଘ । ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.